ପିଏମସିର ଅସନ୍ତୁଷ୍ଟ ଗ୍ରାହକଙ୍କ ସହ କଥା ହେଲେ ସୀତାରମଣ

ମୁମ୍ୱାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ମୁମ୍ୱାଇ ଆସିଥିବାବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପଞ୍ଜାବ ମହାରାଷ୍ଟ୍ର କୋଅପରେଟିଭ ବ୍ୟାଙ୍କର ଅସନ୍ତୁଷ୍ଟ ଗ୍ରାହକଙ୍କୁ ଭେଟିଛନ୍ତି। ମୁମ୍ୱାଇର ନରିମନ ପଏଣ୍ଚରେ ଥିବା ଦଳୀୟ କାର୍ଯ୍ୟାଳୟକୁ ଆସିଥିଲେ ସୀତାରମଣ। ଏହି ସମୟରେ ବିଜେପି ଅଫିସ ଆଗରେ ଅସନ୍ତୁଷ୍ଟ ପିଏମସି ଗ୍ରାହକ ମାନେ ଭାରତୀୟ ରିଜର୍ଭ ବ୍ୟାଙ୍କ୍(ଆରବିଆଇ) ବିରୋଧରେ ନାରାବାଜି କରିଥିଲେ। ଏହାପରେ ସୀତାରମଣ ଅସନ୍ତୁଷ୍ଟ ଗ୍ରାହକଙ୍କ  ସହ ବୈଠକ କରିଥିଲେ। ସୀତାରମଣ କହିଛନ୍ତି ‘ମୁଁ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ […]

niramala with pmc account holder

Subhransu Sekhar
  • Published: Thursday, 10 October 2019
  • , Updated: 10 October 2019, 02:57 PM IST

ମୁମ୍ୱାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ମୁମ୍ୱାଇ ଆସିଥିବାବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପଞ୍ଜାବ ମହାରାଷ୍ଟ୍ର କୋଅପରେଟିଭ ବ୍ୟାଙ୍କର ଅସନ୍ତୁଷ୍ଟ ଗ୍ରାହକଙ୍କୁ ଭେଟିଛନ୍ତି। ମୁମ୍ୱାଇର ନରିମନ ପଏଣ୍ଚରେ ଥିବା ଦଳୀୟ କାର୍ଯ୍ୟାଳୟକୁ ଆସିଥିଲେ ସୀତାରମଣ। ଏହି ସମୟରେ ବିଜେପି ଅଫିସ ଆଗରେ ଅସନ୍ତୁଷ୍ଟ ପିଏମସି ଗ୍ରାହକ ମାନେ ଭାରତୀୟ ରିଜର୍ଭ ବ୍ୟାଙ୍କ୍(ଆରବିଆଇ) ବିରୋଧରେ ନାରାବାଜି କରିଥିଲେ। ଏହାପରେ ସୀତାରମଣ ଅସନ୍ତୁଷ୍ଟ ଗ୍ରାହକଙ୍କ  ସହ ବୈଠକ କରିଥିଲେ।

ସୀତାରମଣ କହିଛନ୍ତି 'ମୁଁ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସହ ଏ ବାବଦରେ ଆଲୋଚନା କରିବି। କିଭଳି ବ୍ୟାଙ୍କ ଗ୍ରାହକମାନେ ନିଜ ନିଜର ଟଙ୍କା ଶୀଘ୍ର ପାଇପାରିବେ ସେ ବାବଦରେ କଥାହେବି। ଏହି କୋଅପରେଟିଭ ବ୍ୟାଙ୍କ କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ଅଧୀନରେ ପଞ୍ଜିକୃତ ହୋଇନାହିଁ। ତେଣୁ ମୋର କ୍ଷମତା ଅଧୀନରେ ନାହିଁ। ହେଲେ ଉପୁଜିଥିବା ପରିସ୍ଥିତିକୁ ଦେଖି ମୋର ସଚିବଙ୍କୁ ବ୍ୟାଙ୍କର ସମସ୍ତ ତଥ୍ୟ ଉପରେ ସୂଚନା ଦେବାକୁ କହିଥିବା କହିଛି। ଆଗାମୀ ଶୀତ ଅଧିବେଶନରେ ଏ ସଂକ୍ରାନ୍ତରେ ସମାଧାନ ବାହାରିବ'।

ଯଦି ସରକାର ଭାରତୀୟ ଷ୍ଟେଟ ବ୍ୟାଙ୍କରେ ପୁନଃ ପୁଞ୍ଜିନିବେଶ ପାଇଁ ୧୬ ହଜାର କୋଟି ଦେଇପାରିବେ ତାହେଲେ ଆମ ପଇସା କାହିଁକି ସରକାର ଦେଇ ପାରିବେ ନାହିଁ। ତୁରନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମାମଲାରେ ହସ୍ତକ୍ଷେପ କରିବା ଦରକାର ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଆର୍ଥିକ ନେଣଦେଣରେ ଗଡ଼ବଡ଼ କରିବା ଅଭିଯୋଗରେ ପଞ୍ଜାବ ମହାରାଷ୍ଟ୍ର କୋଅପରେଟିଭ(ପିଏମସି) ବ୍ୟାଙ୍କ ଉପରେ ଗତମାସରେ ଆରବିଆଇ କଟକଣା ଲଗାଇଛି। ପ୍ରଥମେ ୧୦୦୦ ଟଙ୍କା ତାପରେ ୧୦ ହଜାର ଶେଷରେ ୨୫ ହଜାର ଟଙ୍କା ଆଗାମୀ ୬ ମାସ ମଧ୍ୟରେ ଉଠାଇବା ପାଇଁ ଗ୍ରାହକଙ୍କୁ ଅନୁମତି ଦେଇଛି। ଯାହାକୁ ନେଇ ଗ୍ରାହକ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏହି ବ୍ୟାଙ୍କ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୪ ଜଣଙ୍କୁ ଗିରଫ କରିସାରିଛି। ଯେଉଁମାନଙ୍କ ମଧ୍ୟରେ ମିଛ ଆକାଉଣ୍ଟ ଜରିଆରେ ବ୍ୟାଙ୍କରୁ ଋଣ ନେଇଥିବା ହାଉସିଂ ଡେଭଲପମେଣ୍ଟ ଆଣ୍ଡ୍ ଇନଫ୍ରାଷ୍ଟକଚର ଲିମିଟେଡ୍ (ଏଚଡିଆଇଏଲ) ଅଧ୍ୟକ୍ଷ ରାକେଶ ଓ୍ୱଧଓ୍ୱନ୍ ଏବଂ ତାଙ୍କ ପୁଅ ସରଙ୍ଗ ଓ୍ୱଧଓ୍ୱନ୍, ବ୍ୟାଙ୍କରୁ ନିଲମ୍ୱିତ ମ୍ୟାନେଜିଂ ଡିରେକ୍ଟର ଜୟ ଥମାସ ଓ ପୂର୍ବତନ ବ୍ୟାଙ୍କ ଅଧ୍ୟକ୍ଷ ଓ୍ୱରୟମ ସିଂହ ରହିଛନ୍ତି।

Related story