କରୋନା ମୁକାବିଲା: ହଂକଂ ନା ଚାଇନା ମଡେଲ ଆପଣାଇବ ଭାରତ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ପାଇଁ ଦେଶରେ ଜାରି ହୋଇଥିବା ୪୦ ଦିନିଆ ଲକଡାଉନ ଆସନ୍ତା ୩ ତାରିଖ ରାତି ୧୨ଟାରେ ଶେଷ ହେବ। ଏବେ ସରକାର ଲକଡାଉନ ଉଠାଇବାକୁ ସଙ୍କେତ ଦେଇଛନ୍ତି। ହେଲେ ଏଥିପାଇଁ କିଛି ସର୍ତ୍ତ ପାଳନ କରାଯିବ। ଯେଉଁ ଜିଲ୍ଲାରେ କୌଣସି ଆକ୍ଟିଭ କରୋନା ମାମଲା ନାହିଁ, ସେଠାରେ ଲକଡାଉନକୁ କୋହଳ କରାଯିବ ଓ ବ୍ୟବସାୟ ଆରମ୍ଭ କରିବାକୁ ଅନୁମତି ମିଳିବ। ସେହିପରି ହଟସ୍ପଟ ଅଞ୍ଚଳରେ ଲକଡାଉନ ନିୟମ କଡ଼ାକଡ଼ି ଭାବେ ପାଳନ […]

d

Hemant Lenka
  • Published: Wednesday, 29 April 2020
  • , Updated: 29 April 2020, 05:13 PM IST

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ପାଇଁ ଦେଶରେ ଜାରି ହୋଇଥିବା ୪୦ ଦିନିଆ ଲକଡାଉନ ଆସନ୍ତା ୩ ତାରିଖ ରାତି ୧୨ଟାରେ ଶେଷ ହେବ। ଏବେ ସରକାର ଲକଡାଉନ ଉଠାଇବାକୁ ସଙ୍କେତ ଦେଇଛନ୍ତି। ହେଲେ ଏଥିପାଇଁ କିଛି ସର୍ତ୍ତ ପାଳନ କରାଯିବ।

ଯେଉଁ ଜିଲ୍ଲାରେ କୌଣସି ଆକ୍ଟିଭ କରୋନା ମାମଲା ନାହିଁ, ସେଠାରେ ଲକଡାଉନକୁ କୋହଳ କରାଯିବ ଓ ବ୍ୟବସାୟ ଆରମ୍ଭ କରିବାକୁ ଅନୁମତି ମିଳିବ। ସେହିପରି ହଟସ୍ପଟ ଅଞ୍ଚଳରେ ଲକଡାଉନ ନିୟମ କଡ଼ାକଡ଼ି ଭାବେ ପାଳନ କରାଯିବ। ତେବେ କରୋନା ମୁକାବିଲା ପାଇଁ ସରକାର ଆଗକୁ କି ବ୍ୟବସ୍ଥା କରିବେ, ତା’କୁ ନେଇ ବିତର୍କ ଆରମ୍ଭ ହୋଇଛି। ଭାରତ ସରକାର ହଂକଂ ମଡେଲ ଆପଣାଇବେ ନା ଚାଇନା ଭଳି ଲକଡାଉନ ଫର୍ମୁଲା ଆପଣାଇବେ, ତା’କୁ ନେଇ ଚର୍ଚ୍ଚା ଲାଗି ରହିଛି।

ଚାଇନା ପରେ ପ୍ରଥମେ ହଂକଂରେ କରୋନା ସଂକ୍ରମଣ ହୋଇଥିଲା। ଜାନୁଆରୀ ୨୩ରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ତେବେ ଏହାକୁ ହଂକଂ ମୁକାବିଲା କରିବାରେ ସକ୍ଷମ ହୋଇଥିଲା। ମାର୍ଚ୍ଚ ୨ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ରେ ପହଞ୍ଚିଥିଲା। ତେବେ ୭୫ ଲକ୍ଷ ବିଶିଷ୍ଟ ହଂକଂରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩୮ରେ ସୀମିତ ରହିଛି।

