ଚର୍ଚ୍ଚାରେ ଆଇପିଏସ ଲିପି ସିଂହ, କାହିଁକି ସେ ଲେଡି ସିଙ୍ଘମ?

ନୂଆଦିଲ୍ଲୀ: ସାରା ଦେଶରେ ଏବେ ଟ୍ରେଣ୍ଡିଂ କରୁଛନ୍ତି ଆଇପିଏସ ଲିପି ସିଂହ। ସେ ହେଉଛନ୍ତି ବିହାରର ମୁଙ୍ଗେର ଜିଲ୍ଲା ଏସପି। ତେବେ ଦୁର୍ଗା ମୂର୍ତ୍ତି ଭସାଣ ବେଳେ ଲୋକଙ୍କୁ ପୁଲିସ ପଶୁଙ୍କ ଭଳି ପିଟିବା ଓ ଗୁଳିମାଡ଼ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଆଇପିଏସ ଲିପି ସିଂହ ଦେଇଥିବା ବୟାନ ତାଙ୍କୁ ଆଜି ଚର୍ଚ୍ଚାର ପରିସରକୁ ଆଣିଛି। ସେ ଘଟଣା ପରେ “ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରରେ ରହିଛି” ବୋଲି କହିଥିଲେ। ବାସ୍‌ ଏହି ବୟାନକୁ ଭିତ୍ତି କରି […]

g

Hemant Lenka
  • Published: Wednesday, 28 October 2020
  • , Updated: 28 October 2020, 05:48 PM IST

ନୂଆଦିଲ୍ଲୀ: ସାରା ଦେଶରେ ଏବେ ଟ୍ରେଣ୍ଡିଂ କରୁଛନ୍ତି ଆଇପିଏସ ଲିପି ସିଂହ। ସେ ହେଉଛନ୍ତି ବିହାରର ମୁଙ୍ଗେର ଜିଲ୍ଲା ଏସପି। ତେବେ ଦୁର୍ଗା ମୂର୍ତ୍ତି ଭସାଣ ବେଳେ ଲୋକଙ୍କୁ ପୁଲିସ ପଶୁଙ୍କ ଭଳି ପିଟିବା ଓ ଗୁଳିମାଡ଼ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଆଇପିଏସ ଲିପି ସିଂହ ଦେଇଥିବା ବୟାନ ତାଙ୍କୁ ଆଜି ଚର୍ଚ୍ଚାର ପରିସରକୁ ଆଣିଛି। ସେ ଘଟଣା ପରେ “ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରରେ ରହିଛି” ବୋଲି କହିଥିଲେ। ବାସ୍‌ ଏହି ବୟାନକୁ ଭିତ୍ତି କରି ସୋଶାଲ ମିଡିଆରେ ତାଙ୍କୁ ଜାଲିଆନାୱାଲାରେ ନରସଂହାର କରିଥିବା ଜେନେରାଲ ଡାୟରଙ୍କ ସହ ତୁଳନା କରାଯାଇଛି।

ତେବେ ଏହି ଲେଡି ସିଙ୍ଘମ ଆଇପିଏସ ଅଫିସର ଲିପି ସିଂହ କିଏ?

ଲିପି ସିଂହଙ୍କ ମୋକାଲାରୁ ମୁଙ୍ଗେର ଯାତ୍ରା ତାଙ୍କୁ ଲେଡି ସିଂଘମରୁ ଜେନେରାଲ ଡାୟର ଭାବେ ସଜାଇ ଦେଇଛି। ହେଲେ ଏ ବିଷୟରେ ଆମେ ପଛରେ କଥା ହେବା। ପ୍ରଥମେ ସେ କ’ଣ କହିଥିଲେ ଆସନ୍ତୁ ଜାଣିବା।

