‘ଜୟ ଶ୍ରୀରାମ’ ସ୍ଲୋଗାନ ଶୁଣି ରାଗିଗଲେ ମମତା, କହିଲେ ଚମଡ଼ା ଉତାରି ଦେବି

କୋଲକାତା: ‘ଜୟ ଶ୍ରୀରାମ’ ନାରାକୁ ନେଇ ପଶ୍ଚିମବଙ୍ଗ ରାଜନୀତି ବେଶ ଉଷ୍ମ ହେବାରେ ଲାଗିଛି। ଶ୍ରଦ୍ଧାରେ ସମ୍ବୋଧନ କରାଯାଉଥିବା ଏହି ନାରା ଶୁଣିବା ମାତ୍ରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କାହିଁକି ରାଗରେ ପାଚି ଲାଲ ହୋଇଯାଉଛନ୍ତି, ତାହା ଏବେ ସମସ୍ତଙ୍କ ପାଇଁ ଆଶ୍ଚର୍ଯ୍ୟର କାରଣ ପାଲଟିଛି। ଗତକାଲି ୨୪ ପ୍ରଗଣା ଅଞ୍ଚଳରେ ମମତା ଗାଡ଼ିରେ ଯାଉଥିବାବେଳେ ରାସ୍ତାକଡ଼ରେ ଠିଆ ହୋଇଥିବା କିଛି ଲୋକ ‘ଜୟ ଶ୍ରୀରାମ’ ନାରା ଦେଇଥିଲେ। ଏହା ଶୁଣିବା ମାତ୍ରେ ରାଗରେ ତମତମ ହୋଇ […]

mamata

Subrat Kumar Nayak
  • Published: Friday, 31 May 2019
  • , Updated: 31 May 2019, 04:17 PM IST

କୋଲକାତା: ‘ଜୟ ଶ୍ରୀରାମ’ ନାରାକୁ ନେଇ ପଶ୍ଚିମବଙ୍ଗ ରାଜନୀତି ବେଶ ଉଷ୍ମ ହେବାରେ ଲାଗିଛି। ଶ୍ରଦ୍ଧାରେ ସମ୍ବୋଧନ କରାଯାଉଥିବା ଏହି ନାରା ଶୁଣିବା ମାତ୍ରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କାହିଁକି ରାଗରେ ପାଚି ଲାଲ ହୋଇଯାଉଛନ୍ତି, ତାହା ଏବେ ସମସ୍ତଙ୍କ ପାଇଁ ଆଶ୍ଚର୍ଯ୍ୟର କାରଣ ପାଲଟିଛି। ଗତକାଲି ୨୪ ପ୍ରଗଣା ଅଞ୍ଚଳରେ ମମତା ଗାଡ଼ିରେ ଯାଉଥିବାବେଳେ ରାସ୍ତାକଡ଼ରେ ଠିଆ ହୋଇଥିବା କିଛି ଲୋକ 'ଜୟ ଶ୍ରୀରାମ' ନାରା ଦେଇଥିଲେ। ଏହା ଶୁଣିବା ମାତ୍ରେ ରାଗରେ ତମତମ ହୋଇ ମମତା ଗାଡ଼ିରୁ ଓହ୍ଲାଇ ଉପସ୍ଥିତ ଲୋକଙ୍କ ଉପରେ ଗାଳି ବର୍ଷା କରିଥିଲେ। ଏପରିକି ଶେଷ ଖବରସୁଦ୍ଧା ଏଥିପାଇଁ ୧୦ ଜଣ ଗିରଫ ମଧ୍ୟ ହୋଇସାରିଲେଣି। ସେ ଦୁଇ ଦୁଇ ଥର ଗାଡ଼ିରୁ ଓହ୍ଲାଇବା ସହ ଏଭଳି ନାରା ଦେଉଥିବା ଲୋକଙ୍କ ଚମଡ଼ା ଉତାରି ଦେବି ଏବଂ ଥାନାରେ ପୂରାଇ ଦେବି ଆଦି କହି ଧମକାଇଥିଲେ।

ତେବେ ଏହାକୁ ନେଇ ସାରା ରାଜ୍ୟରେ ପ୍ରତିବାଦ ଆରମ୍ଭ ହୋଇଛି। ବିଭିନ୍ନ ଛୋଟ ଛୋଟ ଦୋକାନୀଙ୍କଠାରୁ ଆରମ୍ଭ କରି ‍ବଡ଼ ବଡ଼ ବ୍ୟବସାୟୀ ବର୍ତ୍ତମାନ ‘ଜୟ ଶ୍ରୀରାମ’ ନାରା ଦେଇ ଏହାର ଅଭିନବ ବିରୋଧ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ମମତା ଏପରି ନାରାକୁ ନେଇ ଲୋକଙ୍କୁ ଗିରଫ କରିବା ଘଟଣାକୁ ଦୃଢ଼ ବିରୋଧ କରିଛି ବିଜେପି। ନବନିର୍ବାଚିତ ବିଜେପି ସାଂସଦ ଅର୍ଜୁନ ସିଂହ ଆଜି ନାରା ଦେଇଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଥିବା ଜଗତଦଲ ଥାନା ଘେରାଉ କରିଥିଲେ।

https://twitter.com/TimesNow/status/1134329492883759105?s=20
ଗୁରୁବାର ମମତାଙ୍କ ଗାଡ଼ି ଦେଖି କିଛି ଲୋକ ନାରା ଦେବାରୁ ସେ ରାସ୍ତା ମଝିରେ ଗାଡ଼ି ଅଟକାଇ ଚିଲ୍ଲାଇବା ଆରମ୍ଭ କରିଥିଲେ। ସେ କହିଥିଲେ, ଏମାନେ କିଏ ମୋତେ ସେମାନଙ୍କ ପରିଚୟ ଦରକାର। ନିଜକୁ କ’ଣ ଭାବୁଛନ୍ତି ଏମାନେ? ଆପଣମାନେ ଅନ୍ୟ ରାଜ୍ୟରୁ ଆସି ଆମ ସହିତ ଦୁର୍ବ୍ୟବହାର କରିବେ? ମୁଁ ଏହାକୁ ସହଜରେ ଗ୍ରହଣ କରିବିନି। ସୂଚନାଯୋଗ୍ୟ ଯେ, ଏହି ଅଞ୍ଚଳ ଅର୍ଜୁନ ସିଂହଙ୍କ ଗଡ଼ ବୋଲି କୁହାଯାଏ।

Related story