ମୋଦିଙ୍କ ହାତ କାହିଁକି ଛାଡ଼ିଲେ ଚନ୍ଦ୍ରବାବୁ ନାଇଡୁ ? ସ୍ୱତନ୍ତ୍ରପାହ୍ୟା ନା ଆଉ କିଛି

ହାଇଦ୍ରାବାଦ: ବହୁ ବାଦ ବିବାଦ ପରେ ବିଜେପିର ହାତ ଛାଡ଼ିଛି ଆନ୍ଧ୍ରର ଟିଡିପି(ତେଲଗୁ ଦେଶାମ ପାର୍ଟି)। ଖାଲି ସେତିକି ନୁହଁ ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଚନ୍ଦ୍ର ବାବୁ ନାଇଡୁଙ୍କ ନେତୃତ୍ତ୍ୱାଧୀନ ଦଳ ଟିଡିପି ଏନ୍‌ଡିଏ ସରକାଠାରୁ ମଧ୍ୟ ସମର୍ଥନ ପ୍ରତ୍ୟାହାର କରିନେଇଛି। ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ନ ମିଳିବାରୁ ଏନ୍‌ଡିଏ ସହ ସମ୍ପର୍କ ଛିନ୍ନ କରିଛି ବୋଲି କହିଛି ଟିଡିପି। କେବଳ ହାତ ଛାଡ଼ିନି ଏନ୍‌ଡିଏ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣି ଜାତୀୟ ରାଜନୀତିରେ […]

p-999

Rakesh Mallick
  • Published: Saturday, 17 March 2018
  • , Updated: 17 March 2018, 06:03 PM IST

ହାଇଦ୍ରାବାଦ: ବହୁ ବାଦ ବିବାଦ ପରେ ବିଜେପିର ହାତ ଛାଡ଼ିଛି ଆନ୍ଧ୍ରର ଟିଡିପି(ତେଲଗୁ ଦେଶାମ ପାର୍ଟି)। ଖାଲି ସେତିକି ନୁହଁ ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଚନ୍ଦ୍ର ବାବୁ ନାଇଡୁଙ୍କ ନେତୃତ୍ତ୍ୱାଧୀନ ଦଳ ଟିଡିପି ଏନ୍‌ଡିଏ ସରକାଠାରୁ ମଧ୍ୟ ସମର୍ଥନ ପ୍ରତ୍ୟାହାର କରିନେଇଛି। ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ନ ମିଳିବାରୁ ଏନ୍‌ଡିଏ ସହ ସମ୍ପର୍କ ଛିନ୍ନ କରିଛି ବୋଲି କହିଛି ଟିଡିପି। କେବଳ ହାତ ଛାଡ଼ିନି ଏନ୍‌ଡିଏ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣି ଜାତୀୟ ରାଜନୀତିରେ ଚହଳ ସୃଷ୍ଟି କରିଛି ଟିଡିପି। ୨୦୧୪ରେ ମୋଦିଙ୍କ ନେତୃତ୍ତ୍ୱାଧୀନ ସରକାର ଆସିବାର ୪ ବର୍ଷ ପରେ ପ୍ରଥମଥର ପାଇଁ ଅନାସ୍ଥା ପ୍ରସ୍ତାବ ଆଣିଛି ଟିଡିପି । ଯଦିଓ ସଂଖ୍ୟା ଦୃଷ୍ଟିରୁ ମୋଦି ସରକାରଙ୍କ ପ୍ରତି ବିପଦ ନାହିଁ ତଥାପି ଟିଡିପିର ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ଏହି ରଣନୀତି ବିଜେପି ଶିବିରରେ କମ୍ପନ ସୃଷ୍ଟି କରିଛି। ଅନ୍ୟପକ୍ଷରେ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତାକୁ ପ୍ରସଙ୍ଗ କରି ଟିଡିପି ବିଜେପିର  ଯେଉଁ ହାତ ଛାଡ଼ିଲା ବୋଲି କୁହାଯାଉଛି ତାହା ପ୍ରକୃତ କାରଣ ନୁହଁ।