ମଙ୍ଗଳବାର ଦୁର୍ଗା ପୂଜା ଭସାଣିକୁ ନେଇ ସଂଘର୍ଷ ହୋଇଥିଲା। ଶତାଧିକ ଲୋକ ମୂର୍ତ୍ତି ବିସର୍ଜନ ପାଇଁ ଯାଉଥିବା ବେଳେ ପୁଲିସ୍‌ କର୍ମଚାରୀମାନେ ସେମାନଙ୍କୁ ପ୍ରବଳ ପିଟିଥିଲେ। ଏହାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ଏହି ସଂଘର୍ଷରୁ ଟେକା ପଥର ମାଡ଼ ଓ ଗୁଳି ମଧ୍ୟ ଚାଲିଥିଲା। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣଙ୍କ ଆହତ ହୋଇଥିଲେ।

ଏହାପରେ ମୁଙ୍ଗେର ଏସପି ଲିପି ସିଂହ କହିଥିଲେ, “ଦୁର୍ଗା ପୂଜା ଭସାଣ ବେଳେ କିଛି ଅସାମାଜିକ ବ୍ୟକ୍ତି ଟେକା ପଥର ମାଡ଼ କରିବାରୁ ୨୦ ଜଣ ପୁଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି। ଏହି ଘଟଣା ପରେ ଭିଡ଼ ମଧ୍ୟରୁ କେହି ଗୁଳି କରିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏବେ ପରିସ୍ଥିତି ପୂରା ନିୟନ୍ତ୍ରଣରେ ରହିଛି।”

ସୋମବାର ରାତିରେ ମୁଙ୍ଗେର ଜିଲ୍ଲା ଦୀନ ଦୟାଲ ଉପାଧ୍ୟାୟ ଛକରେ ଏହି ଘଟଣା ଘଟିଥିଲା। ପୁଲିସ୍‌ ଲୋକଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଗୁଳି ଚଳାଇଥିଲା ଓ ଏଥିରେ ଜଣେ ୨୦ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏସବୁ ସତ୍ତ୍ୱେ ଲିପି ସିଂହ ଏହାକୁ ହାଲୁକା ଭାବେ ନେବା ଓ ସ୍ଥିତି ବିଗିଡ଼ି ନାହିଁ ବୋଲି କହିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି।


ଜେନେରାଲ ଡାୟର ଯେମିତି ଜାଲିଆନାୱାଲାରେ ନରସଂହାର କରିଥିଲେ ଠିକ୍‌ ସେହିପରି ଲିପି ସିଂହ ମୁଙ୍ଗେରରେ ଲୋକଙ୍କୁ ଗାଈଗୋରୁଙ୍କ ଭଳି ପିଟିବା ସହ ହତ୍ୟା କରିବାକୁ ଉଦ୍ୟମ କରିଥିବା ଅନେକ କହିଛନ୍ତି। କାରଣ ଘଟଣାସ୍ଥଳରୁ ଆସିଥିବା ଭିଡିଓ ଅନୁଯାୟୀ, ଦୁର୍ଗା ମୂର୍ତ୍ତି ଭସାଣରେ ଥିବା ଲୋକମାନଙ୍କୁ ମୂର୍ତ୍ତି ଚାରିପଟେ ବସାଇ ପୁଲିସ୍‌ କର୍ମଚାରୀମାନେ ସେମାନଙ୍କୁ ଘେରି ଯାଇ ପ୍ରବଳ ମାଡ଼ ମାରୁଥିବା ଦେଖିବାକୁ ମିଳିଛି। ଘଟଣା ପରେ ଏତେ ମାତ୍ରାରେ ଲୋକେ ତାଙ୍କ ବିରୋଧରେ ଟ୍ୱିଟ କରିଛନ୍ତି ଯେ ତାଙ୍କ ନାଁ ସୋଶାଲ ମିଡିଆରେ ଟ୍ରେଣ୍ଡିଂ କରିବା ଆରମ୍ଭ ହୋଇଛି।

