ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କୀୟଙ୍କୁ ଭିଭିଆଇପି ସୁବିଧା

ଭୋପାଲ୍‌: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ତାଙ୍କ ସମ୍ପର୍କୀୟମାନଙ୍କୁ ସରକାରୀ ଟଙ୍କାରେ କେମିତି ଭିଭିଆଇପି ସୁବିଧା ସୁଯୋଗ ଯୋଗାଇ ଦେଇଛନ୍ତି, ତା’ର ଏକ ପ୍ରମାଣ ସାମ୍ନାକୁ ଆସିଛି। ମଧ୍ୟପ୍ରଦେଶର ଉଜ୍ଜୟନୀଠାରେ ଥିବା ଏକ ମନ୍ଦିରକୁ କମଲନାଥଙ୍କ ସମ୍ପର୍କୀୟ ପୂଜାର୍ଚ୍ଚନା କରିବାକୁ ଯାଇଥିଲେ। ଏହି ସମୟରେ ତାଙ୍କୁ ୬ଟି ସରକାରୀ କାର୍‌ରେ ସମସ୍ତ ପ୍ରକରାର ସୁବିଧା ସୁଯୋଗ ଯୋଗାଇ ଦିଆଯାଇ ଥିଲା। ଏହି ୬ଟି କାର ମଧ୍ୟରେ ଆମ୍ବୁଲାନ୍ସ ଏବଂ ୩ଟି ପୁଲିସ୍‌ ଏସକର୍ଟ ଗାଡ଼ି ରହିଥିଲା। ଏହି ଘଟଣା […]

sa

Hemant Lenka
  • Published: Thursday, 06 June 2019
  • , Updated: 06 June 2019, 04:06 PM IST

ଭୋପାଲ୍‌: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ତାଙ୍କ ସମ୍ପର୍କୀୟମାନଙ୍କୁ ସରକାରୀ ଟଙ୍କାରେ କେମିତି ଭିଭିଆଇପି ସୁବିଧା ସୁଯୋଗ ଯୋଗାଇ ଦେଇଛନ୍ତି, ତା’ର ଏକ ପ୍ରମାଣ ସାମ୍ନାକୁ ଆସିଛି। ମଧ୍ୟପ୍ରଦେଶର ଉଜ୍ଜୟନୀଠାରେ ଥିବା ଏକ ମନ୍ଦିରକୁ କମଲନାଥଙ୍କ ସମ୍ପର୍କୀୟ ପୂଜାର୍ଚ୍ଚନା କରିବାକୁ ଯାଇଥିଲେ।

ଏହି ସମୟରେ ତାଙ୍କୁ ୬ଟି ସରକାରୀ କାର୍‌ରେ ସମସ୍ତ ପ୍ରକରାର ସୁବିଧା ସୁଯୋଗ ଯୋଗାଇ ଦିଆଯାଇ ଥିଲା। ଏହି ୬ଟି କାର ମଧ୍ୟରେ ଆମ୍ବୁଲାନ୍ସ ଏବଂ ୩ଟି ପୁଲିସ୍‌ ଏସକର୍ଟ ଗାଡ଼ି ରହିଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ କମଲନାଥ ଏବେ ବିରୋଧୀଙ୍କ ପ୍ରଶ୍ନବାଣର ଶିକାର ହୋଇଛନ୍ତି।

କମଲନାଥଙ୍କ ପୁତୁରା ଓ ଝିଆରୀ ପ୍ରସିଦ୍ଧ ମହାକାଳେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିବାକୁ ଚାହୁଁଥିଲେ। ଏହାପୂର୍ବରୁ ସେମାନେ ମଙ୍ଗଳନାଥ ମନ୍ଦିରକୁ ମଧ୍ୟ ଯାଇଥିଲେ। ଏନେଇ କେବଳ ମହାକାଳେଶ୍ୱର ମନ୍ଦରକୁ ଏକ ଚିଠି କରାଯାଇଥିଲା।

ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କୀୟ ଆସିବେ ବୋଲି କୁହାଯାଇଥିଲା। କିନ୍ତୁ ଏଥିରେ କାହାର ନାଁ ଉଲ୍ଲେଖ କରାଯାଇ ନଥିଲା। ନିୟମ ଅନୁଯାୟୀ, ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀଙ୍କ ସମ୍ପର୍କୀୟଙ୍କୁ କୌଣସି ପ୍ରକାରର ସରକାରୀ ସୁରକ୍ଷା ପ୍ରୋଟୋକଲ୍‌ ମିଳିପାରିବ ନାହିଁ। ଏପରି କି ସେମାନଙ୍କୁ ଭିଆଇପି ସୁବିଧା ସୁଯୋଗ ମଧ୍ୟ ମଳିପାରିବ ନାହିଁ। କିନ୍ତୁ ମୁଖ୍ୟମନ୍ତ୍ରୀ କମଲନାଥ ନିଜ ପଦବୀର ଫାଇଦା ଉଠାଇ ତାଙ୍କ ସମ୍ପର୍କୀୟମାନଙ୍କ ପାଇଁ ଭିଭିଆଇପି ସୁବିଧା ଓ ମର୍ଯ୍ୟାଦା ଯୋଗାଇ ଦେବା ବେଆଇନ ଓ କ୍ଷମତାର ଅପପ୍ରୟୋଗ ବୋଲି ବିରୋଧୀ ବିଜେପି ପକ୍ଷରୁ କୁହାଯାଇଛି।

Related story