ହିନ୍ଦୁ ହୋଇ ମଧ୍ୟ କରୁଣାନିଧିଙ୍କ ପାର୍ଥିବ ଶରୀରକୁ କାହିଁକି ପୋଡ଼ା ନ ଯାଇ କବର ଦିଆଗଲା

ଚେନ୍ନାଇ: ତାମିଲନାଡ଼ୁ ରାଜନୀତିର ଯୁଗପୁରୁଷ ତଥା ଡିଏମ୍‌କେ ସୁପ୍ରିମୋ ଏମ୍‌ କରୁଣାନିଧିଙ୍କ ମୃତ୍ୟୁ ପରେ ଗତକାଲି ଚେନ୍ନାଇର ମରୀନା ବିଚ୍‌ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କ ଶେଷଦର୍ଶନ ପାଇଁ ମରୀନା ବିଚ୍‌ ଲୋକାରଣ୍ୟ ହୋଇପଡ଼ିଥିଲା। ଲକ୍ଷ ଲକ୍ଷ ସମର୍ଥକଙ୍କ ଗହଣରେ  ଏକ ଶୋକାକୂଳ ପରିବେଶ ମଧ୍ୟରେ ମରୀନା ବିଚ୍‌ସ୍ଥିତ ଆନ୍ନା ଦୁରାଇଙ୍କ ସ୍ମୃତିସ୍ଥଳ ନିକଟରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ କରୁଣାନିଧିଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ତାଙ୍କ ଅନ୍ତିମ ଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ […]

