ଡାଟା ଲିକ୍‌ କଲେ ହୋଇପାରେ ୫ରୁ ୭ ବର୍ଷ ପର୍ଯ୍ୟନ୍ତ ଦଣ୍ଡ

ନୂଆଦିଲ୍ଲୀ: ଡାଟା ଲିକ୍‌ ମାମଲାରେ ସରକାର ଖୁବ୍‌ ଶୀଘ୍ର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଆଗକୁ ଡାଟା ଲିକ୍‌ କରୁଥିବା ଲୋକ କିମ୍ବା ବିନା ୟୁଜର ମଞ୍ଜୁରୀରେ ଡାଟା ସେୟାର କରୁଥିବା ଲୋକଙ୍କୁ ୫ରୁ ୭ ବର୍ଷ ପର୍ଯ୍ୟନ୍ତ ଦଣ୍ଡ ଓ ଭାରି ଜରିମାନା ଦେବାକୁ ପଡ଼ିବ। ଫେସ୍‌ବୁକ୍‌ ଓ ନରେନ୍ଦ୍ର ମୋଦୀ ଆପ୍‌ ଡାଟା ଲିକ୍‌ ହେବା ଘଟଣା ସାମ୍ନାକୁ ଆସିବା ପରେ କେନ୍ଦ୍ର ସରକାର ଏହା ଉପରେ କାମ କରୁଛନ୍ତି। ଡାଟା ପ୍ରୋଟେକ୍ସନ୍‌ […]

fb

Rakesh Mallick
  • Published: Monday, 26 March 2018
  • , Updated: 26 March 2018, 12:10 PM IST

ନୂଆଦିଲ୍ଲୀ: ଡାଟା ଲିକ୍‌ ମାମଲାରେ ସରକାର ଖୁବ୍‌ ଶୀଘ୍ର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଆଗକୁ ଡାଟା ଲିକ୍‌ କରୁଥିବା ଲୋକ କିମ୍ବା ବିନା ୟୁଜର ମଞ୍ଜୁରୀରେ ଡାଟା ସେୟାର କରୁଥିବା ଲୋକଙ୍କୁ ୫ରୁ ୭ ବର୍ଷ ପର୍ଯ୍ୟନ୍ତ ଦଣ୍ଡ ଓ ଭାରି ଜରିମାନା ଦେବାକୁ ପଡ଼ିବ। ଫେସ୍‌ବୁକ୍‌ ଓ ନରେନ୍ଦ୍ର ମୋଦୀ ଆପ୍‌ ଡାଟା ଲିକ୍‌ ହେବା ଘଟଣା ସାମ୍ନାକୁ ଆସିବା ପରେ କେନ୍ଦ୍ର ସରକାର ଏହା ଉପରେ କାମ କରୁଛନ୍ତି। ଡାଟା ପ୍ରୋଟେକ୍ସନ୍‌ ଆକ୍ଟ ଡ୍ରାଫ୍ଟ ମେ’ ୧୫ ପୂର୍ବରୁ ପ୍ରସ୍ତୁତ କରାଯିବ।

ସୂଚନା ଓ ପ୍ରଦ୍ୟୋଗିକ ମନ୍ତ୍ରାଳୟ ମତରେ ଡିସେମ୍ବର ଭିତରେ ଏହାକୁ ସଂସଦରେ ପାସ୍‌ କରାଯିବ। ଏହି ଆକ୍ଟ ଅନୁସାରେ ପ୍ରୋଭାଇଡରଙ୍କ ଦାଦାଗିରି ଉପରେ ଲଗାମ ଲାଗାଯାଇପାରିବ।

ଡାଟା ପ୍ରୋଟେକସନ ଆକ୍ଟ ପାଇଁ ପୂର୍ବ ଜଷ୍ଟିସ୍‌ ବିଏନ୍‌ ଶ୍ରୀକୃଷ୍ଣଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା। କମିଟି ଜାନୁଆରୀକୁ ଚାରୋଟି ବଡ଼ ବଡ଼ ସହରରେ ସର୍ଭେ କରିଥିଲା। କିନ୍ତୁ ପରେ ଏହାର କାମ ଧିମା ପଡ଼ିଯାଇଥିଲା।

ମନ୍ତ୍ରାଳୟ ଅଫିସରଙ୍କ ମୁତାବକ ଦେଢ଼ ମାସରେ ଡ୍ରାପ୍ଟ ପ୍ରସ୍ତୁତ ହୋଇଯିବ। ମେ’ ଶେଷ ସପ୍ତାହରେ ଡ୍ରାଫ୍ଟକୁ କ୍ୟାବିନେଟ୍‌କୁ ପଠାଯିବ। ପରେ ଏହା ସଂସଦକୁ ଯିବ।

ମନ୍ତ୍ରାଳୟଙ୍କ ଅଫିସର ମୁତାବକ ୟୁଜରଙ୍କ ଡାଟା ସେଫ୍ଟିକୁ ଧ୍ୟାନରେ ରଖି ପ୍ରୋଟେକ୍‌ସନ ଆକ୍ଟ ଡ୍ରାପ୍ଟରେ କଡା କାର୍ଯ୍ୟନୁଷ୍ଠାନ ନିଆଯିବ। କେବଳ ଦଣ୍ଡ ଦେବା ଛଡା ୫ରୁ ୮ ଲକ୍ଷ ପର୍ଯ୍ୟନ୍ତ ଜରିମାନ ଦେବାକୁ ପଡ଼ିପାରେ। ଏହି ମାମଲାର ଶୁଣାଣି ପାଇଁ ଏକ ଅଲଗା ସଂସ୍ଥା ତିଆରି ହେବ। ଯାହାକି କମିସନ ସ୍ତରର ରହିବ।

Related story