ଅସହ୍ୟ ହେଲା ଋଣ ଭାର: ସ୍ୱାମୀ, ସ୍ତ୍ରୀ ଏବଂ ପୁଅ ଝୁଲିପଡ଼ିଲେ

ହାଇଦ୍ରାବାଦ: ଅସହ୍ୟ ହେଲା ଋଣ ଭାର। ଅତ୍ୟଧିକ ସୁଦ୍ଧହାର ସୁଝିବା କଷ୍ଟକର ହୋଇ ପଡ଼ିଲା। ଋଣ ପରିଶୋଧ କରି ନପାରି ଶେଷ ରାସ୍ତାକୁ ବାଛି ନେଲେ ପରିବାର ଲୋକେ।  ଋଣ ଭାର ସହି ନପାରି ଗୋଟିଏ ପରିବାରର ୩ ଜଣ ଆତ୍ମହତ୍ୟା କରିଛନ୍ତି। ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାର  ପେଡାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛ। ମିଳିଥିବା ସୂଚନା ଅନୁଯାୟୀ ଅତ୍ୟଧିକ ଋଣ ଉପରେ ଆକାଶ ଛୁଆଁ ସୁଦ୍ଧ ହାର ଥିବାରୁ ପରିବାର ଲୋକେ ସୁଝିବାକୁ ଅସମର୍ଥ […]

Sucide

Tapas Behera
  • Published: Tuesday, 01 February 2022
  • , Updated: 01 February 2022, 03:40 PM IST

ହାଇଦ୍ରାବାଦ: ଅସହ୍ୟ ହେଲା ଋଣ ଭାର। ଅତ୍ୟଧିକ ସୁଦ୍ଧହାର ସୁଝିବା କଷ୍ଟକର ହୋଇ ପଡ଼ିଲା। ଋଣ ପରିଶୋଧ କରି ନପାରି ଶେଷ ରାସ୍ତାକୁ ବାଛି ନେଲେ ପରିବାର ଲୋକେ।  ଋଣ ଭାର ସହି ନପାରି ଗୋଟିଏ ପରିବାରର ୩ ଜଣ ଆତ୍ମହତ୍ୟା କରିଛନ୍ତି। ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାର  ପେଡାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛ। ମିଳିଥିବା ସୂଚନା ଅନୁଯାୟୀ ଅତ୍ୟଧିକ ଋଣ ଉପରେ ଆକାଶ ଛୁଆଁ ସୁଦ୍ଧ ହାର ଥିବାରୁ ପରିବାର ଲୋକେ ସୁଝିବାକୁ ଅସମର୍ଥ ହୋଇ ଏଭଳି ଚରମ ପଦକ୍ଷେପକୁ ଆପଣେଇଛନ୍ତି ।

ପେଡାନା ଟାଉନ୍‌ର ୧୭ ନମ୍ବର ୱାର୍ଡ଼ରେ ରହୁଥିବା କସମ ପାଡମାନାଭାମ ଏବଂ ତାଙ୍କ ସ୍ତ୍ରୀ ନାଗା ଲିଳାବତୀ ଏବଂ ତାଙ୍କ ପୁଅ  ରାଜା ନଗେନ୍ଦ୍ରମ ଆତ୍ମହତ୍ୟା କରିଛନ୍ତି।  ସର୍କଲ ଇନ୍ସପେକ୍ଟର ଭିରାୟା ଗୌଡ଼ାଙ୍କ କହବା ଅନୁଯାୟୀ ଘଟଣାରେ ଏକ ମାମଲା ରୁଜୁ କରାଯିବ।

ଆତ୍ମହତ୍ୟାଜନିତ ମାମଲାରେ ଆର୍ଥିକ କିମ୍ବା ଅନ୍ୟାନ୍ୟ ନିର୍ଯାତନା ଖିଅକୁ ନେଇ ତଦନ୍ତ ହେବ। ଗୋଟିଏ ଘରେ ପରିବାର ଲୋକେ ଆତ୍ମତ୍ୟା କରିଥିବା ବେଳେ ମୃତ ଦେହ ଗୁଡ଼ିକୁ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

Related story