ଜମ୍ମୁ-କଶ୍ମୀରର ବିଭିନ୍ନ ଅଞ୍ଚଳରୁ ହଟିଲା କଲ୍‌, ଏସ୍‌ଏମ୍‌ଏସ୍‌ ଓ ୨ଜି ଇଣ୍ଟରନେଟ୍‌ କଟକଣା

ଶ୍ରୀନଗର: ଜମ୍ମୁ-କଶ୍ମୀରର ବିଭିନ ଅଞ୍ଚଳରେ ୨ଜି ଇଣ୍ଟରନେଟ୍‌ କଟକଣା ପ୍ରତ୍ୟାହାର କରାଯାଇଥିବା ସୂଚନା ମିଳିଛି। ଜମ୍ମୁ-କଶ୍ମୀର ପ୍ରିନ୍ସିପାଲ ସେକ୍ରେଟାରୀ ରୋହିତ କଂଶାଲ ଶନିବାର ଗଣମାଧ୍ୟମକୁ ଏହି ବିଷୟରେ ସୂଚନା ଦେଇଛନ୍ତି। ଜମ୍ମୁର ସମସ୍ତ ୧୦ଟି ଜିଲ୍ଲା ଏବଂ କଶ୍ମୀରର ୨ଟି ଜିଲ୍ଲାର ହ୍ୱାଇଟ ଲିଷ୍ଟେଡ୍‌ ଅଞ୍ଚଳରେ ପୋଷ୍ଟପେଡ୍‌ ମୋବାଇଲ ପାଇଁ ୨ଜି ଇଣ୍ଟରନେଟ୍‌ କଟକଣା ପ୍ରତ୍ୟାହାର କରାଯାଇଛି। କଶ୍ମୀରର କୁପୱାରା ଏବଂ ବାନ୍ଦିପୋରା ଜିଲ୍ଲାରୁ ଉପରୋକ୍ତ କଟକଣା ପ୍ରତ୍ୟାହାର କରାଯାଇଥିବା କୁହାଯାଇଛି। ସରକାରୀ ନିର୍ଦ୍ଦେଶ ମୁତାବକ, ଅନ୍ୟ […]

Kashmir

Subrat Kumar Nayak
  • Published: Saturday, 18 January 2020
  • , Updated: 18 January 2020, 05:24 PM IST

ଶ୍ରୀନଗର: ଜମ୍ମୁ-କଶ୍ମୀରର ବିଭିନ ଅଞ୍ଚଳରେ ୨ଜି ଇଣ୍ଟରନେଟ୍‌ କଟକଣା ପ୍ରତ୍ୟାହାର କରାଯାଇଥିବା ସୂଚନା ମିଳିଛି। ଜମ୍ମୁ-କଶ୍ମୀର ପ୍ରିନ୍ସିପାଲ ସେକ୍ରେଟାରୀ ରୋହିତ କଂଶାଲ ଶନିବାର ଗଣମାଧ୍ୟମକୁ ଏହି ବିଷୟରେ ସୂଚନା ଦେଇଛନ୍ତି।

ଜମ୍ମୁର ସମସ୍ତ ୧୦ଟି ଜିଲ୍ଲା ଏବଂ କଶ୍ମୀରର ୨ଟି ଜିଲ୍ଲାର ହ୍ୱାଇଟ ଲିଷ୍ଟେଡ୍‌ ଅଞ୍ଚଳରେ ପୋଷ୍ଟପେଡ୍‌ ମୋବାଇଲ ପାଇଁ ୨ଜି ଇଣ୍ଟରନେଟ୍‌ କଟକଣା ପ୍ରତ୍ୟାହାର କରାଯାଇଛି। କଶ୍ମୀରର କୁପୱାରା ଏବଂ ବାନ୍ଦିପୋରା ଜିଲ୍ଲାରୁ ଉପରୋକ୍ତ କଟକଣା ପ୍ରତ୍ୟାହାର କରାଯାଇଥିବା କୁହାଯାଇଛି।

ସରକାରୀ ନିର୍ଦ୍ଦେଶ ମୁତାବକ, ଅନ୍ୟ ସମସ୍ତ ଜିଲ୍ଲା ଯେପରିକି ଶ୍ରୀନଗର, ବଡଗାମ୍‌, ଗନେରବାଲ, ବାରମୁଲ୍ଲା, ଅନନ୍ତନାଗ, କୁଲଗାମ୍‌, ସୋପିଆନ୍‌ ଏବଂ ପୁଲୱାମାରେ ଇଣ୍ଟରନେଟ୍‌ ସଂଯୋଗ ପୂର୍ବପରି ବନ୍ଦ ରହିବ।

