ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ବଢ଼ିବ କି ଲକଡାଉନ୍?

ନୂଆଦିଲ୍ଲୀ: ମେ’ ୧୭ରେ ତୃତୀୟ ପର୍ଯ୍ୟାୟ ଲକଡ଼ାଉନ୍ ଅବଧି ଶେଷ ହେବା ପୂର୍ବରୁ ପୁଣି ଥରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଭିଡିଓ କନଫରେନସିଂ ଜରିଆରେ ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୋମବାର ଭିଡିଓ କନଫରେନସିଂ ଜରିଆରେ ଅପରାହ୍ନ ୩ଟାରେ ଏହି ବୈଠକ ହେବ। ବୈଠକରେ ଗୃହ ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଶାସନ ସଚିବ, ସ୍ୱାସ୍ଥ୍ୟ ସଚିବମାନଙ୍କୁ ଯୋଗଦେବେ ବୋଲି ସୂଚନା ରହିଛି। ଦେଶରେ ସପ୍ତାହେ ହେବ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ […]

modi-cm

Subhransu Sekhar
  • Published: Sunday, 10 May 2020
  • , Updated: 10 May 2020, 03:29 PM IST

ନୂଆଦିଲ୍ଲୀ: ମେ' ୧୭ରେ ତୃତୀୟ ପର୍ଯ୍ୟାୟ ଲକଡ଼ାଉନ୍ ଅବଧି ଶେଷ ହେବା ପୂର୍ବରୁ ପୁଣି ଥରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଭିଡିଓ କନଫରେନସିଂ ଜରିଆରେ ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୋମବାର ଭିଡିଓ କନଫରେନସିଂ ଜରିଆରେ ଅପରାହ୍ନ ୩ଟାରେ ଏହି ବୈଠକ ହେବ। ବୈଠକରେ ଗୃହ ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଶାସନ ସଚିବ, ସ୍ୱାସ୍ଥ୍ୟ ସଚିବମାନଙ୍କୁ ଯୋଗଦେବେ ବୋଲି ସୂଚନା ରହିଛି।

ଦେଶରେ ସପ୍ତାହେ ହେବ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ରହୁଛି। ଅନ୍ୟପଟେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ମଧ୍ୟ କହିଛି ମେ ମାସ ମଝିରେ କରୋନାର ହଟସ୍ପଟ ଭାରତ ହୋଇପାରେ। ତେଣେ ପ୍ରବାସୀ ଶ୍ରମିକଙ୍କ ଘର ବାହୁଡା ପରେ ସଂପୃକ୍ତ ରାଜ୍ୟ ଗୁଡ଼ିକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ଦେଶ ଓ ସଂପୃକ୍ତ ରାଜ୍ୟ ପାଇଁ ଚିନ୍ତାର ବିଷୟ ପାଲଟିଛି।

କରୋନା ପାଇଁ ତାଲାବନ୍ଦ ବା ଲକଡାଉନ୍ ରହିଥିବାରୁ ରାଜ୍ୟ ଏବଂ ଦେଶର ଅର୍ଥନୀତି ଏବେ ଦୁର୍ବଳ ହୋଇଯାଇଛି। ତେଣୁ ଅର୍ଥନୀତିକୁ ଗତି ଦେବା ପାଇଁ ସରକାର ବ୍ୟବସାୟିକ କେନ୍ଦ୍ର ଆଦି ଖୋଲିବା ଦରକାର। ଆଜି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଶାସନ ସଚିବଙ୍କ ସହିତ ଭିଡିଓ କନଫରେନସିଂ ଜରିଆରେ କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗୌଉବା ଭିଡିଓ କନଫରେନସିଂ ଜରିଆରେ ଆଲୋଚନା କରିବା ବେଳେ ଏଭଳି ପ୍ରସ୍ତାବ ଶାସନ ସଚିବ ମାନେ ଦେଇଥିବା ସୂଚନା ରହିଛି।

ସୂଚନାଯୋଗ୍ୟ, ଦେଶରେ ଏଯାବତ ପ୍ରାୟ ୬୩ ହଜାର ଲୋକ କରୋନା ଭୂତାଣୁ ସଂକ୍ରମିତ ଥିବା ଚିହ୍ନଟ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୩,୨୭୭ଟି ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୧୨୮ ଜଣ କୋଭିଡ୍-୧୯ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଅନ୍ୟପଟେ ୧୯,୩୫୮ ଜଣ କୋଭିଡ୍-୧୯ ଆକ୍ରାନ୍ତ ବର୍ତ୍ତମାନ ସୁଦ୍ଧା ସୁସ୍ଥ ମଧ୍ୟ ହୋଇଛନ୍ତି। ସଂକ୍ରମଣରୁ ସୁସ୍ଥ ହେବା ହାର ୩୦.୭ ପ୍ରତିଶତକୁ ବୃଦ୍ଧି ପାଇଛି।

ଅନ୍ୟପଟେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ତେଲେଙ୍ଗାନା ସରକାର ରାଜ୍ୟରେ ଲକଡାଉନ୍ ଅବଧି ମେ’ ଶେଷ ଯାଏ ବୃଦ୍ଧି କରିଛନ୍ତି। ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଅବଧି ଆରମ୍ଭ ହେବା ମାତ୍ରେ ତେଲେଙ୍ଗାନାର କେସିଆର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

Related story