ବିଦ୍ୟାସାଗରଙ୍କ ନୂଆ ମୂର୍ତ୍ତି ଉନ୍ମୋଚନ କଲେ ମମତା

କୋଲକାତା: ଅମିତ ଶାହ କୋଲକାତା  ନିର୍ବାଚନ ପ୍ରଚାରରେ ଆସିଥିବା ବେଳେ ଟିଏମ୍‌ସି-ବିଜେପି କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟି ଏକ କଲେଜରେ ସ୍ଥାପିତ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ମୂର୍ତ୍ତି ଭାଙ୍ଗି ଯାଇଥିଲା। ଏହାର ପ୍ରାୟ ଏକ ମାସ ପରେ ସେହି ସ୍ଥାନରେ ବିଦ୍ୟାସାଗରଙ୍କ ନୂଆ ମୂର୍ତ୍ତି ଉନ୍ମୋଚନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ ଏକ ଖୋଲା ଜିପ୍‌ରେ କଲେଜ୍‌ ପର୍ଯ୍ୟନ୍ତ ଏହି ମୂର୍ତ୍ତି ସହ ଶୋଭାଯାତ୍ରାରେ ଯାଇଥିଲେ। ଏଥିରେ ତାଙ୍କ ସହ ବହୁ ବିଶିଷ୍ଟ ଲେଖକ, […]

mamta

Subrat Kumar Nayak
  • Published: Tuesday, 11 June 2019
  • , Updated: 11 June 2019, 04:59 PM IST

କୋଲକାତା: ଅମିତ ଶାହ କୋଲକାତା  ନିର୍ବାଚନ ପ୍ରଚାରରେ ଆସିଥିବା ବେଳେ ଟିଏମ୍‌ସି-ବିଜେପି କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟି ଏକ କଲେଜରେ ସ୍ଥାପିତ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ମୂର୍ତ୍ତି ଭାଙ୍ଗି ଯାଇଥିଲା। ଏହାର ପ୍ରାୟ ଏକ ମାସ ପରେ ସେହି ସ୍ଥାନରେ ବିଦ୍ୟାସାଗରଙ୍କ ନୂଆ ମୂର୍ତ୍ତି ଉନ୍ମୋଚନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

ସେ ଏକ ଖୋଲା ଜିପ୍‌ରେ କଲେଜ୍‌ ପର୍ଯ୍ୟନ୍ତ ଏହି ମୂର୍ତ୍ତି ସହ ଶୋଭାଯାତ୍ରାରେ ଯାଇଥିଲେ। ଏଥିରେ ତାଙ୍କ ସହ ବହୁ ବିଶିଷ୍ଟ ଲେଖକ, କବି ତଥା ସେଲିବ୍ରିଟି ଯୋଗ ଦେଇଥିଲେ।

ଗତ ମେ' ମାସରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ରାଲି ଚାଲିଥିବା ବେଳେ ଦୁଇ ଦଳର କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ଓ ଏଥିରେ ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଥିଲା। ଏହି ଘଟଣାର ଦୁଇ ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ପଞ୍ଚଧାତୁରେ ନିର୍ମିତ ବିଦ୍ୟାସାଗରଙ୍କ ଏକ ମୂର୍ତ୍ତି ଏଠାରେ ପ୍ରତିଷ୍ଠା କରାଯିବ।

କିନ୍ତୁ ମମତା ଏହାକୁ ଗ୍ରହଣ ନକରି କହିଥିଲେ, "ବିଜେପି ଏଯାଏ ଭଗବାନ ଶ୍ରୀରାମଙ୍କର ଗୋଟିଏ ଛୋଟ ମୂର୍ତ୍ତି ପ୍ରତିଷ୍ଠା କରିପାରିନି। ପଶ୍ଚିମବଙ୍ଗ ତାଙ୍କ ନିକଟରେ ଭିକ୍ଷା ମାଗୁନି।"

Related story