୨୪ ଘଣ୍ଟାରେ ନ୍ୟୁୟର୍କରେ କରୋନା ନେଲା ୬୩୦ ଜୀବନ

ନ୍ୟୁୟର୍କ: ଦିନକୁ ଦିନ ଆମେରିକାରେ କରୋନା ଭାଇରସର ଦୌରାତ୍ମ ବୃଦ୍ଧି ପାଉଛି। ପ୍ରତିଦିନ ଏଠାରେ ହଜାରେରୁ ଅଧିକ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହେଉଛି। ତେବେ ଗତ ୨୪ ଘଣ୍ଟାରେ ନ୍ୟୁୟର୍କରେ ୬୩୦ ଜଣଙ୍କର ମୃତ୍ୟୁ ଘଟିଛି। ଏହାସହିତ ନ୍ୟୁୟର୍କରେ ମୃତକଙ୍କ ସଂଖ୍ୟା ୩୫୬୫ରେ ପହଞ୍ଚିଛି। ସେହିପରି ୧୩ ହଜାର ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଗଭର୍ଣ୍ଣର ଆଣ୍ଡ୍ର୍ୟୁ କ୍ୟୁମୋ କହିଛନ୍ତି, ସ୍ଥିତି ବିଗିଡ଼ି ଚାଲିଛି। ଆଗାମୀ ଦୁଇ ସପ୍ତାହ ମଧ୍ୟରେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ। ସେହିପରି […]

new york

Subhransu Sekhar
  • Published: Sunday, 05 April 2020
  • , Updated: 05 April 2020, 12:36 PM IST

ନ୍ୟୁୟର୍କ: ଦିନକୁ ଦିନ ଆମେରିକାରେ କରୋନା ଭାଇରସର ଦୌରାତ୍ମ ବୃଦ୍ଧି ପାଉଛି। ପ୍ରତିଦିନ ଏଠାରେ ହଜାରେରୁ ଅଧିକ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହେଉଛି। ତେବେ ଗତ ୨୪ ଘଣ୍ଟାରେ ନ୍ୟୁୟର୍କରେ ୬୩୦ ଜଣଙ୍କର ମୃତ୍ୟୁ ଘଟିଛି। ଏହାସହିତ ନ୍ୟୁୟର୍କରେ ମୃତକଙ୍କ ସଂଖ୍ୟା ୩୫୬୫ରେ ପହଞ୍ଚିଛି। ସେହିପରି ୧୩ ହଜାର ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ଗଭର୍ଣ୍ଣର ଆଣ୍ଡ୍ର୍ୟୁ କ୍ୟୁମୋ କହିଛନ୍ତି, ସ୍ଥିତି ବିଗିଡ଼ି ଚାଲିଛି। ଆଗାମୀ ଦୁଇ ସପ୍ତାହ ମଧ୍ୟରେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ। ସେହିପରି କରୋନା ସହିତ ମୁକାବିଲା କରିବା ପାଇଁ ତାଙ୍କୁ ୪୫ ହଜାର ସ୍ୱାସ୍ଥ୍ୟ କର୍ମୀ ଆବଶ୍ୟକ ରହିଛି ବୋଲି ନ୍ୟୁୟର୍କର ମେୟର କହିଛନ୍ତି।

ଶନିବାର ଆମେରିକାରେ ମୋଟ୍ ୧୨୨୪ ଜଣଙ୍କର ମୃତ୍ୟୁ ହୋଇଛି। ଜନ ହାଫକିନ୍ସ ବିଶ୍ୱବିଦ୍ୟାଳୟର ଟ୍ରାକର ରିପୋର୍ଟ ଅନୁଯାୟୀ ଗୁରୁବାର ରାତି ୮ଟା ୩୦ରୁ ଶୁକ୍ରବାର ରାତି ୮ଟା ୩୦ ମଧ୍ୟରେ ୧,୪୮୦ ଜଣଙ୍କର ମୃତ୍ୟୁ ଘଟିଛି। ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୮,୪୫୪ ହୋଇଛି। ଶନିବାର ୨୮ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Related story