ଦେଖନ୍ତୁ ଈଶା ଅମ୍ବାନୀ ଓ ଆନନ୍ଦ ପରିମଲଙ୍କ ବାହାଘରର କିଛି ସ୍ମରଣୀୟ ଫଟୋ ଓ ଭିଡ଼ିଓ

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ଭାରତର ସବୁଠୁ ଧନୀ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀ, ଶିଳ୍ପପତି ଆନନ୍ଦ ପୀରାମଲଙ୍କୁ ଗତକାଲି ବିବାହ କରିଛନ୍ତି। ଏବେ ତାଙ୍କ ବାହାଘରର କିଛି ଫଟୋ ଓ ଭିଡ଼ିଓ ସାମ୍ନାକୁ ଆସିଛି, ଯେଉଁଥିରେ ଇଶା ଓ ଆନନ୍ଦ ଦୁହେଁ ବାହାବେଦୀରେ ବସିଥିବା ନଜର ଆସୁଛନ୍ତି। ଦୁହେଁ ଏକାଠି ବେଶ୍ ସୁନ୍ଦର ଲାଗୁଛନ୍ତି। https://www.instagram.com/p/BrS93__jWjA/?utm_source=ig_web_copy_link https://www.instagram.com/p/BrS909HD-WO/?utm_source=ig_web_copy_link ଈଶା ଗୁଜରାଟୀ ପାରମ୍ପାରିକ ଲାଲ୍ ଓ ଧଳା ରଙ୍ଗର ଶାଢ଼ୀ ପିନ୍ଧିଥିବାବେଳେ ଆନନ୍ଦ ମଧ୍ୟ ଧଳା ରଙ୍ଗର […]

ambani

ambani

Chinmayee Roy
  • Published: Thursday, 13 December 2018
  • Updated: 13 December 2018, 04:12 PM IST

Sports

Latest News

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ଭାରତର ସବୁଠୁ ଧନୀ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀ, ଶିଳ୍ପପତି ଆନନ୍ଦ ପୀରାମଲଙ୍କୁ ଗତକାଲି ବିବାହ କରିଛନ୍ତି। ଏବେ ତାଙ୍କ ବାହାଘରର କିଛି ଫଟୋ ଓ ଭିଡ଼ିଓ ସାମ୍ନାକୁ ଆସିଛି, ଯେଉଁଥିରେ ଇଶା ଓ ଆନନ୍ଦ ଦୁହେଁ ବାହାବେଦୀରେ ବସିଥିବା ନଜର ଆସୁଛନ୍ତି। ଦୁହେଁ ଏକାଠି ବେଶ୍ ସୁନ୍ଦର ଲାଗୁଛନ୍ତି।

https://www.instagram.com/p/BrS93__jWjA/?utm_source=ig_web_copy_link

https://www.instagram.com/p/BrS909HD-WO/?utm_source=ig_web_copy_link

ଈଶା ଗୁଜରାଟୀ ପାରମ୍ପାରିକ ଲାଲ୍ ଓ ଧଳା ରଙ୍ଗର ଶାଢ଼ୀ ପିନ୍ଧିଥିବାବେଳେ ଆନନ୍ଦ ମଧ୍ୟ ଧଳା ରଙ୍ଗର ସେରୱାନି ପିନ୍ଧିଛନ୍ତି। ଉଭୟ କୋଡ଼ିନେଟେଡ ଆଉଟ୍‌ଫିଟ୍‌ରେ ନଜର ଆସିଛନ୍ତି। ଦୁଇଜଣଙ୍କ ଲୁକ୍‌ ବେଶ୍‌ ଆକର୍ଷଣୀୟ ଲାଗୁଛି। ବିଶେଷ କରି ଈଶା କନିଆ ବେଶରେ ବହୁତ ସୁନ୍ଦର ଲାଗୁଛନ୍ତି। ଭିଡ଼ିଓରେ ବରଣମାଳର ଦୃଶ୍ୟ ସହିତ ବାହାବେଦୀର ନଜାରା ମଧ୍ୟ ଦେଖିବାକୁ ମିଳିଛି।

https://www.instagram.com/p/BrTAb8ojrku/?utm_source=ig_web_copy_link

https://www.instagram.com/p/BrTLseiDfxJ/?utm_source=ig_web_copy_link

ମୁମ୍ବାଇସ୍ଥିତ ମୁକେଶଙ୍କ ବାସଭବନ ଆଣ୍ଟିଲିଆରେ ବାହାଘର ଅନୁଷ୍ଠିତ ହୋଇଛି। ଏଥିପାଇଁ ଆଣ୍ଟିଲିଆକୁ ରଙ୍ଗ ବେରଙ୍ଗ ଫୁଲ ଓ ଆଲୋକମାଳାରେ ସଜ୍ଜିତ କରାଯାଇଥିଲା। ଏହି ବିବାହ ଉତ୍ସବରେ ଅଭିଷେକ ବଚ୍ଚନ-ପତ୍ନି ଐଶ୍ୱରୀୟା ରାଏ ବଚ୍ଚନ ଓ ଝିଅ ଆରାଧ୍ୟା ବଚ୍ଚନ, ଶାହାରୁଖ ଓ ଗୌରି, ପ୍ରିୟଙ୍କା ଓ ନିକ୍‌, ରଣଭୀର-ଦୀପିକା, ଶିଳ୍ପା ସେଟ୍ଟୀ, ସୈଫ୍-କରୀନା ଓ କରୀସ୍ମା କପୁରଙ୍କ ସମେତ ବହୁ ଷ୍ଟାରଙ୍କୁ ଦେଖିବାକୁ ମିଳିଛି।

https://www.instagram.com/p/BrSfD72DA0V/?utm_source=ig_web_copy_link

https://www.instagram.com/p/BrTGdUzDM9s/?utm_source=ig_web_copy_link

https://www.instagram.com/p/BrS2drXDZGz/?utm_source=ig_web_copy_link

https://www.instagram.com/p/BrSdwU6jalu/?utm_source=ig_web_copy_link

https://www.instagram.com/p/BrS2sqoD0Fw/?utm_source=ig_web_copy_link

ବାହାଘର ପାଇଁ କଡ଼ା ସୁରକ୍ଷାର ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ଯେଉଁ ରାସ୍ତାରେ ବର ଆସିଲେ ସେହି ରାସ୍ତାକୁ ମଧ୍ୟ କଡ଼ା ସୁରକ୍ଷା ବଳୟରେ ରଖାଯାଇଥିଲା। ମୁକେଶ ଅମ୍ବାନୀଙ୍କ ସହ ତାଙ୍କ ଭାଇ ଅନୀଲ ଅମ୍ବାନୀ ମଧ୍ୟ ବରଯାତ୍ରୀଙ୍କୁ ସ୍ୱାଗତ କରିଥିଲେ। ପୂର୍ବରୁ ରାଜସ୍ଥାନ ଉଦୟପୁରରେ ପ୍ରି-ୱେଡିଂ ସେରିମନି ହୋଇଥିଲା।  ୪ ଦିନ ଧରି ଚାଲିଥିବା ଏ ଉତ୍ସବରେ ମଧ୍ୟ ଦେଶର ବହୁ ନାମୀଦାମୀ ସେଲିବ୍ରିଟି ସାମିଲ୍‌ ହୋଇଥିଲେ।

https://www.instagram.com/p/BrSc3USDPI7/?utm_source=ig_web_copy_link

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos