ଦୁର୍ବଳ ମୌସୁମୀ ବିଗାଡ଼ିପାରେ ଦେଶର ଅର୍ଥବ୍ୟବସ୍ଥା

ନୂଆଦିଲ୍ଲୀ: ଜୁନ ୮ରେ  ମୌସୁମୀ କେରଳ ଛୁଇଁଥିଲା। ହେଲେ ସାରା ଦେଶରେ ପୂର୍ବାନୁମାନ ଅନୁଯାୟୀ ବର୍ଷା ହୋଇନାହିଁ। ଯଦି ଆହୁରି ଦୁଇ ତିନି ସପ୍ତାହ ଏଭଳି ବର୍ଷାଶୁନ୍ୟ ସ୍ଥିତି ଲାଗି ରହେ,  ତା’ହେଲେ ଦେଶର ଅର୍ଥନୀତି ପ୍ରଭାବିତ ହୋଇପାରେ ବୋଲି ଆକଳନ କରିଛନ୍ତି ଅର୍ଥନୀତିଜ୍ଞ। ଗତ ଚାରି ବର୍ଷ ଧରି ଦେଶର ଅର୍ଥନୀତି ଦୁର୍ବଳ ରହିଥିବା ବେଳେ ଚଳିତ ବର୍ଷର ପ୍ରଥମ ତିନି ମାସରେ  ଦେଶର ଆର୍ଥିକ ସ୍ଥିତି ଆହୁରି ଦୁର୍ବଳ ହୋଇଛି। ଭାରତୀୟ ପାଣିପାଗ ବିଭାଗର […]

moonsoon-..........

Subhransu Sekhar
  • Published: Thursday, 27 June 2019
  • , Updated: 27 June 2019, 07:52 PM IST

ନୂଆଦିଲ୍ଲୀ: ଜୁନ ୮ରେ  ମୌସୁମୀ କେରଳ ଛୁଇଁଥିଲା। ହେଲେ ସାରା ଦେଶରେ ପୂର୍ବାନୁମାନ ଅନୁଯାୟୀ ବର୍ଷା ହୋଇନାହିଁ। ଯଦି ଆହୁରି ଦୁଇ ତିନି ସପ୍ତାହ ଏଭଳି ବର୍ଷାଶୁନ୍ୟ ସ୍ଥିତି ଲାଗି ରହେ,  ତା'ହେଲେ ଦେଶର ଅର୍ଥନୀତି ପ୍ରଭାବିତ ହୋଇପାରେ ବୋଲି ଆକଳନ କରିଛନ୍ତି ଅର୍ଥନୀତିଜ୍ଞ। ଗତ ଚାରି ବର୍ଷ ଧରି ଦେଶର ଅର୍ଥନୀତି ଦୁର୍ବଳ ରହିଥିବା ବେଳେ ଚଳିତ ବର୍ଷର ପ୍ରଥମ ତିନି ମାସରେ  ଦେଶର ଆର୍ଥିକ ସ୍ଥିତି ଆହୁରି ଦୁର୍ବଳ ହୋଇଛି।

ଭାରତୀୟ ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ଚଳିତ ସପ୍ତାହରେ ୨୪ ପ୍ରତିଶତ କମ୍ ବର୍ଷା ହୋଇଛି। ଯାହାକି ଦୀର୍ଘ ୫୦ ବର୍ଷରେ ସବୁଠାରୁ କମ୍। ଖରା ଦିନିଆ ଚାଷ ମଧ୍ୟରେ ଧାନ, ସୋୟାବିନ୍ ଏବଂ ମକା ଆଦି ଚାଷ ହୋଇଥାଏ। ଏଥିପାଇଁ ପ୍ରଚୁର ପାଣିର ଆବଶ୍ୟକତା ଥାଏ। ହେଲେ ବର୍ଷାର ପରିମାଣ କମିଥିବାରୁ ଆଗାମୀ ଦିନରେ ଏହିସବୁ ଶସ୍ୟ ଅଧିକ ଦାମ୍ ହେବା ସାଙ୍ଗକୁ ବଜାରରେ କମ୍ ପରିମାଣରେ ଉପଲବ୍ଧ ହୋଇପାରେ।

ତେଣୁ ଆଗାମୀ ଦୁଇ ତିନି ସପ୍ତାହ ମଧ୍ୟରେ ଦେଶରେ ଭଲ ବର୍ଷା ନହେଲେ ଚାଷ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି ଓ ଅମଳରେ ମଧ୍ୟ ବିଳମ୍ୱ ହେବ ବୋଲି କୁହାଯାଇଛି। ଖାଲି ଏତିକି ନୁହେଁ, ଚାଷୀଙ୍କ ପାଖରୁ ଆରମ୍ଭ କରି କୃଷି ଯନ୍ତ୍ରପାତି ଓ ସାମଗ୍ରୀ ବିକ୍ରି କରୁଥିବା ସଂସ୍ଥା ମାନେ ମଧ୍ୟ କ୍ଷତିରେ ପଡ଼ିବେ ବୋଲି ଆକଳନ ହୋଇଛି। ଯାହାର ପ୍ରଭାବ ସିଧା ବଜାର ଉପରେ ପଡ଼ିବ ବୋଲି ଅର୍ଥବିଶାରଦ ହରିଶ ଗଲିପେଲି କହିଛନ୍ତି।

Related story