ପାକିସ୍ତାନରେ ମତଦାନ ଶେଷ, କାଲି ଆସିବ ଫଳାଫଳ, ପ୍ରଧାନମନ୍ତ୍ରୀ ଦୌଡ଼ରେ ଏହି ୩ ଜଣ

ଇସ୍‌ଲାମାବାଦ: ପାକିସ୍ତାନର ଜନତା ଆଜି ନୂଆ ସରକାର ଗଠନ କରିବାକୁ ଭୋଟ୍‌ ଦେଇଛନ୍ତି। ଦୀର୍ଘ ୭୦ ବର୍ଷ ମଧ୍ୟରେ ଦ୍ୱିତୀୟଥର ପାଇଁ ପାକିସ୍ତାନରେ ଗଣତାନ୍ତ୍ରିକ ଉପାୟରେ ସରକାର ଗଠନ ହେବ। ଭୋଟିଂ ସମୟରେ କ୍ୱେଟାରେ ଭୟଙ୍କର ବିସ୍ଫୋରଣ ଏବଂ ବିଭିନ୍ନ ସ୍ଥାନରେ ସଂଘର୍ଷ ସତ୍ତ୍ୱେ ବିପୁଳ ସଂଖ୍ୟାରେ ଲୋକ ମତଦାନ କେନ୍ଦ୍ରକୁ ଯାଇ ଭୋଟ୍‌ ଦେଇଛନ୍ତି। ଏହି ବିସ୍ଫୋରଣରେ ୩୧ ଓ ସଂଘର୍ଷରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଆଜି ସକାଳ ୮ଟାରୁ ଭୋଟ୍‌ ଦାନ ପ୍ରକ୍ରିୟା […]

pak

pak

Rakesh Mallick
  • Published: Wednesday, 25 July 2018
  • Updated: 25 July 2018, 09:21 PM IST

Sports

Latest News

ଇସ୍‌ଲାମାବାଦ: ପାକିସ୍ତାନର ଜନତା ଆଜି ନୂଆ ସରକାର ଗଠନ କରିବାକୁ ଭୋଟ୍‌ ଦେଇଛନ୍ତି। ଦୀର୍ଘ ୭୦ ବର୍ଷ ମଧ୍ୟରେ ଦ୍ୱିତୀୟଥର ପାଇଁ ପାକିସ୍ତାନରେ ଗଣତାନ୍ତ୍ରିକ ଉପାୟରେ ସରକାର ଗଠନ ହେବ। ଭୋଟିଂ ସମୟରେ କ୍ୱେଟାରେ ଭୟଙ୍କର ବିସ୍ଫୋରଣ ଏବଂ ବିଭିନ୍ନ ସ୍ଥାନରେ ସଂଘର୍ଷ ସତ୍ତ୍ୱେ ବିପୁଳ ସଂଖ୍ୟାରେ ଲୋକ ମତଦାନ କେନ୍ଦ୍ରକୁ ଯାଇ ଭୋଟ୍‌ ଦେଇଛନ୍ତି। ଏହି ବିସ୍ଫୋରଣରେ ୩୧ ଓ ସଂଘର୍ଷରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଆଜି ସକାଳ ୮ଟାରୁ ଭୋଟ୍‌ ଦାନ ପ୍ରକ୍ରିୟା ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏ ଚାଲିଥିଲା। ଭୋଟ୍ ପରେ ଗଣତି ଆରମ୍ଭ ହୋଇଛି। ଆସନ୍ତାକାଲି ଫଳାଫଳ ପ୍ରକାଶ ପାଇବ।

ପାକିସ୍ତାନ ସଂସଦ ବା ପାକିସ୍ତାନ ନ୍ୟାଶନାଲ୍‌ ଆସେମ୍ୱ୍ଲି ଓ ବିଭିନ୍ନ ରାଜ୍ୟର ବିଧାନସଭା ଆସନ ପାଇଁ ଆଜି ମତଦାନ ହୋଇଛି। ଏଥର ପାକିସ୍ତାନ ନିର୍ବାଚନରେ ସବୁଠାରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି। ଏକ ଆକଳନ ଅନୁଯାୟୀ, ପାଖାପାଖି ୨୧୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ଜଣାପଡ଼ିଛି। ଏହାପୂର୍ବରୁ ୨୦୦୮ରେ ୧୯୪ କୋଟି ଓ ୨୦୧୩ରେ ୪୭୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା।

ଅନ୍ୟପକ୍ଷରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଦୌଡ଼ରେ ତେହେରିକ୍‌-ଇ-ଇନ୍‌ସାଫ୍‌ (ପିଟିଆଇ)ର ସୁପ୍ରିମୋ ଇମ୍ରାନ୍‌ ଖାନ୍‌, ପାକିସ୍ତାନ ମୁସଲିମ୍‌ ଲିଗ-ନୱାଜ (ପିଏମ୍‌ଏଲ୍‌-ଏନ୍‌)ର ମୁଖ୍ୟ ତଥା ଜେଲ୍‌ରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍ ଶରିଫଙ୍କ ଭାଇ ଶେହବାଜ ଶରିଫ୍‌ ଓ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର ବିଲାୱାଲ୍ ଭୁଟ୍ଟୋ ଜରଦାରୀ ରହିଛନ୍ତି। ଏମାନେ ଏକାଧିକ ଆସନରୁ ଲଢ଼ୁଛନ୍ତି। ତେବେ ଆଜି ଭୋଟ୍‌ ଗ୍ରହଣ ବେଳେ ଇମ୍ରାନ୍‌ ଖାନ୍‌ଙ୍କ ଭୋଟ୍‌ ରଦ୍ଦ ହୋଇଯାଇଥିବା ସଂପର୍କରେ ମିଡିଆରେ ରିପୋର୍ଟ ପ୍ରକାଶ ପାଇଛି। ସେ ଭୋଟ୍‌ ସମୟରେ ଗୁପ୍ତ ବ୍ୟାଲଟ୍‌କୁ ସମସ୍ତଙ୍କୁ ଦେଖାଇଥିବା ଅଭିଯୋଗ ହୋଇଛି। ଏପରି କରି ସେ ନିର୍ବାଚନ ‘କୋଡ୍‌ ଅଫ୍‌ କଣ୍ଡକ୍ଟ’ ଉଲ୍ଲଙ୍ଘନ କରିଛନ୍ତି ବୋଲି କୁହାଯାଇଛି।