ତେବେ ଏହି ସବୁ ଜିଲ୍ଲାରେ ସୋଶାଲ ମିଡିଆ ବନ୍ଦ ରହିବ। ଜମ୍ମୁ-କଶ୍ମୀରର ବ୍ୟାଙ୍କଗୁଡ଼ିକରେ କିନ୍ତୁ ବ୍ରଡ୍‌ବ୍ୟାଣ୍ଡ ଇଣ୍ଟରନେଟ୍‌ ଉପଲବ୍ଧ ହେଉଛି। ପୁରା ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ଏହି ସେବା କେବଳ ବ୍ୟାଙ୍କଗୁଡ଼ିକରେ ରହିଛି।

ଏକ ସରକାରୀ ନିର୍ଦ୍ଦେଶରେ କୁହାଯାଇଛି, “ଭଏସ୍‌ କଲ୍‌ ଏବଂ ଏସ୍‌ଏମ୍‌ଏସ୍‌ ସେବା କେବଳ ସ୍ଥାନୀୟ ପ୍ରିପେଡ୍‌ ସିମ୍‌ କାର୍ଡଗୁଡ଼ିକରେ ଉପଲବ୍ଧ ହେବ। ଏହି ସବୁ ସିମ୍‌ରେ ଇଣ୍ଟରନେଟ୍‌ ସେବା ଦେବାପାଇଁ ଟେଲିକମ୍‌ ସେବା ପ୍ରଦାନକାରୀ ସମସ୍ତ ସବସ୍କ୍ରାଇବରଙ୍କ ଯାଞ୍ଚ କରି ସେବା ଯୋଗାଇବେ।” ଶନିବାରଠାରୁ ଏହି ନିର୍ଦ୍ଦେଶ କାଯର୍୍ୟକାରୀ ହେବ ବୋଲି କୁହାଯାଉଛି।

ଅନ୍ୟପକ୍ଷରେ ଇଣ୍ଟରନେଟ୍‌ ସେବା ପ୍ରଦାନକାରୀମାନଙ୍କୁ କୁହାଯାଇଛି, ସେମାନେ ଜମ୍ମୁର ୧୦ଟି ଜିଲ୍ଲା ଏବଂ କଶ୍ମୀରର ୨ଟି ଜିଲ୍ଲାରେ ‍ଫିକ୍ସଡ୍‌-ଲାଇନ୍‌ ଇଣ୍ଟରନେଟ୍‌ ସଂଯୋଗ ଯୋଗାଇବେ। ଉତ୍ତର କଶ୍ମୀରର କୁପୱାରା ଏବଂ ବାନ୍ଦିପୋରା ଜିଲ୍ଲାରେ ଏହି ସେବା ଉପଲବ୍ଧ ହେବ। ଏହି ସେବା ଆଇଟି ବା ସଫ୍ଟଆର କମ୍ପାନୀଙ୍କ ପାଇଁ ଉପଲବ୍ଧ କରାଯିବ।

ଗତ ଅଗଷ୍ଟ ୫ ତାରିଖରେ ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟର ସୁବଧା ଦେଉଥିବା ଧାରା ୩୭୦ ଉଚ୍ଛେଦ କରାଯାଇଥିଲା। ଏହି ନିଷ୍ପତ୍ତି କ୍ରମେ ଜମ୍ମୁ-କଶ୍ମୀର ରାଜ୍ୟ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହୋଇଥିଲା। ଏହାକୁ ନେଇ ହିଂସାର ଆଶଙ୍କା ରହିଥିବାରୁ ସରକାର ଇଣ୍ଟରନେଟ୍‌ ବ୍ୟାନ୍‌ କରିଥିଲେ। ତେବେ ସୁପ୍ରିମ୍‌କୋର୍ଟ ସ୍ଥାନୀୟ ସରକାରଙ୍କ ଉପରେ ଇଣ୍ଟରନେଟ୍‌ ବ୍ୟାନ୍‌କୁ ନେଇ ଅସନ୍ତୋଷ ଜାହିର କରିବା ସହ ଏହା ମୌଳିକ ଅଧିକାରର ଉଲ୍ଲଂଘନ ବୋଲି କହିଥିଲେ।

Related story