ଦିଦିଙ୍କ କ୍ୟାବିନେଟ ସଦସ୍ୟଙ୍କୁ କରୋନା

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କ୍ୟାବିନେଟରେ ଥିବା ଜଣେ ସଦସ୍ୟ ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ପ୍ରଥମଥର ପାଇଁ ପଶ୍ଚିମବଙ୍ଗରେ ଜଣେ ମନ୍ତ୍ରୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ଅଗ୍ନିଶମ ବିଭାଗର ମନ୍ତ୍ରୀ ଥିବା ସୁଜିତ ବୋଷଙ୍କ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ତାଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି। ମନ୍ତ୍ରୀ ବୋଷଙ୍କ ଘରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କ କରୋନା ରିପୋର୍ଟ ପ୍ରଥମେ ପଜିଟିଭ ଆସିଥିଲା। ଏହାପରେ ବୋଷ ଓ ତାଙ୍କ ପରିବାର […]

sujit-bose

Hemant Lenka
  • Published: Friday, 29 May 2020
  • , Updated: 29 May 2020, 01:10 PM IST

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କ୍ୟାବିନେଟରେ ଥିବା ଜଣେ ସଦସ୍ୟ ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ପ୍ରଥମଥର ପାଇଁ ପଶ୍ଚିମବଙ୍ଗରେ ଜଣେ ମନ୍ତ୍ରୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ଅଗ୍ନିଶମ ବିଭାଗର ମନ୍ତ୍ରୀ ଥିବା ସୁଜିତ ବୋଷଙ୍କ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ତାଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି।

ମନ୍ତ୍ରୀ ବୋଷଙ୍କ ଘରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କ କରୋନା ରିପୋର୍ଟ ପ୍ରଥମେ ପଜିଟିଭ ଆସିଥିଲା। ଏହାପରେ ବୋଷ ଓ ତାଙ୍କ ପରିବାର ସଦସ୍ୟଙ୍କ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା। ଶେଷରେ ଗତକାଲି ସମସ୍ତଙ୍କ ରିପୋର୍ଟ ଆସିଛି।

ରିପୋର୍ଟ ଅନୁସାରେ ବୋଷ ଓ ତାଙ୍କ ପରିବାରର ଜଣେ ସଦସ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ତେବେ ଅନ୍ୟମାନଙ୍କ ରିପୋର୍ଟ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।

ଗୁରୁବାର ପଶ୍ଚିମବଙ୍ଗରେ ୩୩୪ଟି ପଜିଟିଭ କେସ ସାମ୍ନାକୁ ଆସିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୫୩୬କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁସଂଖ୍ୟା ୨୨୩ ରହିଛି।

Related story