ସୀମା ବିବାଦକୁ ନେଇ ଭାରତ-ଚୀନ୍ ମଧ୍ୟରେ କ’ଣ ଆଲୋଚନା ହେଲା?

ନୂଆଦିଲ୍ଲୀ: ଲଦାଖ ଓ ସିକ୍କିମର ଡୋକଲାମରେ ଦେଖାଦେଇଥିବା ବିବାଦକୁ ନେଇ ଆଜି ଭାରତ ଏବଂ ଚୀନର ସେନା ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଛି। ଏହି ସମୟରେ କ’ଣ ଆଲୋଚନା ହୋଇଛି ଦୁଇ ଦେଶ ତରଫରୁ କୌଣସି ସୂଚନା ମିଳିନି। ବୈଦେଶିକ ମନ୍ତ୍ରଣାଳୟ ଏବଂ ସରକାରଙ୍କ ସହିତ ଆଲୋଚନା ପରେ ସେନା ମତ ରଖିପାରେ ବୋଲି ଆଶଙ୍କା କରାଯାଉଛି। ତେବେ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏ ସଂକ୍ରାନ୍ତ ରିପୋର୍ଟ ଅନୁଯାୟୀ ଦୁଇ ଦେଶ ସୀମା ବିବାଦର ସମସ୍ୟାର […]

INDIA CHAINA BORDER

Subhransu Sekhar
  • Published: Saturday, 06 June 2020
  • , Updated: 06 June 2020, 09:31 PM IST

ନୂଆଦିଲ୍ଲୀ: ଲଦାଖ ଓ ସିକ୍କିମର ଡୋକଲାମରେ ଦେଖାଦେଇଥିବା ବିବାଦକୁ ନେଇ ଆଜି ଭାରତ ଏବଂ ଚୀନର ସେନା ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଛି। ଏହି ସମୟରେ କ’ଣ ଆଲୋଚନା ହୋଇଛି ଦୁଇ ଦେଶ ତରଫରୁ କୌଣସି ସୂଚନା ମିଳିନି। ବୈଦେଶିକ ମନ୍ତ୍ରଣାଳୟ ଏବଂ ସରକାରଙ୍କ ସହିତ ଆଲୋଚନା ପରେ ସେନା ମତ ରଖିପାରେ ବୋଲି ଆଶଙ୍କା କରାଯାଉଛି। ତେବେ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏ ସଂକ୍ରାନ୍ତ ରିପୋର୍ଟ ଅନୁଯାୟୀ ଦୁଇ ଦେଶ ସୀମା ବିବାଦର ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦେବେ।

ପୂର୍ବରୁ ଚୀନ୍ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟରେ ଏହି ପ୍ରସଙ୍ଗରେ ହୋଇଥିବା ଚୁକ୍ତିନାମା ଅନୁଯାୟୀ ସମସ୍ୟାର ସମାଧାନ ହେବ ବୋଲି ଜଣାପଡ଼ିଛି। ହେଲେ ନିଜ ସୀମାରୁ ଭାରତ କୌଣସି ପରିସ୍ଥିତିରେ ସେନା ହଟାଇବ ନାହିଁ ବୋଲି କହିଥିବା ଜଣାପଡ଼ିଛି।

ବର୍ତ୍ତମାନର ତିକ୍ତତା ସତ୍ତ୍ୱେ ଆଗାମୀ ଦିନରେ ଦୁଇ ଦେଶ ମଧ୍ୟରେ ଥିବା କୂଟନୀତିକ ସମ୍ପର୍କ ଆହୁରି ବଢ଼ିବା ଦରକାର ବୋଲି ବିଶେଷଜ୍ଞ କହିଛନ୍ତି। ଦୁଇ ଦେଶ ମଧ୍ୟରେ ହୋଇଥିବା କୂଟନୀତିକ ସମ୍ପର୍କର ୭୦ ତମ ବାର୍ଷିକ ସମ୍ମିଳନୀ ଅବସରରେ ଆୟୋଜିତ ହେବାକୁ ଥିବା ସମାବେଶକୁ ଏଡାଇବା ଠିକ୍ ନୁହେଁ। ତେବେ କରୋନା ପାଇଁ ଏହି ସମାବେଶ ବିଳମ୍ୱ ହୋଇପାରେ।

ଶନିବାର ବୈଠକ ହେବା ପୂର୍ବରୁ ଶୁକ୍ରବାର ଦୁଇ ଦେଶର ବୈଦେଶିକ ମନ୍ତ୍ରଣାଳୟ ଏବଂ ଚୀନ୍ ରାଷ୍ଟ୍ରଦୂତ ବିବୃତ୍ତି ଜାରି କରିଥିଲେ। ଯେଉଁଥିରୁ ସ୍ପଷ୍ଟ ହୋଇଛି, ଉଭୟ ପକ୍ଷ ଉତ୍ତେଜନା ଦୂର କରିବା ପାଇଁ ଉଦ୍ଦେଶ୍ୟ ରଖିଛନ୍ତି।

ଭାରତ ସହିତ ଚୀନର ସୀମା ବିବାଦ ନୂଆ ନୁହେଁ। ହେଲେ ଗତ ପାଞ୍ଚ ବର୍ଷରେ ମୋଦି ଏବଂ ଜିନ୍ ପିଙ୍ଗଙ୍କ ମଧ୍ୟରେ ବୈଠକ ବହୁତ କମ୍ ରହିଛି। ହେଲେ ୨୦୧୪ ରୁ ୨୦୧୯ ମଧ୍ୟରେ ଦୁଇ ଦେଶର ମୁଖିଆ ପାଖାପାଖି ୨୦ ଥର ଭେଟିଛନ୍ତି ବିଭିନ୍ନ ଫୋରମରେ। ଏହି ସାକ୍ଷାତର ପ୍ରଭାବ ଡୋକଲାମ ସ୍ଥିତିକୁ ନିୟନ୍ତ୍ରଣ କରିଥିଲା ବୋଲି ବିଶେଷଜ୍ଞ କହିଛନ୍ତି।

ସେହିପରି ପୂର୍ବତନ ବୈଦେଶିକ ସଚିବ ନିରୁପମା ମେନନ୍ ରାଓ କହିଛନ୍ତି, 'ଭାରତ ଏବଂ ଚୀନ୍ ମଧ୍ୟରେ ଯୁଦ୍ଧ ବିକଳ୍ପ ନୁହେଁ। କିନ୍ତୁ ଆମେ ସୀମାରେ ସ୍ଥିର ରହିବା ଉଚିତ ଏବଂ ପଛକୁ ହଟିବା ଠିକ୍ ନୁହେଁ।

Related story