କରୋନା ଆତଙ୍କ, ୫ଟି ଦେଶର ନାଗରିକଙ୍କ ଭିସା ବାତିଲ୍

ନୂଆଦିଲ୍ଲୀ: ଦେଶରେ ଦୁଇ ନୂଆ କରୋନା ଭାଇରସ ରୋଗୀ ଚିହ୍ନଟ ହେବା ପରେ ମଙ୍ଗଳବାର କେନ୍ଦ୍ର ସରକାର କରୋନା ଭାଇରସ୍ ସମ୍ବନ୍ଧରେ ଏକ ଟ୍ରାଭେଲ ଆଡଭାଇଜରୀ ଜାରି କରିଛନ୍ତି। COVID19 ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ଏହାକୁ ନଜରରେ ରଖି ପାଞ୍ଚଟି ଦେଶର ସମସ୍ତ ଭିସା ଏବଂ ଇ-ଭିସା ଉପରେ ସରକାର ସ୍ଥଗିତାଦେଶ ଜାରି କରିଛନ୍ତି। ଏହି ପାଞ୍ଚଟି ଦେଶ ହେଲା ଦକ୍ଷିଣ କୋରିଆ, ଚୀନ୍, ଇରାନ, ଇଟାଲୀ ଓ ଜାପାନ। ତେବେ […]

KERALA CORONA VIRUSE

Subhransu Sekhar
  • Published: Tuesday, 03 March 2020
  • , Updated: 03 March 2020, 05:17 PM IST

ନୂଆଦିଲ୍ଲୀ: ଦେଶରେ ଦୁଇ ନୂଆ କରୋନା ଭାଇରସ ରୋଗୀ ଚିହ୍ନଟ ହେବା ପରେ ମଙ୍ଗଳବାର କେନ୍ଦ୍ର ସରକାର କରୋନା ଭାଇରସ୍ ସମ୍ବନ୍ଧରେ ଏକ ଟ୍ରାଭେଲ ଆଡଭାଇଜରୀ ଜାରି କରିଛନ୍ତି। COVID19 ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ଏହାକୁ ନଜରରେ ରଖି ପାଞ୍ଚଟି ଦେଶର ସମସ୍ତ ଭିସା ଏବଂ ଇ-ଭିସା ଉପରେ ସରକାର ସ୍ଥଗିତାଦେଶ ଜାରି କରିଛନ୍ତି। ଏହି ପାଞ୍ଚଟି ଦେଶ ହେଲା ଦକ୍ଷିଣ କୋରିଆ, ଚୀନ୍, ଇରାନ, ଇଟାଲୀ ଓ ଜାପାନ।

ତେବେ ମାର୍ଚ୍ଚ ୩ କିମ୍ବା ତା ପୂର୍ବରୁ ଇଟାଲୀ, ଇରାନ, ଦକ୍ଷିଣ କୋରିଆ, ଜାପାନର ନାଗରିକଙ୍କୁ ଭାରତରେ ପ୍ରବେଶ ପାଇଁ ଜାରି ହୋଇଥିବା ଭିସା ଇ-ଭିସା ବାତିଲ୍ କରାଯାଇଛି। ଯେଉଁମାନେ ଭାରତରେ ପ୍ରବେଶ କରି ନାହାନ୍ତି ସେମାନଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ କରାଯାଇଛି।

ଯେଉଁମାନେ ଜରୁରୀକାଳୀନ ଭାବରେ ଭାରତକୁ ଆସିବା ପାଇଁ ଇଚ୍ଛୁକ ରହିଛନ୍ତି, ସେମାନେ ନିକଟତମ ଭାରତୀୟ ଦୂତାବାସକୁ ଯାଇ ପୁଣି ଥରେ ଭିସା ପାଇଁ ଆବେଦନ କରିପାରିବେ ବୋଲି କୁହାଯାଇଛି।

Related story