ଶ୍ରୀଲଙ୍କାରେ ନିର୍ବାଚନ, ଭାରତର କଡ଼ା ନଜର

କଲମ୍ବୋ: ଶନିବାର ଶ୍ରୀଲଙ୍କା ଭୋଟର ବର୍ତ୍ତମାନର ରାଷ୍ଟ୍ରପତି ମୈଥ୍ରୀପାଲ ଶିରିସେନାଙ୍କ ଉତ୍ତରାଧିକାରୀ ବାଛିବାକୁ ଭୋଟ୍‌ ଦେଇଛନ୍ତି। ଇଷ୍ଟର ରବିବାର ଘଟଣା ପରଠାରୁ ସୁରକ୍ଷା ଜନିତ ସମସ୍ୟା ସହ ଲଢ଼ୁଥିବା ଏହି ଦେଶରେ ରାଜନୀତିକ ସଙ୍କଟ ମଧ୍ୟ ବଡ଼ ସମସ୍ୟା ହୋଇ ଉଭା ହୋଇଛି। ଚଳିତ ଥର ଦୁଇ ପ୍ରମୁଖ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ପ୍ରତିରକ୍ଷା ସଚିବ ୭୦ ବର୍ଷ ବୟସ୍କ ଗୋତବାୟା ରାଜପାକ୍ସେ ଏବଂ ଦଳ ପ୍ରାର୍ଥୀ ୫୨ ବର୍ଷ ବୟସ୍କ ସଜିତ ପ୍ରେମାଦାସା। ରାଜନୀତିକ ବିଶ୍ଲେଷକଙ୍କ […]

rajpaksha

Subrat Kumar Nayak
  • Published: Saturday, 16 November 2019
  • , Updated: 16 November 2019, 10:42 PM IST

କଲମ୍ବୋ: ଶନିବାର ଶ୍ରୀଲଙ୍କା ଭୋଟର ବର୍ତ୍ତମାନର ରାଷ୍ଟ୍ରପତି ମୈଥ୍ରୀପାଲ ଶିରିସେନାଙ୍କ ଉତ୍ତରାଧିକାରୀ ବାଛିବାକୁ ଭୋଟ୍‌ ଦେଇଛନ୍ତି। ଇଷ୍ଟର ରବିବାର ଘଟଣା ପରଠାରୁ ସୁରକ୍ଷା ଜନିତ ସମସ୍ୟା ସହ ଲଢ଼ୁଥିବା ଏହି ଦେଶରେ ରାଜନୀତିକ ସଙ୍କଟ ମଧ୍ୟ ବଡ଼ ସମସ୍ୟା ହୋଇ ଉଭା ହୋଇଛି। ଚଳିତ ଥର ଦୁଇ ପ୍ରମୁଖ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ପ୍ରତିରକ୍ଷା ସଚିବ ୭୦ ବର୍ଷ ବୟସ୍କ ଗୋତବାୟା ରାଜପାକ୍ସେ ଏବଂ ଦଳ ପ୍ରାର୍ଥୀ ୫୨ ବର୍ଷ ବୟସ୍କ ସଜିତ ପ୍ରେମାଦାସା।

ରାଜନୀତିକ ବିଶ୍ଲେଷକଙ୍କ କହିବା ଅନୁଯାୟୀ ଏଲଟିଟିଇ ଦମନରେ ବଡ଼ ଭୂମିକା ନେଇଥିବା ରାଜପାକ୍ସେଙ୍କ ପାଇଁ ବିଜୟ ସହଜ ହେବ। କିନ୍ତୁ ଯୁଦ୍ଧ ସମୟରେ ଅପରାଧିକ କାର୍ଯ୍ୟ ଏବ ଦୁର୍ନୀତି ଅଭିଯୋଗ ତାଙ୍କ ପାଇଁ ସମସ୍ୟା ହେବ। ତେବେ ଭାରତ ଏହି ନିର୍ବାଚନ ଉପରେ ତୀକ୍ଷ୍‌ଣ ଦୃଷ୍ଟିରେ ଦେଖିବା କାରଣ ରାଜପାକ୍ସେଙ୍କ ସହ ଚାଇନାର ସୁସମ୍ପର୍କ। ରାଜପାକ୍ସେଙ୍କ ବିଜୟ ହେଲେ ଦକ୍ଷିଣ ଏସିଆରେ ଚାଇନାର ଦବ୍‌ଦବା ବୃଦ୍ଧି ପାଇବା ନେଇ ଭାରତ ଆଶଙ୍କା କରୁଛି।

ଶ୍ରୀଲଙ୍କା ଚାଇନାଠାରୁ ମୋଟା ଅଙ୍କର ଋଣ ନେଇଥିବାରୁ ବଦଳରେ ୨୦୧୭ ମସିହାରେ ହାମ୍ବାନତୋଟା ବନ୍ଦର ଅଧିଗ୍ରହଣ କରିଥିଲା। ଏହା ଭାରତ ମହାସାଗରରେ ଚାଇନାର ଉପସ୍ଥିତି ବଢ଼ାଇବା ସହ ଡିଜ୍‌ବୌଟିରେ ସାମରିକ କାର୍ଯ୍ୟକଳାପ ପାଇଁ ଭିତ୍ତି ସ୍ଥାପନା କରିସାରିଛି।

ଭାରତ ମହାସାଗରରେ ଚାଇନା ଜାହାଜ ସଂଖ୍ୟା ବୃଦ୍ଧି ପାଇବା ଭାରତ ପାଇଁ ଆଦୌ ଗ୍ରହଣୀୟ ନୁହେଁ। ଆମେରିକା ଏବଂ ଫ୍ରାନ୍ସ ପୂର୍ବରୁ ଭାରତ ମହାସାଗରରେ ସାମରିକ ବେସ୍‌ ପ୍ରତିଷ୍ଠା କରିସାରିଛନ୍ତି। ଚାଇନାର ଦବ୍‌ଦବା ବୃଦ୍ଧି ପାଇବା ଆମେରିକା ସହ ଭାରତ ପାଇଁ ମଧ୍ୟ ଚିନ୍ତାର କାରଣ ପାଲଟିଛି। ଅନ୍ୟପକ୍ଷରେ ଶ୍ରୀଲଙ୍କାକୁ ଚାଇନା ଯୁଦ୍ଧ ଜାହାଜ ଉପହାରରେ ଦେବା ମଧ୍ୟ ଦୁଇ ଦେଶ ମଧ୍ୟରେ ମଜଭୁତ ହେଉଥିବା ସାମରିକ ସମ୍ପର୍କର ନିଦର୍ଶନ।

Related story