କେବେ ଓ କେଉଁଠି ହୋଇଥିଲା ସର୍ଜିକାଲ ଷ୍ଟ୍ରାଇକ୍: କମଲନାଥ
ଭୋପାଲ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲନାଥ ପୁଣିଥରେ ସେନାର ପାରିବା ପଣିଆ ପରାକାଷ୍ଠା ଉପରେ ପ୍ରଶ୍ନବାଚୀ ଉଠାଇଛନ୍ତି। ଛିନ୍ଦାଓ୍ୱାଡ଼ାରେ ବିଜେପି ବିରୋଧରେ ବର୍ଷିବାକୁ ଯାଇ ସେନାର ଦକ୍ଷତା ଓ ପରାକାଷ୍ଠା ଉପରେ ଅଙ୍ଗୁଳି ଉଠାଇଛନ୍ତି କମଲନାଥ। ଏହି ଅବସରରେ ସେ ଶିବରାଜ ସିଂହ ବିରୋଧରେ ବର୍ଷିଛନ୍ତି କମଲନାଥ।
#WATCH Madhya Pradesh Chief Minister Kamal Nath: Indira Gandhi sarkar thi, jab 90,000 Pakistani jawanon ne surrender kiya tha. Ye uski baat nahi karenge, kehte hain maine surgical strike ki. Kaun si surgical strike ki? pic.twitter.com/oBcNP4ahv6
— ANI (@ANI) February 20, 2020
ଇନ୍ଦିରା ଗାନ୍ଧୀ ସରକାର ବେଳେ ୯୦ ହଜାର ପାକିସ୍ତାନୀ ଯବାନ ଭାରତ ଆଗରେ ଆତ୍ମସମର୍ପଣ କରିଥିଲେ। ଏଭଳି କଥା ବିଜେପି କେବି କହିବ ନାହିଁ। କିନ୍ତୁ ବିଜେପି ନେତା କେବଳ ସର୍ଜିକାଲ ଷ୍ଟ୍ରାଇକ କଥା କହିବେ। କେବେ ଓ କେଉଁଠି ହୋଇଛି ସର୍ଜିକାଲ ଷ୍ଟ୍ରାଇକ ଏ ବାବଦରେ ବିଜେପି ନେତା ସ୍ପଷ୍ଚୀକରଣ ଦେବା ଦରକାର ବୋଲି କମଲନାଥ କହିଛନ୍ତି। ବିଜେପି ଶ୍ରେୟ ନେବା ପାଇଁ ରାଜନୀତି କରେ। ହେଲେ କଂଗ୍ରେସ ନୁହେଁ ବୋଲି କମଲନାଥ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।