୫୦ ଡିଗ୍ରୀ ଡେଇଁଲା ତାପମାତ୍ରା, ପଶ୍ଚିମ ଭାରତରେ ତ୍ରାହି ତ୍ରାହି ଡାକ

ନୂଆଦିଲ୍ଲୀ: ସବୁ ରେକର୍ଡ ଭାଙ୍ଗିଛି ତାତି। ଆଜି ରାଜସ୍ଥାନର ସର୍ବୋଚ୍ଚ ତାପମାତ୍ରା ୫୦ ଡିଗ୍ରୀ ଅତିକ୍ରମ କରିଛି। ରାଜସ୍ଥାନର ଚୁରୁରେ ସର୍ବୋଚ୍ଚ ତାପମାତ୍ରା ୫୦.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏହା ସେଠାକାର ସ୍ୱାଭାବିକ ତାପମାତ୍ରା ଠାରୁ ୯ ଡିଗ୍ରୀ ଅଧିକ। ସେହିପରି ଗଙ୍ଗାନଗରର ତାପମାତ୍ରା ୪୯ ଡିଗ୍ରୀ ରହିଥିବା ବେଳେ ବିକାନେରରେ ପାରଦ ୪୭.୯ ଡିଗ୍ରୀ ଛୁଇଁଛି। ଜୈଶଲମେରରେ ତାପମାତ୍ରା ୪୭.୨ ଡିଗ୍ରୀ, କୋଟାରେ ୪୬ ଡିଗ୍ରୀ, ଯୋଧପୁରରେ ୪୫.୬ ଡିଗ୍ରୀ, ବାରମେରରେ ୪୪.୫ ଡିଗ୍ରୀ ଓ […]

sa-13-1

sa-13-1

Tapas Behera
  • Published: Saturday, 01 June 2019
  • Updated: 01 June 2019, 09:02 PM IST

Sports

Latest News

ନୂଆଦିଲ୍ଲୀ: ସବୁ ରେକର୍ଡ ଭାଙ୍ଗିଛି ତାତି। ଆଜି ରାଜସ୍ଥାନର ସର୍ବୋଚ୍ଚ ତାପମାତ୍ରା ୫୦ ଡିଗ୍ରୀ ଅତିକ୍ରମ କରିଛି। ରାଜସ୍ଥାନର ଚୁରୁରେ ସର୍ବୋଚ୍ଚ ତାପମାତ୍ରା ୫୦.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏହା ସେଠାକାର ସ୍ୱାଭାବିକ ତାପମାତ୍ରା ଠାରୁ ୯ ଡିଗ୍ରୀ ଅଧିକ। ସେହିପରି ଗଙ୍ଗାନଗରର ତାପମାତ୍ରା ୪୯ ଡିଗ୍ରୀ ରହିଥିବା ବେଳେ ବିକାନେରରେ ପାରଦ ୪୭.୯ ଡିଗ୍ରୀ ଛୁଇଁଛି। ଜୈଶଲମେରରେ ତାପମାତ୍ରା ୪୭.୨ ଡିଗ୍ରୀ, କୋଟାରେ ୪୬ ଡିଗ୍ରୀ, ଯୋଧପୁରରେ ୪୫.୬ ଡିଗ୍ରୀ, ବାରମେରରେ ୪୪.୫ ଡିଗ୍ରୀ ଓ ରାଜଧାନୀ ଜୟପୁରରେ ୪୫.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ରାଜସ୍ଥାନରେ ବିଗତ ୭୫ ବର୍ଷରେ ଏହା ସର୍ବୋଚ୍ଚ ତାପମାତ୍ରା ବୋଲି ଜଣାପଡ଼ିଛି।

ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଉତ୍ତରପଶ୍ଚିମ ଭାରତରେ ଆହୁରି ୪ରୁ ୫ ଦିନ ଧରି ଏଭଳି ପାଗ ଲାଗିରହିବ। ତାପମାତ୍ରା ବଢ଼ିବ ସିନା, କମିବାର କୌଣସି ସମ୍ଭାବନା ନାହିଁ। ଏଥିପାଇଁ ବିଭିନ୍ନ ସ୍ଥାନରେ ରେର୍ଡ ୱାର୍ଣ୍ଣିଂ ଜାରି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos