ଶହୀଦଙ୍କ ପତ୍ନୀ ହେଲେ ଡେପୁଟି କଲେକ୍ଟର

ହାଇଦ୍ରାବାଦ: ଗଲଓ୍ୱାନ ଉପତ୍ୟକାରେ ଚୀନ ସେନା ସହିତ ସଂଘର୍ଷ ବେଳେ ଶହୀଦ ହୋଇଥିବା କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ସ୍ତ୍ରୀ ହୋଇଛନ୍ତି ଡେପୁଟି କଲେକ୍ଟର। ତେଲେଙ୍ଗାନା ସରକାର ଶହୀଦ ସନ୍ତୋଷଙ୍କୁ ସମ୍ମାନ କରିବାକୁ ଯାଇ ତାଙ୍କ ସ୍ତ୍ରୀଙ୍କୁ ଏଭଳି ବଡ଼ ପଦବୀରେ ଅବସ୍ଥାପିତ କରିଛନ୍ତି। ମୁଖ୍ୟମନ୍ତ୍ରୀ କେସିଆର ସନ୍ତୋଷଙ୍କ ସ୍ତ୍ରୀଙ୍କୁ ବୁଧବାର ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ହାଇଦ୍ରାବାଦ କିମ୍ୱା ଏହାର ଆଖ ପାଖ ଅଞ୍ଚଳରେ ନିଯୁକ୍ତି ଦେବାକୁ ଉପରିସ୍ଥ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଶହୀଦ କର୍ଣ୍ଣେଲ ସନ୍ତୋଷଙ୍କ ସ୍ତ୍ରୀ ସନ୍ତୋଷୀ ଦିଲ୍ଲୀରେ ଦୁଇ ପୁଅ ଝିଅଙ୍କ ସହ ରହୁଛନ୍ତି। ପୁଅର ବୟସ ୩ ବର୍ଷ ହୋଇଥିବା ବେଳେ ଝିଅର ବୟସ ୮ ବର୍ଷ। ହେଲେ ସନ୍ତୋଷଙ୍କ ମା ହାଇଦ୍ରାବାଦରେ ରୁହନ୍ତି। ତେଣୁ ହାଇଦ୍ରାବାଦ ଆଖା ପାଖରେ ସନ୍ତୋଷଙ୍କ ପତ୍ନୀଙ୍କୁ ନିଯୁକ୍ତି ଦେବାକୁ କହିଛନ୍ତି କେସିଆର। ଏହା ପୂର୍ବରୁ କେସିଆର ସରକାର ସନ୍ତୋଷଙ୍କ ପରିବାରକୁ ୫ କୋଟି ଟଙ୍କାର ଆର୍ଥିକ ସହଯୋଗ କରିସାରିଛନ୍ତି।

ସୂଚନାଯୋଗ୍ୟ, ଗତ ମାସରେ ଗଲଓ୍ୱାନ ଉପତ୍ୟକାରେ ହୋଇଥିବା ସଂଘର୍ଷରେ ଭାରତର ପାଖାପାଖି ୨୦ ଜଣ ଯବାନ ଶହୀଦ ହୋଇଥିଲେ। ସେହିପରି ଚୀନର ୪୩ ଯବାନ ନିହତ ହୋଇଥିବା ସୂଚନା ରହିଛି।

ଆହୁରି ପଢ଼ନ୍ତୁ

ଓଲା ଡ୍ରାଇଭରକୁ ବୋକା ବନାଉଥିଲେ, ବାଟରେ ଡିକି ଖୋଲିଗଲା

ଆରୋଗ୍ୟ ହେଲେ ୪୦୫୨ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଟସ୍ ଜିତି ପ୍ରଥମେ ବୋଲିଂ କରିବ କେକେଆର୍

ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବାର ସିଧାସଳଖ ପ୍ରମାଣ ନାହିଁ: ରିପୋର୍ଟ

ବିଦ୍ୟୁତ ତାରରେ ଝୁଲୁଛି ୫ ଗାଁର ଭାଗ୍ୟ!

ଭୁବନେଶ୍ୱରରୁ ୩୦୧ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୨୧୮ ଲୋକାଲ୍‌ କେସ

ଧୋନିଙ୍କ ବ୍ୟାଟିଂ ଅର୍ଡରକୁ ନେଇ ଉଠିଲା ପ୍ରଶ୍ନ

ଆଉ ଏକ ଜିଲ୍ଲାରେ କରୋନାରେ ଗଲା ପ୍ରଥମ ଜୀବନ

୪ ଦିନ ହେଲାଣି ଗାଁ ଦାଣ୍ଡରେ ପଡ଼ିଛି ମା’ ଝିଅଙ୍କ ମୃତଦେହ

ଯାନ୍ତ୍ରୀକ ତ୍ରୁଟିରୁ ବାତିଲ ହେଲା ବିମାନ, ତାତିଲେ ଯାତ୍ରୀ

ଧୋନିଙ୍କ ଚେନ୍ନାଇକୁ ହରାଇଲା ରାଜସ୍ଥାନ ରୟାଲ୍ସ, ମ୍ୟାଚ୍‌ ସାରା ବର୍ଷିଲା ଛକା ପରେ ଛକା

ବିହାର ଡିଜିପି ଗୁପ୍ତେଶ୍ୱରଙ୍କୁ ମିଳିଲା ଭିଆରଏସ, ରାଜନୀତିରେ ଯୋଗ ଦେବେ କି?