ସେହିପରି ୪ ଜଣ ପ୍ରାଣ ହରାଇଛନ୍ତି। କରୋନା ମୁକାବିଲା ପାଇଁ ଭାରତ ଓ ଚାଇନା ପରି ଏଠାରେ ସଂପୂର୍ଣ୍ଣ ଲକଡାଉନ ଘୋଷଣା କରାଯାଇ ନଥିଲା। ହଂକଂ ସକ୍ରିୟ ସର୍ଭେଲାନ୍ସର ବ୍ୟବହାର କରିଥିଲା। ଏହାଦ୍ୱାରା ସକ୍ରିୟ ଭାବେ କରୋନା ରୋଗୀଙ୍କୁ ଚିହ୍ନଟ କରିବା, ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଠାବ କରିବା, ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖିବା ଓ ସାମାଜିକ ଦୂରତା ନୀତିକୁ କଡ଼ାକଡ଼ି ଭାବେ ପାଳନ କରି ସଂକ୍ରମଣକୁ ରୋକି ପାରିଛି।

ଲୋକଙ୍କ ସହଯୋଗ ଯୋଗୁ ଏହା ସମ୍ଭବ ହୋଇଛି ଓ ହଂକଂରେ ବ୍ୟବସାୟ ସ୍ୱାଭାବିକ ଭାବେ ଚାଲିଛି। ଦେଶର ୯୯% ଲୋକ ସର୍ବସାଧାରଣରେ ମାସ୍କ ପିନ୍ଧୁଛନ୍ତି ଓ ୮୫% ଲୋକ ଭିଡ଼ ଅଞ୍ଚଳକୁ ଯାଉନାହାନ୍ତି।

ମାର୍ଚ୍ଚ ମାସରୁ ହିଁ ସେମାନେ ଏହାକୁ ପାଳନ କରୁଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବେ ବି ସୁସ୍ଥ ଥିବା ଲୋକ ମାସ୍କ ପିନ୍ଧିବା ଜରୁରୀ ନଥିବା କହୁଥିଲେ ହେଁ ହଂକଂ ଦେଶର ନାଗରିକଙ୍କୁ ଏହାକୁ ପିନ୍ଧିବାକୁ ପ୍ରବର୍ତ୍ତାଇ ଚାଲିଛି।

ଭାରତ ସରକାର ଚାଇନାଠାରୁ ଅନୁପ୍ରାଣିତ ହୋଇ ସଂପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି। ଚାଇନା ସରକାର ଉହାନରେ ୭୬ ଦିନ ପାଇଁ କଠୋର ଲକଡାଉନ ନିୟମ ପାଳନ କରିଥିଲେ। ଲୋକମାନେ ମଧ୍ୟ ଏହାକୁ ଅନୁପାଳନ କରିଛନ୍ତି। ହେଲେ ଭାରତରେ ଲକଡାଉନ ଜାରି ହୋଇଥିଲେ ହେଁ ଲୋକମାନେ ବାହାରେ ବୁଲାବୁଲି କରୁଛନ୍ତି।

ଏହି କାରଣରୁ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ଡେଇଁଛି। ସେହିପରି ମୃତକଙ୍କ ସଂଖ୍ୟା ୧୦୦୮ରେ ପହଞ୍ଚି ଯାଇଛି। ଅବଶ୍ୟ ଏବେ ଭାରତ ସରକାର ମାସ୍କ ବାଧ୍ୟତାମୂଳକ କରାଯାଇଛି। ତେଣୁ ଆଗକୁ ସରକାର ହଂକଂ ମଡେଲ ବ୍ୟବହାର କରି କରୋନା ସଂକ୍ରମଣକୁ ରୋକିବାକୁ ଚେଷ୍ଟା କରିବେ ବୋଲି ଆଶା କରାଯାଉଛି।

Related story