karuna-1

Ordigital Desk
  • Published: Thursday, 09 August 2018
  • , Updated: 09 August 2018, 07:10 PM IST
ଚେନ୍ନାଇ: ତାମିଲନାଡ଼ୁ ରାଜନୀତିର ଯୁଗପୁରୁଷ ତଥା ଡିଏମ୍‌କେ ସୁପ୍ରିମୋ ଏମ୍‌ କରୁଣାନିଧିଙ୍କ ମୃତ୍ୟୁ ପରେ ଗତକାଲି ଚେନ୍ନାଇର ମରୀନା ବିଚ୍‌ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କ ଶେଷଦର୍ଶନ ପାଇଁ ମରୀନା ବିଚ୍‌ ଲୋକାରଣ୍ୟ ହୋଇପଡ଼ିଥିଲା।
ଲକ୍ଷ ଲକ୍ଷ ସମର୍ଥକଙ୍କ ଗହଣରେ  ଏକ ଶୋକାକୂଳ ପରିବେଶ ମଧ୍ୟରେ ମରୀନା ବିଚ୍‌ସ୍ଥିତ ଆନ୍ନା ଦୁରାଇଙ୍କ ସ୍ମୃତିସ୍ଥଳ ନିକଟରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ କରୁଣାନିଧିଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ତାଙ୍କ ଅନ୍ତିମ ଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦେଶର ବିଭିନ୍ନ ରାଜ୍ୟରୁ  ବିଶିଷ୍ଟ ନେତାଙ୍କ ସୁଅ ଛୁଟିଥିଲା।
ତେବେ ମୁଖ୍ୟ କଥା ହେଉଛି କରୁଣାନିଧିଙ୍କ ପାର୍ଥିବ ଶରୀରକୁ ଦାହ କରା ନ ଯାଇ କବର ଦିଆଯାଇଥିଲା।
ମରୀନା ବିଚ୍‌ ମଧ୍ୟରେ ଥିବା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କରୁଣାନିଧିଙ୍କ ରାଜନୈତିକ ଗୁରୁ ସି.ଏନ୍‌. ଆନ୍ନାଦୁରାଇଙ୍କ ସମାଧି ନିକଟରେ କରୁଣାନିଧିଙ୍କୁ କବର ଦିଆଯାଇଛି। କରୁଣାନିଧିଙ୍କ କବରର ଗୋଟିଏ ପାର୍ଶ୍ୱରେ ଆନ୍ନାଙ୍କ ସମାଧି ଓ ଅନ୍ୟ ପାର୍ଶ୍ୱରେ ତାଙ୍କର ରାଜନୈତିକ ଶତ୍ରୁ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ସମାଧି ରହିଛି।
ତେବେ ପ୍ରଶ୍ନ ଉଠୁଛି କରୁଣାନିଧି ଜଣେ ହିନ୍ଦୁ ହୋଇ ମଧ୍ୟ ଅନ୍ତିମ ସଂସ୍କାର ସ୍ୱରୂପ ତାଙ୍କ ମୃତ ଦେହକୁ ଦାହ କରା ନଯାଇ କାହିଁକି କବର ଦିଆଗଲା? ଏହାର କାରଣ ହେଉଛନ୍ତି ନିଜେ କରୁଣାନିଧି। କରୁଣାନିଧି ନିଜକୁ ଜଣେ ନାସ୍ତିକ ବୋଲି ଘୋଷଣା କରିଥିଲେ। କିଛି ଲୋକଙ୍କ କହିବା ଅନୁଯାୟୀ ଯେଉଁମାନେ ଭଗବାନଙ୍କୁ  ବିଶ୍ୱାସ କରନ୍ତି ନାହିଁ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ଅନ୍ତିମ ସଂସ୍କାର ନିଜସ୍ୱ ବିଶ୍ୱାସ ଓ ବିଚାରାଧାରା ଅନୁସାରେ କରାଯିବା ବିଧେୟ।
ଏପରିକି କେଉଁ ପରମ୍ପରାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରାଯିବ ତାହା ତାଙ୍କ ପରିବାର ସଦସ୍ୟଙ୍କ ନିର୍ଣ୍ଣୟ ଉପରେ ମଧ୍ୟ ନିର୍ଭର କରେ। ନିଜେ କରୁଣାନିଧି ସ୍ୱୀକାର କରିଥିଲେ ଯେ, ସେ ହେଉଛନ୍ତି 'ଇସାଇ ଭେଲାଲାର' (Isai Vellalar ) ଜାତିର। ଇସାଇ ଶବ୍ଦର ଅର୍ଥ ସଙ୍ଗୀତ ଏବଂ 'ଭେଲାଲାର' ଏକ କୃଷି ସମ୍ପର୍କିତ ଶବ୍ଦ ସହ ସାମଞ୍ଜସ୍ୟ ରଖେ। ଏବେକାର ସମୟରେ ଇସାଇ ଭେଲାରଙ୍କୁ ତାମିଲନାଡ଼ୁରେ ପଛୁଆ ବର୍ଗ ଭାବେ ବିବେଚନା କରାଯାଉଛି।
କିନ୍ତୁ ଇତିହାସ କୁହେ ଇସାଇ ଭେଲାଲାର କହିଲେ ସେଇମାନଙ୍କୁ ବୁଝାଏ ଯେଉଁମାନେ କାନ୍ଧରେ ପଇତା ପକାନ୍ତି ।ବ୍ରାହ୍ମଣ ଜାତି ସହ ସେମାନଙ୍କର ସମ୍ପର୍କ ଥିଲା।  କିନ୍ତୁ ତାମିଲ ଇତିହାସରେ ଦ୍ରାବିଡ଼ ତଥା ବ୍ରାହ୍ମଣ ବିରୋଧୀ ଆନ୍ଦୋଳନର ପ୍ରତିଷ୍ଠାତା ଥିଲେ ଇ.ଭି. ରାମସ୍ୱାମୀ।
ଇ.ଭି. ରାମ ସ୍ୱାମୀ 'ପେରିୟାର' ନାମରେ ଜଣାଶୁଣା ଥିଲେ। ସେ ନିଜକୁ ଜଣେ ନାସ୍ତିକ ବୋଲି ଘୋଷଣା କରିଥିଲେ। କରୁଣାନିଧିଙ୍କୁ ଯେତେବେଳେ ୧୪ ବର୍ଷ ହୋଇଥିଲା ସେ ଏହି ବ୍ରାହ୍ମଣ ବିରୋଧୀ ଆନ୍ଦୋଳନରେ ସାମିଲ ହୋଇଥିଲେ। ତେବେ ଇଭି ରାମ ସ୍ୱାମୀ ଏବଂ ଏହି ଆନ୍ଦୋଳନକୁ ସମର୍ଥନ କରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ସି ଏନ୍‌ ଆନ୍ନାଦୁରାଇଙ୍କୁ ସେମାନଙ୍କ ମୃତ୍ୟ ପରେ ସଂସ୍କାର ସ୍ୱରୂପ ଉଭୟଙ୍କ ମରଶରୀରକୁ ପୋଡ଼ା ନ ଯାଇ କବର ଦିଆଯାଇଥିଲା।
କରୁଣାନିଧିଙ୍କ ରାଜନୈତିକ ଗୁରୁ ଥିଲେ ସି ଏନ୍‌ ଆନ୍ନାଦୁରାଇ। ସେହିପରି ବହୁ ଦ୍ରାବିଡ଼ ନେତାଙ୍କ ମୃତ ଦେହକୁ  ଏହି ମରୀନା ବିଚ୍‌ରେ କବର ଦିଆଯାଇଛି। ସେମାନଙ୍କ ମଧ୍ୟରେ ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଏମଜି ରାମଚନ୍ଦ୍ରନ୍‌ ଓ ଜେ.ଜୟଲଳିଥା ଅଛନ୍ତି।
ସେହିପରି ଦ୍ରାବିଡ଼ିଆନଙ୍କ ମତରେ ଯେଉଁମାନଙ୍କ ମୃତଦେହକୁ ପୋଡ଼ି ଦିଆଯାଏ ସେମାନଙ୍କ ପ୍ରତି ଏହା ଏକ ପ୍ରକାର ଅନ୍ୟାୟ ବୋଲି ଧରିନିଆଯିବ। ତେଣୁ ଏହି କାରଣରୁ କରୁଣାନିଧଙ୍କ ସମେତ ବହୁ ନେତାଙ୍କୁ ଏଠାରେ ଦାହ ବଦଳରେ କବର ଦିଆଯାଇଛି।

Related story