କରୋନାର ମୂଳ ଖୋଜିବାକୁ ଗୁରୁବାର ଚାଇନା ଯିବ ହୁ’ର ଟିମ

ବେଜିଂ: ମହାମାରୀ କରୋନା ଭାଇରସର ମୂଳ ଖୋଜିବାକୁ ଗୁରୁବାର ଠାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ)ର ୧୦ ଜଣିଆ ବୈଜ୍ଞାନିକ ଟିମ୍‌ ଚାଇନା ଗସ୍ତ କରିବେ। ଚାଇନର ଉହାନ ହିଁ କରୋନା ଭାଇରସର ଉତ୍ପତ୍ତି ସ୍ଥଳ ବୋଲି କୁହାଯାଉଛି। ହେଲେ ଚାଇନା ଏହାକୁ ସ୍ୱୀକାର କରୁନାହିଁ। ତେଣୁ ହୁ’ର ବୈଜ୍ଞାନିକ ଟିମ୍‌ ଚାଇନା ଗସ୍ତ କରି ଏହା ମୂଳ ଖୋଜିବ। ଏହି ୧୦ ଜଣିଆ ବୈଜ୍ଞାନିକଙ୍କ ସହ ଚାଇନାର ବୈଜ୍ଞାନିକମାନେ ମିଳିତ ଭାବେ କରୋନାର ମୂଳ ପାଇବା ପାଇଁ […]

fe

Hemant Lenka
  • Published: Monday, 11 January 2021
  • , Updated: 11 January 2021, 06:41 PM IST

ବେଜିଂ: ମହାମାରୀ କରୋନା ଭାଇରସର ମୂଳ ଖୋଜିବାକୁ ଗୁରୁବାର ଠାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ)ର ୧୦ ଜଣିଆ ବୈଜ୍ଞାନିକ ଟିମ୍‌ ଚାଇନା ଗସ୍ତ କରିବେ। ଚାଇନର ଉହାନ ହିଁ କରୋନା ଭାଇରସର ଉତ୍ପତ୍ତି ସ୍ଥଳ ବୋଲି କୁହାଯାଉଛି। ହେଲେ ଚାଇନା ଏହାକୁ ସ୍ୱୀକାର କରୁନାହିଁ। ତେଣୁ ହୁ’ର ବୈଜ୍ଞାନିକ ଟିମ୍‌ ଚାଇନା ଗସ୍ତ କରି ଏହା ମୂଳ ଖୋଜିବ।

ଏହି ୧୦ ଜଣିଆ ବୈଜ୍ଞାନିକଙ୍କ ସହ ଚାଇନାର ବୈଜ୍ଞାନିକମାନେ ମିଳିତ ଭାବେ କରୋନାର ମୂଳ ପାଇବା ପାଇଁ ଗବେଷଣା କରିବେ ବୋଲି ନ୍ୟାଶନାଲ ହେଲ୍ଥ କମିଶନ ପକ୍ଷରୁ କୁହାଯାଇଛି। ତେବେ ଏ ବିଷୟରେ କମିଶନ ପକ୍ଷରୁ ଆଉ କୌଣସି ଅଧିକ ସୂଚନା ଦିଆଯାଇ ନାହିଁ।

ପୂର୍ବରୁ ମଧ୍ୟ ଚାଇନାକୁ ହୁ’ର ଟିମ ଯିବାର ଥିଲା। ହେଲେ ଚାଇନା ଏଥିପାଇଁ ଅନୁମତି ଦେଇ ନଥିଲା। ଏହାକୁ ହୁ’ର ମୁଖ୍ୟ ଟେଡ୍ରୋସ ଅଧାନୋମ ଘେବ୍ରିୟସ ତୀବ୍ର ନାପସନ୍ଦ କରିଥିଲେ। ବିବାଦ ବଢ଼ିବାରୁ ଚାଇନା ପରବର୍ତ୍ତୀ ଅବସ୍ଥାରେ ହୁ’ର ଟିମ୍‌କୁ ପ୍ରବେଶ ପାଇଁ ଅନୁମତି ଦେଇଛି।

ଚାଇନାରେ ପହଞ୍ଚିବା ପରେ ହୁ’ର ସଦସ୍ୟମାନେ ଦୁଇ ସପ୍ତାହ କ୍ୱାରେଣ୍ଟାଇନରେ ରହିବେ। ଏହାପରେ ସେମାନେ ଉହାନ ଗସ୍ତ କରି କରୋନାର ମୂଳ ଖୋଜିବେ। ଏହି ସ୍ଥାନରେ ହିଁ ୨୦୧୯ ଡିସେମ୍ବରରେ ପ୍ରଥମ କରୋନା କେସ୍‌ ସାମ୍ନାକୁ ଆସିଥିଲା। ଭାଇରସର ଉତ୍ପତ୍ତି ସ୍ଥଳ ଜାଣିବା ପାଇଁ ନିରପେକ୍ଷ ତଦନ୍ତର ଆବଶ୍ୟକ ଥିବା ଆମେରିକା ଓ ଅଷ୍ଟ୍ରେଲିଆ ପୂର୍ବରୁ ହିଁ ଦାବି କରି ସାରିଛନ୍ତି।

Related story