ଲିପି ସିଂହ ହେଉଛନ୍ତି ରାଜ୍ୟସଭାର ଜେଡିୟୁ ନେତା ଆରସିପି ସିଂହଙ୍କ ଝିଅ। ବିହାରର ବାରହା ଜିଲ୍ଲାର ପ୍ରଥମ ମହିଳା ପୁଲିସ୍ ଅଫିସର ହେଉଛନ୍ତି ଲିପି ସିଂହ। ଲିପି ସିଂହ ହେଉଛନ୍ତି ୨୦୧୬ ବ୍ୟାଚ ଆଇପିଏସ ଅଫିସର। ଲିପି ସିଂହଙ୍କ ପୂର୍ବରୁ ଶୋଭା ଓହାଟକେରଙ୍କୁ ରାଜ୍ୟର ଜେନେରାଲ ଡାୟର ବୋଲି କୁହାଯାଉଥିଲା।

୨୦୧୯ ଅଗଷ୍ଟରେ ଲିପି ସିଂହ ମୋକାମା ବିଧାୟକ ଅନନ୍ତ ସିଂହ ଓରଫ ଛୋଟେ ସରକାର ସିଂହଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚର୍ଚ୍ଚାକୁ ଆସିଥିଲେ। ଅନଲଫୁଲ ଆକ୍ଟିଭିଜ୍‌ ନରୋଧକ ଆଇନ ୧୯୬୭ ଆଧାରେ ତାଙ୍କ ବିରୋଧରେ ଲିପି ସିଂହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଏହି କାରଣ ପାଇଁ ତାଙ୍କୁ ଲେଡି ସିଙ୍ଘମ ବୋଲି ସମସ୍ତେ କହୁଥିଲେ।
https://twitter.com/i/status/1321041364595818496
୨୦୧୯ ଲୋକସଭା ନିର୍ବାଚନ ବେଳେ ତାଙ୍କୁ ବାରହା ଏସଡିପିଓ ଭାବେ ନିଯୁକ୍ତି ମିଳିଥିଲା। ତେବେ ଏହାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇବାରୁ ଲିପି ସିଂହଙ୍କୁ ଆତଙ୍କବାଦ ନିରୋଧ ସ୍କ୍ୱାଡର ଏଏସପି ଭାବେ ଦାୟିତ୍ୱ ଦିଆଯାଇଥିଲା। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ସେ ପୁଲିସ ମୁଖ୍ୟାଳୟରେ କାର୍ଯ୍ୟ କରିଥିଲେ। ମୁଙ୍ଗେର ଲୋକସଭା ଆସନରୁ ଅନନ୍ତଙ୍କ ପତ୍ନୀ ନୀଲମ ଦେବୀ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ। ତାଙ୍କ ଅଭିଯୋଗକ୍ରମେ ଲିପି ସିଂହଙ୍କୁ ବଦଳି କରାଯାଇଥିଲା।

ନୀଲମଙ୍କୁ ଜେଡିୟୁ ନେତା ରାଜୀବ ରଞ୍ଜନ ସିଂହ ପରାସ୍ତ କରି ଲୋକସଭାକୁ ଯାଇଛନ୍ତି। ରାଜୀବ ସେତେବେଳେ ନୀତୀଶ କୁମାରଙ୍କ କ୍ୟାବିନେଟ ସଦସ୍ୟ ରହିଥିଲେ। ନିର୍ବାଚନ ପରେ ବାରହା ଏସଡିପିଓ ଭାବେ ଲିପି ସିଂହ ପୁଣି ଅବସ୍ଥାପିତ ହୋଇଥିଲେ। ନୀତୀଶ କୁମାରଙ୍କ ସହ ତାଙ୍କ ବାପା ଆରସିପି ସିଂହ ସୁସମ୍ପର୍କ ଥିବାରୁ ଲିପିଙ୍କୁ ଏଭଳି ସୁବିଧାସୁଯୋଗ ଯୋଗାଇ ଦିଆଯାଉଥିବା ଅଭିଯୋଗ ହୋଇଛି।

Related story