ଲକ୍‌ଡାଉନ୍‌ ଲାଗୁ ହୋଇନଥିଲେ ୨ ଲକ୍ଷ ପହଞ୍ଚି ଯାଇଥା’ନ୍ତା ଆକ୍ରାନ୍ତ ସଂଖ୍ୟା: କେନ୍ଦ୍ର

ନୂଆଦିଲ୍ଲୀ: ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଲକ୍‌ଡାଉନ୍‌ ଜାରି କରାଯାଇନଥିଲେ, ଏବେ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷରେ ପହଞ୍ଚି ଯାଇଥା’ନ୍ତା। ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ୍‌ ଅଗ୍ରୱାଲ୍‌ ଆଜି ଏଭଳି ବୟାନ ଦେଇଛନ୍ତି। ସେ କହିଛନ୍ତି, ଲକ୍‌ଡାଉନ୍‌ ଏବଂ କଣ୍ଟେନ୍‌ମେଣ୍ଟ ଜୋନ୍‌ ଆଦି ପଦକ୍ଷେପ କୋଭିଡ୍‌-୧୯ ମୁକାବିଲା ପାଇଁ ଗୁରୁତ୍ୱପୁର୍ଣ୍ଣ। ଆମେ ଯଦି ଠିକ୍‌ ସମୟରେ ସେହି ପଦକ୍ଷେପ ନେଇନଥାନ୍ତେ ଏବେ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୨ […]

Corona

Subrat Kumar Nayak
  • Published: Saturday, 11 April 2020
  • , Updated: 11 April 2020, 05:37 PM IST

ନୂଆଦିଲ୍ଲୀ: ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଲକ୍‌ଡାଉନ୍‌ ଜାରି କରାଯାଇନଥିଲେ, ଏବେ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷରେ ପହଞ୍ଚି ଯାଇଥା’ନ୍ତା।

ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ୍‌ ଅଗ୍ରୱାଲ୍‌ ଆଜି ଏଭଳି ବୟାନ ଦେଇଛନ୍ତି। ସେ କହିଛନ୍ତି, ଲକ୍‌ଡାଉନ୍‌ ଏବଂ କଣ୍ଟେନ୍‌ମେଣ୍ଟ ଜୋନ୍‌ ଆଦି ପଦକ୍ଷେପ କୋଭିଡ୍‌-୧୯ ମୁକାବିଲା ପାଇଁ ଗୁରୁତ୍ୱପୁର୍ଣ୍ଣ। ଆମେ ଯଦି ଠିକ୍‌ ସମୟରେ ସେହି ପଦକ୍ଷେପ ନେଇନଥାନ୍ତେ ଏବେ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ପହଞ୍ଚି ଯାଇଥା’ନ୍ତା।

ଭିତ୍ତିଭୂମି ଓ ପ୍ରସ୍ତୁତି ବାବଦରେ ମଧ୍ୟ ସେ ତଥ୍ୟ ରଖିଛନ୍ତି। ସେ କହିଛନ୍ତି ବର୍ତ୍ତମାନ ଲକ୍ଷେ ଆଇସୋଲେସନ୍‌ ବେଡ୍‌ ଏବଂ ୧୧,୫୦୦ ଆଇସିୟୁ ବେଡ୍‌ କରୋନା ଆକ୍ରାନ୍ତଙ୍କ ପାଇଁ ପ୍ରସ୍ତୁତ ରହିଛି।

କରୋନା ମହାମାରୀକୁ ନେଇ ସରକାର ପ୍ରୋଆକ୍ଟିଭ୍‌ ରହିଥିବା ସେ ଦାବି କରିଛନ୍ତି। ସେ ଏହି ଅବସରରେ କହିଛନ୍ତି, ଆମେ ଏକ ଗ୍ରେଡେଡ୍ ପଦ୍ଧତି ଅନୁସରଣ କରିଛୁ। ଦେଶରେ ଏବେ ମୋଟ ୫୮୬ଟି କୋଭିଡ୍-୧୯ ଡାକ୍ତରଖାନା ଏବଂ ଏକ ଲକ୍ଷରୁ ଅଧିକ ଆଇସୋଲେସନ୍‌ ବେଡ୍‌ ଅଛି ବୋଲି ଲାଭ ଅଗ୍ରୱାଲ କହିଛନ୍ତି।

ଅନ୍ୟପକ୍ଷର ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମୋଟ ୭,୪୪୭ ଛୁଇଁଛି। ସେଥିମଧ୍ୟରୁ ୬୪୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୩୯ ଜଣଙ୍କର ମୃତ୍ୟୁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ, ଭାରତରେ ୧,୦୩୫ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବାବେଳେ ଏହି କାରଣରୁ ୪୦ ଜଣଙ୍କର ମୃତ୍ୟୁ ଘଟିଛି।

ଏହି ସମୟରେ କେନ୍ଦ୍ର ସରକାର ଆହୁରି ମଧ୍ୟ କହିଛନ୍ତି, ଅଧିକାଂଶ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ଲକ୍‌ଡାଉନ୍ ଅବଧି ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ। ଆଜି ସମସ୍ତ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଏକ ଭିଡିଓ କନଫରେନ୍ସ ସମୟରେ ଏହି ଅନୁରୋଧ କରାଯାଇଛି। ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ କରୋନା ଭାଇରସ୍ ସମ୍ପର୍କିତ ଭିଡିଓ କନଫରେନ୍ସିଂବେଳେ ଅଧିକାଂଶ ରାଜ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଉ ଦୁଇ ସପ୍ତାହ ପର୍ଯ୍ୟନ୍ତ ଲକ୍‌ଡାଉନ୍ ବୃଦ୍ଧି ପାଇଁ ଅନୁରୋଧ କରିଥିଲେ।

Related story