ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ‘ଜେଡ୍‌’ସ୍ତରର ସୁରକ୍ଷା

କୋଲକାତା:ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକରଙ୍କୁ ‘ଜେଡ୍‌’ସ୍ତରର ସୁରକ୍ଷା ମିଳିବ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବିଭିନ୍ନ ସୁରକ୍ଷା ସଂସ୍ଥାଙ୍କ ସହ ଆଲୋଚନା କରି ଏହି ନିଷ୍ପତ୍ତି ନେଇଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ସିଆରପିଏଫ୍‌ ତାଙ୍କ ସୁରକ୍ଷାର ଦାୟିତ୍ୱ ନେବାକୁ ଏହି ନିର୍ଦ୍ଦେଶରେ କୁହାଯାଇଛି। ଖୁବ୍‌ ଶୀଘ୍ର ଅର୍ଦ୍ଧସାମରିକ ବାହିନୀ ସିଆରପିଏଫ୍‌ ଏହି ଦାୟିତ୍ୱ ନେବ। ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ, କେବଳ ସିଆଇଏସ୍‌ଏଫ୍‌ ଏବଂ ଏନ୍‌ଏସ୍‌ଜି ଏଭଳି ଭିଭିଆଇପିଙ୍କ ସୁରକ୍ଷା ଦାୟିତ୍ୱରେ ଥା’ନ୍ତି। […]

westbengal

Subrat Kumar Nayak
  • Published: Thursday, 17 October 2019
  • , Updated: 18 October 2019, 02:18 AM IST

କୋଲକାତା:ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକରଙ୍କୁ ‘ଜେଡ୍‌’ସ୍ତରର ସୁରକ୍ଷା ମିଳିବ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବିଭିନ୍ନ ସୁରକ୍ଷା ସଂସ୍ଥାଙ୍କ ସହ ଆଲୋଚନା କରି ଏହି ନିଷ୍ପତ୍ତି ନେଇଛନ୍ତି।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ସିଆରପିଏଫ୍‌ ତାଙ୍କ ସୁରକ୍ଷାର ଦାୟିତ୍ୱ ନେବାକୁ ଏହି ନିର୍ଦ୍ଦେଶରେ କୁହାଯାଇଛି। ଖୁବ୍‌ ଶୀଘ୍ର ଅର୍ଦ୍ଧସାମରିକ ବାହିନୀ ସିଆରପିଏଫ୍‌ ଏହି ଦାୟିତ୍ୱ ନେବ।

ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ, କେବଳ ସିଆଇଏସ୍‌ଏଫ୍‌ ଏବଂ ଏନ୍‌ଏସ୍‌ଜି ଏଭଳି ଭିଭିଆଇପିଙ୍କ ସୁରକ୍ଷା ଦାୟିତ୍ୱରେ ଥା’ନ୍ତି। ସିଆରପିଏଫ୍‌ ଏବଂ ଆଇଟିବିପି କମାଣ୍ଡୋ ମଧ୍ୟ ଏହି ଦାୟିତ୍ୱରେ ଥା’ନ୍ତି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସୁରକ୍ଷା ଦାୟିତ୍ୱରେ ବର୍ତ୍ତମାନ ସିଆରପିଏଫ୍‌ ଅଛନ୍ତି। ନିକଟ ଅତୀତରେ ଯାଦବପୁର ବିଶ୍ୱବିଦ୍ୟାଳୟ ଘଟଣାରେ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କୁ ଉଦ୍ଧାର କରିବାକୁ ଖୋଦ୍‌ ରାଜ୍ୟପାଳ ପହଞ୍ଚିଥିଲେ।

Related story