ଭାଇଜାଗରେ ଲିକ୍ ହୋଇଥିବା ବିଷାକ୍ତ ଗ୍ୟାସ କେତେ କ୍ଷତିକାରକ?

ଅମରାବତୀ: ଗୁରୁବାର ଭାଇଜାଗରେ ଥିବା ଏକ ଏଲଜି ପଲିମର୍ସ କାରଖାନାରେ ବିଷାକ୍ତ ଗ୍ୟାସ ଲିକ୍ ହେବାରୁ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ଶତାଧିକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଲିକ୍ ହୋଇଥିବା ଗ୍ୟାସ୍ ଷ୍ଟେରାଇନ୍ ପ୍ଲାଷ୍ଟିକ୍ ଇଞ୍ଜିନିୟରିଂ ଇଣ୍ଡଷ୍ଟ୍ରିରେ ବ୍ୟବହୃତ ହୁଏ। ଏହା କିନ୍ତୁ ବିଷାକ୍ତ ସହିତ ଦହନୀୟ। ଏହି ଗ୍ୟାସ ମଣିଷର ଶରୀର ଭିତରକୁ ଯିବା ପରେ ନର୍ଭସ ସିଷ୍ଟମକୁ ପ୍ରଭାବିତ କରିଥାଏ। ଏମିତିକି ନିଃଶ୍ୱାସ ନଳୀ, ଆଖି, କାନ ଏବଂ ଗଳାକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ। […]

Visakhapatnam_Gas_Leak

Visakhapatnam_Gas_Leak

Subhransu Sekhar
  • Published: Thursday, 07 May 2020
  • Updated: 07 May 2020, 06:13 PM IST

Sports

Latest News

ଅମରାବତୀ: ଗୁରୁବାର ଭାଇଜାଗରେ ଥିବା ଏକ ଏଲଜି ପଲିମର୍ସ କାରଖାନାରେ ବିଷାକ୍ତ ଗ୍ୟାସ ଲିକ୍ ହେବାରୁ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ଶତାଧିକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଲିକ୍ ହୋଇଥିବା ଗ୍ୟାସ୍ ଷ୍ଟେରାଇନ୍ ପ୍ଲାଷ୍ଟିକ୍ ଇଞ୍ଜିନିୟରିଂ ଇଣ୍ଡଷ୍ଟ୍ରିରେ ବ୍ୟବହୃତ ହୁଏ। ଏହା କିନ୍ତୁ ବିଷାକ୍ତ ସହିତ ଦହନୀୟ।

ଏହି ଗ୍ୟାସ ମଣିଷର ଶରୀର ଭିତରକୁ ଯିବା ପରେ ନର୍ଭସ ସିଷ୍ଟମକୁ ପ୍ରଭାବିତ କରିଥାଏ। ଏମିତିକି ନିଃଶ୍ୱାସ ନଳୀ, ଆଖି, କାନ ଏବଂ ଗଳାକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ। ଏହି ଗ୍ୟାସକୁ କାରସିନୋଜେନିକ ବା କର୍କଟ ରୋଗ କାରକ ଗ୍ୟାସ୍‌ ବୋଲି ମଧ୍ୟ କୁହନ୍ତି। ଏହି ଗ୍ୟାସ ମଣିଷର ଶରୀର ଭିତରକୁ ପ୍ରବେଶ କରିବା ପରେ ହଠାତ୍ ବାନ୍ତି ହୋଇଥାଏ ଏବଂ ମୁଣ୍ଡ ବୁଲାଇଥାଏ। ତେଣୁ ତୁରନ୍ତ ଚିକିତ୍ସିତ ହେବା ଦରକାର। ବିଳମ୍ୱ ହେଲେ ସ୍ଥିତି ଜଟିଳ ହୋଇଥାଏ। ଏହାବାଦ ଏହି ଗ୍ୟାସ ଶରୀରରେ ପ୍ରବେଶ କରିବା ପରେ ଜଣେ ଅଣନିଃଶ୍ୱାସୀ ହୋଇଯାଏ, ପରେ ମୃତ୍ୟୁ ବରଣ କରିଥାଏ।

ସୂଚନାଯୋଗ୍ୟ, ଏହି ଗ୍ୟାସ ମୁଖ୍ୟତଃ ପ୍ଲାଷ୍ଟିକ୍, ଫାଇବର ଗ୍ଲାସ, ରବର ଏବଂ ଲାଟେକ୍ସ କମ୍ପାନୀରେ ଏହାକୁ ବ୍ୟବହାର କରାଯାଇଥାଏ।  ପ୍ରାକୃତିକ ଭାବରେ କିଛି ଖାଦ୍ୟ ପଦାର୍ଥ, ଫଳ, ପନି ପରିବା, ମାଂସ, ଡାଲି ଜାତୀୟ ଖାଦ୍ୟରେ ଏହା ସୃଷ୍ଟି ହୋଇଥାଏ।  ଷ୍ଟେରାଇନକୁ ମୁଖ୍ୟତଃ ଇନସୁଲେସନ, ପାଇପ, ବାଇକର ଯନ୍ତ୍ରାଂଶ, ପ୍ରିଣ୍ଟିଂ ଲାଗି ଉଦ୍ଦିଷ୍ଟ କାଟ୍ରିଜ ଏବଂ ଫଟୋ କପି ମେସିନର ଟୋନରରେ ବ୍ୟବହାର କରାଯାଇଥାଏ। ଏହି ଗ୍ୟାସକୁ ଖାଦ୍ୟ ପ୍ୟାକେଜିଂ, କାର୍ପେଟ୍ ଚଟାଣରେ ଲଗାଇବା, ଲଗେଜ୍ , ଯୋତା, ଖେଳନା, ଚଟାଣରେ ବ୍ୟବହୃତ ହେଉଥିବା ଅଠା ଏବଂ ସଫା କରିବା ଲାଗି ପଲିସରେ ବ୍ୟବହୃତ ହୋଇଥାଏ। ଏହି ଷ୍ଟେରାଇନ୍ ଗ୍ୟାସ ସିଗାରେଟ ଧୂଆଁ ଏବଂ ଗାଡିରୁ ବାହାରୁଥିବା ଧୂଆଁରେ ମଧ୍ୟ ଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos