ମାଡ଼ି ଆସୁଛି ବାତ୍ୟା ‘ମେକୁନୁ’: ଏହି ଦୁଇ ରାଜ୍ୟକୁ ସତର୍କ ରହିବାକୁ ପରାମର୍ଶ

ନୂଆଦିଲ୍ଲୀ: ଓମାନରେ ତାଣ୍ଡବ ରଚିବା ପରେ ଭାରତ ଆଡ଼କୁ ମାଡି ଆସୁଛି ବାତ୍ୟା ‘ମେକୁନୁ’। ବିଶେଷ କରି ମହାରାଷ୍ଟ୍ର ଓ ଗୋଆ ଉପକୂଳରେ ଏହା ବ୍ୟାପକ କ୍ଷତି ଘଟାଇବାର ଆଶଙ୍କା ରହିଛି। ଏଥିପାଇଁ ଏହି ଦୁଇ ରାଜ୍ୟକୁ ସତର୍କ ରହିବାକୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ଏହାର ପ୍ରଭାବରେ ମହାରାଷ୍ଟ୍ର ଓ ଗୋଆରେ ପ୍ରବଳ ବର୍ଷା ସହ ପବନ ହେବାର ସମ୍ଭାବନା ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି। ସମୁଦ୍ରରେ ୩ ରୁ ୩.୨ ମିଟର […]

oman

Rakesh Mallick
  • Published: Sunday, 27 May 2018
  • , Updated: 27 May 2018, 04:05 PM IST

ନୂଆଦିଲ୍ଲୀ: ଓମାନରେ ତାଣ୍ଡବ ରଚିବା ପରେ ଭାରତ ଆଡ଼କୁ ମାଡି ଆସୁଛି ବାତ୍ୟା ‘ମେକୁନୁ’। ବିଶେଷ କରି ମହାରାଷ୍ଟ୍ର ଓ ଗୋଆ ଉପକୂଳରେ ଏହା ବ୍ୟାପକ କ୍ଷତି ଘଟାଇବାର ଆଶଙ୍କା ରହିଛି। ଏଥିପାଇଁ ଏହି ଦୁଇ ରାଜ୍ୟକୁ ସତର୍କ ରହିବାକୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ଏହାର ପ୍ରଭାବରେ ମହାରାଷ୍ଟ୍ର ଓ ଗୋଆରେ ପ୍ରବଳ ବର୍ଷା ସହ ପବନ ହେବାର ସମ୍ଭାବନା ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି।

ସମୁଦ୍ରରେ ୩ ରୁ ୩.୨ ମିଟର ଉଚ୍ଚରେ ଜୁଆର ଆସିବା ସହ ଏହା ଅଶାନ୍ତ ରହିବାର ଆଶଙ୍କା କରାଯାଉଛି। ତେଣୁ ଏହି ସମୟରେ ସମୁଦ୍ର ମଧ୍ୟକୁ ନ ଯିବାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି।

‘ମେକୁନୁ’ର ଭୟାବହତାକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗୋଆ ପ୍ରଶାସନ ତରଫରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରତି ବିଚ୍‌ରେ ଲାଇଫ ଗାର୍ଡଙ୍କୁ ନିୟୋଜିତ କରାଯାଇଛି।

ଶୁକ୍ରବାର ଓମାନରେ ବ୍ୟାପକ କ୍ଷତି ଘଟାଇବା ପରେ ଆରବିୟାନ ପେନସୁଆଲାରେ ପହଞ୍ଚି ଥିଲା ‘ମେକୁନୁ’। ଓମାନରେ ଜଣେ ଭାରତୀୟଙ୍କୁ ମିଶାଇ ୫ ଜଣ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି।

Related story