ପାକିସ୍ତାନ ସଂସଦର ଆସନ ସଂଖ୍ୟା ୩୪୨। ଏଥିମଧ୍ୟରୁ ୭୦ଟି ଆସନ ମହିଳା ଓ ସଂଖ୍ୟାଲଘୁ ସଂପ୍ରଦାୟର ଲୋକଙ୍କ ପାଇଁ ସଂରକ୍ଷିତ ରହିଛି। ଆଜି ୨୭୨ଟି ଆସନ ପାଇଁ ମତଦାନ ହୋଇଛି। ସେହିପରି ୪ଟି ପ୍ରଦେଶ- ପଞ୍ଜାବ, ସିନ୍ଧ୍, ଖାଇବର ପାଖତନ୍‌ଖ୍ୱା ଏବଂ ବାଲୁଚିସ୍ତାନର ୫୭୭ଟି ଆସନ ପାଇଁ ଭୋଟ୍‌ ହୋଇଛି। ସର୍ଭେ ମୁତାବକ ଇମ୍ରାନ୍‌ ଖାନ୍‌ଙ୍କ ପିଟିଆଇ ସବୁଠାରୁ ଆଗରେ ରହିଛି। କିନ୍ତୁ ଆଉକିଛି ସଂସ୍ଥାଙ୍କ ସର୍ଭେ ଅନୁଯାୟୀ, ଏଥର ପାକିସ୍ତାନରେ ଝୁଲା ସଂସଦ ହେବ। କିଛି ବିଶେଷଜ୍ଞଙ୍କ ମତରେ, ପାକିସ୍ତାନ ସେନାର ଇସାରାରେ ସରକାର ଗଠନ ହେବ। ସେନା ଏବେ କ୍ରିକେଟ୍‌ରୁ ରାଜନେତା ବନିଥିବା ଇମ୍ରାନ୍ ଖାନ୍‌କୁ ସମର୍ଥନ କରିବ ବୋଲି କହିଛି।

ନିର୍ବାଚନୀ ପ୍ରସଙ୍ଗ: ୨୦୧୩ ନିର୍ବାଚନ ଯାଏ ପାକିସ୍ତାନ ନିର୍ବାଚନର ସବୁଠାରୁ ବଡ଼ ପ୍ରସଙ୍ଗ ଥିଲା ଭାରତ, କଶ୍ମୀରର ଆଜାଦୀ, ବାଲୁଚିସ୍ତାନ, ଆଫଗାନିସ୍ତାନ୍ ଓ ଆମେରିକା। ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ୍‌, ବେନଜୀର୍‌ ଭୁଟ୍ଟୋ ଓ ଏକଚ୍ଛତ୍ରବାଦୀ ଶାସକ ପର୍‌ଭେଜ୍‌ ମୁଶରଫ୍‌ ସର୍ବଦା ଏହାକୁ ପ୍ରସଙ୍ଗ କରି କ୍ଷମତା ଦଖଲ କରିଥିଲେ। କିନ୍ତୁ ଏଥର ଏ ପ୍ରସଙ୍ଗ ନାହିଁ। ଇମ୍ରାନ୍‌ ଖାନ୍‌ ପ୍ରଥମଥର 'ନୂଆ ପାକିସ୍ତାନ' ଗଠନର ସ୍ଲୋଗାନ୍ ଆରମ୍ଭ କରିଥିଲେ। ଏହାପରେ ଶେହବାଜ୍‌ ଶରିଫ୍‌ ଓ ବିଲାୱଲ୍ ଭୁଟ୍ଟୋ ଜର୍‌ଦାରୀ ମଧ୍ୟ ପାକିସ୍ତାନକୁ ନୂଆ ବିକାଶ ଦିଗରେ ନେବେ ବୋଲି କହିଥିଲେ। କ୍ଷମତାକୁ ଆସିଲେ ଏମାନେ ଭାରତକୁ ପଛକୁ ଠେଲି ପାକିସ୍ତାନକୁ ଏହାଠାରୁ ୬ ଗୁଣା ଅଧିକା ବିକଶିତ କରିପାରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଥର ପାକିସ୍ତାନ ନିର୍ବାଚନରେ ମୁମ୍ୱାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍‌ ସୟିଦ ମଧ୍ୟ ସାମିଲ ହୋଇଛି। ହାଫିଜ୍‌ ତା’ ସଂଗଠନର ସଦସ୍ୟମାନଙ୍କୁ ‘ଆଲ୍ଲା-ହୁ-ଆକବର୍‌ ତେହେରିକ୍ ପାର୍ଟି’ ଜରିଆରେ ନିର୍ବାଚନ ପ୍ରକ୍ରିୟାରେ ସାମିଲ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story