ବଜେଟ: ନିର୍ବାଚନ ପାଇଁ ୪ ରାଜ୍ୟକୁ ଗୁରୁତ୍ୱ

ନୂଆଦିଲ୍ଲୀ: ଚଳିତ ବର୍ଷ ୪ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ଏଥିପାଇଁ କେନ୍ଦ୍ର ସରକାର ଏହାକୁ ଦୃଷ୍ଟିରେ ରଖି ବିଜେଟ୍‌ରେ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିର୍ବାଚନ ହେବାକୁ ଥିବା ୪ ରାଜ୍ୟ ପାଇଁ ବଜେଟରେ ପ୍ୟାକେଜ୍ ଘୋଷଣା କରିଛନ୍ତି। ସେ ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ ଓ ଆସାମରେ ଭିତ୍ତିଭୂମି ବିକାଶ ପାଇଁ ଅର୍ଥ ବ୍ୟୟବରାଦ କରିଛନ୍ତି। ତାଙ୍କ ଘୋଷଣା ଅନୁଯାୟୀ, ପଶ୍ଚିମବଙ୍ଗର ଭତ୍ତିଭୂମି ବିକାଶ ପାଇଁ ୨୫ ହଜାର କୋଟି ଟଙ୍କାର […]

cs

Hemant Lenka
  • Published: Monday, 01 February 2021
  • , Updated: 01 February 2021, 01:38 PM IST

ନୂଆଦିଲ୍ଲୀ: ଚଳିତ ବର୍ଷ ୪ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ଏଥିପାଇଁ କେନ୍ଦ୍ର ସରକାର ଏହାକୁ ଦୃଷ୍ଟିରେ ରଖି ବିଜେଟ୍‌ରେ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିର୍ବାଚନ ହେବାକୁ ଥିବା ୪ ରାଜ୍ୟ ପାଇଁ ବଜେଟରେ ପ୍ୟାକେଜ୍ ଘୋଷଣା କରିଛନ୍ତି।

ସେ ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ ଓ ଆସାମରେ ଭିତ୍ତିଭୂମି ବିକାଶ ପାଇଁ ଅର୍ଥ ବ୍ୟୟବରାଦ କରିଛନ୍ତି। ତାଙ୍କ ଘୋଷଣା ଅନୁଯାୟୀ, ପଶ୍ଚିମବଙ୍ଗର ଭତ୍ତିଭୂମି ବିକାଶ ପାଇଁ ୨୫ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହି ଅର୍ଥରେ ୬୭୫ କିମି ନୂଆ ରାଜପଥ ସହ ବିଭିନ୍ନ ସ୍ଥାନରେ ମରାମତି କରାଯିବ।

ସେହିପରି କେରଳ ପାଇଁ ୬୫ ହଜାର କୋଟି ଓ ଆସାମ ପାଇଁ ୩ ହଜାର ୪ ଶହ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ତାମିଲନାଡୁରେ ୩୫ଶହ କିମି ଜାତୀୟ ରାଜପଥ ପାଇଁ ଭାରତ ସରକାର ବଜେଟରେ ୧.୦୩ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।

ସେହିପରି ଆସାମ ଓ ବେଙ୍ଗଲର ଚା’ ଚାଷୀଙ୍କ ପାଇଁ ୧ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଆସାମ ଓ ବେଙ୍ଗଲର ମହିଳା ଏବଂ ଛୋଟ ପିଲାଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା ମଧ୍ୟ ଘୋଷଣା କରାଯାଇଛି।

Related story