ବିଧାନସଭାରେ ଆଗୁଆ ଆସ୍ଥା ପ୍ରସ୍ତାବ ଆଣିବେ ମୁଖ୍ୟମନ୍ତ୍ରୀ ଗେହଲଟ

ଜୟପୁର: ସଚିନ ପାଇଲଟ କଂଗ୍ରେସକୁ କମବ୍ୟାକ କରିବା ପରେ ଦଳର ଜୋଶ ପୂରା ହାଇ ହୋଇଯାଇଛି। ପୂର୍ବରୁ ଆସ୍ଥା ଭୋଟ ପ୍ରସଙ୍ଗରେ ପଛ ଘୁଞ୍ଚା ଦେଉଥିବା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବେ ଏହା ସପକ୍ଷରେ ମତ ଦେବା ଆରମ୍ଭ କରିଛନ୍ତି। ଆସନ୍ତାକାଲି ରାଜସ୍ଥାନ ବିଧାନସଭା ଅଧିବେଶନରେ କଂଗ୍ରେସ ନିଜ ଆଡ଼ୁ ଆସ୍ଥା ପ୍ରସ୍ତାବ ଆଣିବ ବୋଲି କହିଛି। ଅଧିବେଶନ ପୂର୍ବରୁ ଆଜି କଂଗ୍ରେସର ବିଧାୟକ ଦଳ ବୈଠକ ବସିଥିଲା। ଏଥିରେ ବିଦ୍ରୋହ ଘୋଷଣା କରିଥିବା ସଚିନ ପାଇଲଟ […]

jgf

Hemant Lenka
  • Published: Thursday, 13 August 2020
  • , Updated: 13 August 2020, 07:56 PM IST

ଜୟପୁର: ସଚିନ ପାଇଲଟ କଂଗ୍ରେସକୁ କମବ୍ୟାକ କରିବା ପରେ ଦଳର ଜୋଶ ପୂରା ହାଇ ହୋଇଯାଇଛି। ପୂର୍ବରୁ ଆସ୍ଥା ଭୋଟ ପ୍ରସଙ୍ଗରେ ପଛ ଘୁଞ୍ଚା ଦେଉଥିବା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବେ ଏହା ସପକ୍ଷରେ ମତ ଦେବା ଆରମ୍ଭ କରିଛନ୍ତି। ଆସନ୍ତାକାଲି ରାଜସ୍ଥାନ ବିଧାନସଭା ଅଧିବେଶନରେ କଂଗ୍ରେସ ନିଜ ଆଡ଼ୁ ଆସ୍ଥା ପ୍ରସ୍ତାବ ଆଣିବ ବୋଲି କହିଛି।

ଅଧିବେଶନ ପୂର୍ବରୁ ଆଜି କଂଗ୍ରେସର ବିଧାୟକ ଦଳ ବୈଠକ ବସିଥିଲା। ଏଥିରେ ବିଦ୍ରୋହ ଘୋଷଣା କରିଥିବା ସଚିନ ପାଇଲଟ ଓ ଅନ୍ୟ ବିଧାୟକମାନେ ଯୋଗ ଦେଇଥିଲେ। ବୈଠକରୁ ଏହା ସ୍ପଟ ହୋଇଛି ଯେ ଗେହଲଟଙ୍କ ସହ ମିଶି ପାଇଲଟ ପୁଣିଥରେ ରାଜସ୍ଥାନରେ କାର୍ଯ୍ୟ କରିବେ।

ଗୋଟିଏ ପଟେ କଂଗ୍ରେସ ବିଧାୟକ ଦଳ ବୈଠକ କରୁଥିବା ବେଳେ ଅନ୍ୟପଟେ ବିଜେପି ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ସାକ୍ଷାତ କରିଛି। ଆସନ୍ତାକାଲି ବିଜେପି ଗେହଲଟ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ ବୋଲି କହିଛି। ତେବେ ବିଧାୟକ ଦଳ ବୈଠକରେ ଗେହଲଟ ସରକାର ନିଜ ଆଡ଼ୁ ପ୍ରଥମେ ଆସ୍ଥା ପ୍ରସ୍ତାବ ଆଣିବେ ବୋଲି ନିଷ୍ପତ୍ତି ନେଇଛନ୍ତି।

ମୁଖ୍ୟମନ୍ତ୍ରୀ ଗେହଲଟ କହିଛନ୍ତି, ଅତୀତରେ କ’ଣ ହୋଇଛି, ସେକଥା ସମସ୍ତେ ଭୁଲି ଯିବା ଦରକାର। ଆମକୁ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାର ଅଛି। ପୂର୍ବରୁ ଆମକୁ ଏହି ୧୯ ବିଧାୟକଙ୍କୁ ଛାଡ଼ି ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ପଡ଼ିଥାଆନ୍ତା। ହେଲେ ଏହା ଏକ ଖୁସିର ମୁହୂର୍ତ୍ତ ହୋଇନଥାଆନ୍ତା।

ଯଦି କୌଣସି ବିଧାୟକଙ୍କର କିଛି ବି ଅଭିଯୋଗ ରହିଛି, ତା’ହେଲେ ଏହାକୁ ନିଶ୍ଚିତ ସମାଧାନ କରାଯିବ। ଆପଣମାନେ ଚାହିଁଲେ ମୋତେ ବ୍ୟକ୍ତିଗତ ଭାବେ ଭେଟି ସମସ୍ୟାର ଆଲୋଚନା କରିପାରିବେ। ଆସନ୍ତାକାଲି ବିଧାନସଭା ଅଧିବେଶନ ବସିବ। କଂଗ୍ରେସ ସରକାର ନିଜ ଆଡ଼ୁ ଆସ୍ଥା ପ୍ରସ୍ତାବ ଆଣିବେ ବୋଲି ସେ କହିଛନ୍ତି।

Related story