୩ଟି ପଏଣ୍ଟ ଜରିଆରେ ମୋଦିଙ୍କୁ ପ୍ରଶଂସା କଲେ ଡବ୍ଲୁଏଚ୍‌ଓ ମୁଖ୍ୟ

ନୂଆଦିଲ୍ଲୀ: ଲକଡାଉନ ବେଳେ ଭାରତର ଗରିବ ଓ ଶ୍ରମିକଙ୍କୁ ସହଯୋଗ କରିବା ପାଇଁ ମୋଦି ସରକାର ଯେଉଁ ସବୁ ପଦକ୍ଷେପ ନେଇଛନ୍ତି, ତା’କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ) ମୁଖ୍ୟ ଟେଡ୍ରୋସ ଆଧାନମ ଘେବ୍ରେୟେସୁସ ପ୍ରଶଂସା କରିଛନ୍ତି। ୩ଟି ପଏଣ୍ଟ ଲେଖି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାଧୁବାଦ ଜଣାଇଛନ୍ତି। ଟ୍ୱିଟରରେ ଟେଡ୍ରୋସ କହିଛନ୍ତି, “ଲକଡାଉନ ଭଳି ସ୍ଥିତିର ସିଧାସଳଖ ପ୍ରଭାବ ଗରିବ ଓ ଦୁର୍ବଳ ଶ୍ରେଣୀର ଲୋକଙ୍କ ଉପରେ ପଡ଼ିଥାଏ। ବିଭିନ୍ନ ଦେଶ ପକ୍ଷରୁ କରୋନା ପାଇଁ […]

v

Hemant Lenka
  • Published: Thursday, 02 April 2020
  • , Updated: 02 April 2020, 01:50 PM IST

ନୂଆଦିଲ୍ଲୀ: ଲକଡାଉନ ବେଳେ ଭାରତର ଗରିବ ଓ ଶ୍ରମିକଙ୍କୁ ସହଯୋଗ କରିବା ପାଇଁ ମୋଦି ସରକାର ଯେଉଁ ସବୁ ପଦକ୍ଷେପ ନେଇଛନ୍ତି, ତା’କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ) ମୁଖ୍ୟ ଟେଡ୍ରୋସ ଆଧାନମ ଘେବ୍ରେୟେସୁସ ପ୍ରଶଂସା କରିଛନ୍ତି। ୩ଟି ପଏଣ୍ଟ ଲେଖି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାଧୁବାଦ ଜଣାଇଛନ୍ତି।

ଟ୍ୱିଟରରେ ଟେଡ୍ରୋସ କହିଛନ୍ତି, “ଲକଡାଉନ ଭଳି ସ୍ଥିତିର ସିଧାସଳଖ ପ୍ରଭାବ ଗରିବ ଓ ଦୁର୍ବଳ ଶ୍ରେଣୀର ଲୋକଙ୍କ ଉପରେ ପଡ଼ିଥାଏ। ବିଭିନ୍ନ ଦେଶ ପକ୍ଷରୁ କରୋନା ପାଇଁ ଲୋକଙ୍କୁ ଘର ମଧ୍ୟରେ ରହିବାକୁ ପରାମର୍ଶ ଦିଆଯାଇଛି। କରୋନା ସଂକ୍ରମଣକୁ ରୋବିକା ପାଇଁ ଲୋକଙ୍କ ଚଳପ୍ରଚଳକୁ ବନ୍ଦ କରିଦେଇଛନ୍ତି। ଏହାଦ୍ୱାରା ଗରିବମାନେ ସିଧାସଳଖ ପ୍ରଭାବିତ ହୋଇଛନ୍ତି। ଏହି କ୍ରାଇସିସ ବେଳେ ଗରିବ ଓ ଦୁର୍ବଳ ଶ୍ରେଣୀର ଲୋକମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ମୁଁ ସବୁ ଦେଶକୁ ନିବେଦନ କରୁଛି।”

ଆଉ ଏକ ଟ୍ୱିଟରେ ସେ ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, “କୋଭିଡ-୧୯ କ୍ରାଇସିସ ବେଳେ ପ୍ରଧାନମନ୍ତ୍ରୀ ଭାରତର ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ୨୪ ବିଲିୟନ ଡଲାରର ପ୍ୟାକେଜ ଘୋଷଣା କରିଥିବାରୁ ମୁଁ ତାଙ୍କୁ ସାଧୁବାଦ ଜଣାଉଛି। ଲକଡାଉନ ବେଳେ ୧-୮୦୦ ମିଲିୟନ ଲୋକଙ୍କୁ ମାଗଣା ରାସନ ସାମଗ୍ରୀ ୨-ଗିରବ ଶ୍ରେଣୀର ୨୦୪ ମିଲିୟନ ମହିଳାଙ୍କ ଖାତାକୁ ଟଙ୍କା ପଠାଇବା ୩-ଆଠ ମିଲିୟନ ଘରକୁ ମାଗଣା ଗ୍ୟାସ ଯୋଗାଣ ବ୍ୟବସ୍ଥା ମୋଦି କରିଛନ୍ତି।” ଲକଡାଉନ ବେଳେ ସୃଷ୍ଟି ହେଉଥିବା ସମସ୍ୟାକୁ ଦୂର କରିବା ପାଇଁ ଗତ ଗୁରୁବାର ମୋଦି ସରକାର ୧.୭ ଲକ୍ଷ କୋଟିର ପ୍ୟାକେଜ ଘୋଷଣା କରିଥିଲେ।

Related story