‘ନମସ୍ତେ ଟ୍ରମ୍ପ’ କାହିଁକି?

ଅହମଦାବାଦ: ଭାରତ ଗସ୍ତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସିବା ପୂର୍ବରୁ ତାଙ୍କର କାର୍ଯ୍ୟକ୍ରମକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା। ୫ ମାସ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ହଷ୍ଟନ ଯାଇଥିଲେ। ସେତେବେଳେ ଆମେରିକା ଦ୍ୱାରା ହୋଇଥିବା ଏହି କାର୍ଯ୍ୟକ୍ରମର ନାମ ‘ହାଓଡି ମୋଦୀ’ ରହିଥିଲା। ‘ହାଓଡି ମୋଦୀ’ର ଅର୍ଥ କିପରି ଅଛନ୍ତି ମୋଦୀ। ତେଣୁ ଏବେ ଟ୍ରମ୍ପ ଭାରତ ଗସ୍ତରେ ଆସିଥିବା ବେଳେ କାର୍ଯ୍ୟକ୍ରମର ସ୍ଥଳ ଗୁଜରାଟ ରହିଥିବାରୁ ତାଙ୍କର କାର୍ଯ୍ୟକ୍ରମର ନାମ ‘କେମ୍ […]

NAMASTE TRUMP

Subhransu Sekhar
  • Published: Monday, 24 February 2020
  • , Updated: 24 February 2020, 05:39 PM IST

ଅହମଦାବାଦ: ଭାରତ ଗସ୍ତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସିବା ପୂର୍ବରୁ ତାଙ୍କର କାର୍ଯ୍ୟକ୍ରମକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା। ୫ ମାସ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ହଷ୍ଟନ ଯାଇଥିଲେ। ସେତେବେଳେ ଆମେରିକା ଦ୍ୱାରା ହୋଇଥିବା ଏହି କାର୍ଯ୍ୟକ୍ରମର ନାମ ‘ହାଓଡି ମୋଦୀ’ ରହିଥିଲା। ‘ହାଓଡି ମୋଦୀ’ର ଅର୍ଥ କିପରି ଅଛନ୍ତି ମୋଦୀ। ତେଣୁ ଏବେ ଟ୍ରମ୍ପ ଭାରତ ଗସ୍ତରେ ଆସିଥିବା ବେଳେ କାର୍ଯ୍ୟକ୍ରମର ସ୍ଥଳ ଗୁଜରାଟ ରହିଥିବାରୁ ତାଙ୍କର କାର୍ଯ୍ୟକ୍ରମର ନାମ ‘କେମ୍ ଛୋ ଟ୍ରମ୍ପ’ ରହିବ ବୋଲି ଆକଳନ କରାଯାଉଥିଲା। ଗୁଜରାଟୀ ଭାଷାରେ ଏହି ‘କେମ୍ ଛୋ ଟ୍ରମ୍ପ’ର ନାମ କେମିତି ଅଛନ୍ତି ଟ୍ରମ୍ପ।

ପରବର୍ତ୍ତୀ ସମୟରେ ‘କେମ୍ ଛୋ ଟ୍ରମ୍ପ’ର ନାମ ଜାଗାରେ ‘ନମସ୍ତେ ଟ୍ରମ୍ପ’ ବୋଲି ସ୍ଥିର ହୋଇଥିଲା। ତେବେ ‘ନମସ୍ତେ ଟ୍ରମ୍ପ’ ନାମ ରଖାଯିବା ପଛର କାରଣ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୋଟେରା ଷ୍ଟାଡିୟମରେ ଅଭିଭାଷଣ ବେଳେ ଏଭଳି ନାମ ରଖାଯିବାର ତାତ୍ପର୍ଯ୍ୟ କହିଛନ୍ତି, ‘ନମସ୍ତେ ହେଉଛି ଦୁନିଆରେ ଥିବା ପ୍ରାଚୀନତମ ଭାଷାରୁ ଅନ୍ୟତମ। ଏହା ଏକ ସାଂସ୍କୃତିକ ଶବ୍ଦ। ଏହାର ଅର୍ଥ କେବଳ ବ୍ୟକ୍ତିକୁ ନୁହେଁ, ତାଙ୍କ ମଧ୍ୟରେ ଥିବା ମର୍ଯ୍ୟାଦାକୁ ମଧ୍ୟ ସମ୍ମାନ ଦେଉଛୁ ବୋଲି ବୁଝାଯାଏ’।

ମୋଦୀ ଏହି ସମୟରେ ଟ୍ରମ୍ପଙ୍କ ସହିତ ନିଜ ପ୍ରଥମ ଭେଟଘାଟ ବେଳର କଥା ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ଓ୍ୱାଶିଂଟନରେ ପ୍ରଥମ ଥର ଭେଟଘାଟ ହେବା ବେଳେ ଟ୍ରମ୍ପ କହିଥିଲେ, ହ୍ୱାଇଟ ହାଉସରେ ଭାରତ ଏକ ସଚ୍ଚା ବନ୍ଧୁ। ଯେତେବେଳେ ହ୍ୱାଇଟ୍ ହାଉସରେ ଦୀପାବଳୀ ପାଳନ ହୁଏ ସେତେବେଳେ ଆମେରିକାରେ ରହୁଥିବା ୪୦ ଲକ୍ଷ ଭାରତୀୟ ଗର୍ବ ଅନୁଭବ କରନ୍ତି ବୋଲି ମୋଦୀ କହିଛନ୍ତି।

ଆମେରିକା ଭଳି ଭାରତ ମଧ୍ୟ ପରିବର୍ତ୍ତିତ ହେଉଛି। ଭାରତରେ କେବଳ ବିଶ୍ୱର ବଡ଼ ଷ୍ଟାଡିୟମ ନାହିଁ ବରଂ ବିଶ୍ୱର ସବୁଠାରୁ ବଡ଼ ସ୍ୱାସ୍ଥ୍ୟ ଯୋଜନା ରହିଛି। ତାଙ୍କ ସରକାର ୧୫୦୦ ଅନାବଶ୍ୟକ ଆଇନକୁ ରଦ୍ଦ କରିଛି। କିନ୍ନରଙ୍କୁ ନିଜର ଅଧିକାର ଦେଇଛି। ତିନି ତଲାକ ବିରୋଧରେ ଆଇନ ଆଣି ମୁସଲମାନ ମହିଳାଙ୍କୁ ସମ୍ମାନ ଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଆମେରିକା ଷ୍ଟେଚ୍ୟୁ ଅଫ ଲିବାର୍ଟି ପାଇଁ ଗର୍ବିତ ଥିବା ବେଳେ ଭାରତ ଷ୍ଟେଚ୍ୟୁ ଅଫ୍ ୟୁନିଟି ପାଇଁ ଗର୍ବିତ। ଆମେରିକା ଲ୍ୟାଣ୍ଡ ଅଫ୍ ଦ ଫ୍ରୀ ହୋଇଥିବା ବେଳେ ଭାରତ ସାରା ବିଶ୍ୱକୁ ପରିବାର ବୋଲି ମାନେ ବୋଲି ମୋଦୀ କହିଛନ୍ତି।

Related story