‘ତ୍ୱରିତ ବେଗରେ ଚାଲିଛି ଭାରତ-ଆମେରିକା ବାଣିଜ୍ୟିକ ବୁଝାମଣା’

ନୂଆଦିଲ୍ଲୀ: ରବିବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟିକ ବୁଝାମଣା ପ୍ରକ୍ରିୟା ଜୋରସୋରରେ ଆଗେଇ ଚାଲିଛି। ଏହା ଖୁବ୍‌ଶୀଘ୍ର ଚୂଡ଼ାନ୍ତ ରୂପ ନେବ ବୋଲି ସେ କହିଛନ୍ତି। ଆଇଏମ୍‌ଏଫ୍‌ ମୁଖ୍ୟାଳୟରେ ନିର୍ମଳା ଏବଂ ଆମେରିକା ଟ୍ରେଜେରୀ ସଚିବ ଷ୍ଟିଭେନ୍‌ ମୁଚିନ୍‌ଙ୍କ ମଧ୍ୟରେ ବୈଠକ ପରେ ନିର୍ମଳା ଏହି ସୂଚନା ଦେଇଛନ୍ତି। ନିର୍ମଳା କହିଛନ୍ତି, ମୁଁ ସଚିବ ମୁନ୍‌ଚିନ୍‌ଙ୍କୁ ଏ ବିଷୟରେ ସ୍ପଷ୍ଟ ବୁଝାଇଛି। ଉଭୟ ଦେଶ ମଧ୍ୟରେ ବୁଝାମଣା ଜୋରସୋରରେ […]

nirmala

Subrat Kumar Nayak
  • Published: Sunday, 20 October 2019
  • , Updated: 20 October 2019, 04:33 PM IST

ନୂଆଦିଲ୍ଲୀ: ରବିବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟିକ ବୁଝାମଣା ପ୍ରକ୍ରିୟା ଜୋରସୋରରେ ଆଗେଇ ଚାଲିଛି। ଏହା ଖୁବ୍‌ଶୀଘ୍ର ଚୂଡ଼ାନ୍ତ ରୂପ ନେବ ବୋଲି ସେ କହିଛନ୍ତି। ଆଇଏମ୍‌ଏଫ୍‌ ମୁଖ୍ୟାଳୟରେ ନିର୍ମଳା ଏବଂ ଆମେରିକା ଟ୍ରେଜେରୀ ସଚିବ ଷ୍ଟିଭେନ୍‌ ମୁଚିନ୍‌ଙ୍କ ମଧ୍ୟରେ ବୈଠକ ପରେ ନିର୍ମଳା ଏହି ସୂଚନା ଦେଇଛନ୍ତି।

ନିର୍ମଳା କହିଛନ୍ତି, ମୁଁ ସଚିବ ମୁନ୍‌ଚିନ୍‌ଙ୍କୁ ଏ ବିଷୟରେ ସ୍ପଷ୍ଟ ବୁଝାଇଛି। ଉଭୟ ଦେଶ ମଧ୍ୟରେ ବୁଝାମଣା ଜୋରସୋରରେ ଚାଲିଛି ଏବଂ ଏହାର ଗଭୀରତା ମଧ୍ୟ ବହୁତ ରହିଛି। ଏହି ଚୁକ୍ତି ଖୁବ୍‌ ଶୀଘ୍ର ହେବ।

ସେ ଆହୁରି ମଧ୍ୟ କହିଥିଲେ, ପୂର୍ବରୁ ଭାରତର ସାମଜିକ ସୁରକ୍ଷା ବ୍ୟବସ୍ଥା ଦୁର୍ବଳ ଥିଲା। ବର୍ତ୍ତମାନ ଆୟୁଷ୍ମାନ୍‌ ଭାରତରେ ବହୁତ ଭାରତୀୟ ଯୋଡ଼ି ହୋଇଛନ୍ତି। ବର୍ତ୍ତମାନ ଘରୋଇ ବୀମା କମ୍ପାନୀଙ୍କ ସଂଖ୍ୟା ମଧ୍ୟ ବହୁତ ବଢ଼ିଛି।

ନିର୍ମଳା ଆଜି ଆହୁରି ମଧ୍ୟ କହିଛନ୍ତି ସେ ବର୍ତ୍ତମାନ ସେହିସବୁ କମ୍ପାନୀ ଉପରେ ନଜର ରଖିବେ ଯେଉଁମାନେ ଚାଇନା ବାହାରେ ବ୍ୟବସାୟ କରିବାକୁ ଚାହାନ୍ତି। ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହେବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଚାଇନା ବାହାରେ ବ୍ୟବସାୟ କରିବାକୁ ଚାହୁଁଥିବା ବ୍ୟବସାୟୀ ଭାରତ ହିଁ ବାଛିବେ। ତେଣୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ସରକାର ସେମାନଙ୍କୁ ଭେଟିବା ସହ ଭାରତକୁ କିଭଳି ନିମନ୍ତ୍ରଣ କରିବେ। ସମସ୍ତ ଆମେରିକୀୟ, ବ୍ରିଟିଶ ଏବଂ ଅନ୍ୟ ୟୁରୋପ ରାଷ୍ଟ୍ରର କମ୍ପାନୀ ଚାଇନାରେ ବ୍ୟବସାୟ ନକରିବାକୁ ଯୋଜନା କରୁଥିବାରୁ ଭାରତ ଏହି ସୁଯୋଗର ଫାଇଦା ନେବାକୁ ହେବ।

Related story