ଏହା କେବଳ ଏକ ଆଳ ମାତ୍ର। ଏହା ପଛର ଅସଲ ଉଦ୍ଦେଶ୍ୟଟି ହେଉଛି ଆନ୍ଧ୍ରରେ ବିରୋଧୀ ଦଳ ୱାଇଏସଆର କଂଗ୍ରେସ। ବର୍ତ୍ତମାନ ୱାଇଏସଆର କଂଗ୍ରେସର ମୁଖ୍ୟ ଥିବା ଜଗମୋହନ ରେଡ୍ଡି ପ୍ରଥମେ ଏନଡିଏ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ଘୋଷଣା କରିଥିଲେ। ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ନ ମିଳିଲେ ଏନ୍‌ଡିଏ ସରକାରଙ୍କ ବିରୋଧରେ ଏହି  ଅନାସ୍ଥା ପ୍ରସ୍ତାବ ଆଣିବାକୁ ପ୍ରଥମେ ଜଗମୋହନ ରେଡ୍ଡି ଚେତାବନୀ ଦେଇଥିଲେ। ଏଥିସହ ଏପ୍ରିଲ ୬ ତାରିଖରେ ଦଳର ସମସ୍ତ ସାଂସଦ ସଂସଦରୁ ଇସ୍ତଫା ଦେବେ ବୋଲି ଧମକ ଦେଇଥିଲେ।  ଲୋକସଭାରେ ୱାଇଏସଆର କଂଗ୍ରେସର ୯ଜଣ ସଦସ୍ୟ ଅଛନ୍ତି। ଏଥିସହ ଆନ୍ଧ୍ର ଲୋକଙ୍କ ମନ ଜିତିବା ପାଇଁ ଜଗମୋହନ ପଦଯାତ୍ରା ରାଜନୀତିର ଚାଲ ଖେଳିଥିଲେ।

ତେବେ ପଦଯାତ୍ରା ବେଳେ ନେଲୋରଠାରେ ଗତ ଫେବୃଆରୀ ୧୩ ତାରିଖରେ ମୋଦି ସରକାଙ୍କ ବିରୋଧରେ ଗର୍ଜିଥିଲେ  ଜଗମୋହନ। କାରଣ ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ହେବାକୁ ଯାଉଛି । ସେହିପରି ଏପ୍ରିଲ ୬ରୁ ଆନ୍ଧ୍ରରେ ବଜେଟ ସେସନ ଆରମ୍ଭ ହେଉଛି। ଏନେଇ ବିଧାନ ସଭାରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗରେ ଜୋରଦାର ଆଲୋଚନା ଓ ହଙ୍ଗାମା ହୋଇଥାନ୍ତା।   ତେଣୁ କାଳେ ଜଗମୋହନ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା କାର୍ଡ଼ ଖେଳି ରାଜନୈତିକ ମାଇଲେଜ୍‌ ନେଇଯିବେ ସେହି ଭୟରେ ଚନ୍ଦ୍ରବାବୁ ନାଇଡୁ  ପ୍ରଥମେ ଏନଡିଏ ମନ୍ତିମଣ୍ଡଳରୁ ଗତ ମାସରେ  ୨ ଜଣ ମନ୍ତ୍ରୀଙ୍କୁ ପ୍ରତ୍ୟାହାର କରି ଆଣିଥିଲେ। ପରେ ବିଜେପି ସହ ସମ୍ପୂର୍ଣ୍ଣ  ହାତ ଛାଡ଼ିଥିବା ଚର୍ଚ୍ଚା ହେଉଛି। ଏନ୍‌ଡିଏ ସରକାରରେ ଟିଡିପିର ୧୬ ଜଣ ସାଂସଦ ଥିଲେ।   ତେବେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ରାଜନୀତି ୨୦୧୯ ନିର୍ବାଚନରେ କେଉଁ ଦଳକୁ ଫାଇଦା ଦେଉଛି ତାହା ଦେଖିବାକୁ ବାକି ରହିଲା।

Related story