ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ

ଲକ୍ଷ୍ନୌ: ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱାମୀ ଚନ୍ମୟାନନ୍ଦଙ୍କ ବିରୋଧରେ ଜଣେ ଆଇନ୍‌ ବିଭାଗର ଛାତ୍ରୀ ଅସଦାଚରଣ ଅଭିଯୋଗ ଆଣିଛନ୍ତି। ଏକ ଭିଡିଓ ଜାରି କରି ଛାତ୍ରୀ ଜଣଙ୍କ ଅଭିଯୋଗ ଆଣିବା ପରେ ହଠାତ୍‌ ନିଖୋଜ ହୋଇଯାଇଛନ୍ତି। ସେ ଭିଡିଓ ଜାରି କରି କହିଥିଲେ ଯେ “ପୂର୍ବତନ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ସ୍ୱାମୀ ଚନ୍ମୟାନନ୍ଦ ଅନେକ ଯୁବତୀଙ୍କ ସମେତ ମୋ ଜୀବନକୁ ମଧ୍ୟ ନଷ୍ଟ କରିଦେଇଛନ୍ତି। ଚିନ୍ମୟାନନ୍ଦଙ୍କ ବିରୋଧରେ ଅନେକ ପ୍ରମାଣ ମୋ ପାଖରେ ରହିଛି। […]

ref

Hemant Lenka
  • Published: Tuesday, 27 August 2019
  • , Updated: 27 August 2019, 05:30 PM IST

ଲକ୍ଷ୍ନୌ: ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱାମୀ ଚନ୍ମୟାନନ୍ଦଙ୍କ ବିରୋଧରେ ଜଣେ ଆଇନ୍‌ ବିଭାଗର ଛାତ୍ରୀ ଅସଦାଚରଣ ଅଭିଯୋଗ ଆଣିଛନ୍ତି। ଏକ ଭିଡିଓ ଜାରି କରି ଛାତ୍ରୀ ଜଣଙ୍କ ଅଭିଯୋଗ ଆଣିବା ପରେ ହଠାତ୍‌ ନିଖୋଜ ହୋଇଯାଇଛନ୍ତି।

ସେ ଭିଡିଓ ଜାରି କରି କହିଥିଲେ ଯେ “ପୂର୍ବତନ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ସ୍ୱାମୀ ଚନ୍ମୟାନନ୍ଦ ଅନେକ ଯୁବତୀଙ୍କ ସମେତ ମୋ ଜୀବନକୁ ମଧ୍ୟ ନଷ୍ଟ କରିଦେଇଛନ୍ତି। ଚିନ୍ମୟାନନ୍ଦଙ୍କ ବିରୋଧରେ ଅନେକ ପ୍ରମାଣ ମୋ ପାଖରେ ରହିଛି। ସେ ପ୍ରଭାବଶାଳୀ ହୋଇଥିବାରୁ ଜିଲ୍ଲା ମାଜିଷ୍ଟ୍ରେଟ କିମ୍ବା ଏସ୍‌ପି ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ସ୍ୱାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଯଦି ମୁଁ ମୁହଁ ଖୋଲିବି ତା’ହେଲେ ତାଙ୍କ ସମର୍ଥକମାନେ ମୋ ପରିବାରକୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ଧମକ ମଧ୍ୟ ଦେଇଥିଲେ।”

ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍‌ ହୋଇଛି। ତେବେ ଅଭିଯୋଗ କରିଥିବା ଯୁବତୀଙ୍କ ପତ୍ତା ମିଳୁନାହିଁ। ଏନେଇ ଯୁବତୀଙ୍କ ପରିବାର ଲୋକ ସ୍ୱାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଶାହାଜାହାନପୁର ପୁଲିସ୍‌ ନିକଟରେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ଜଣେ କେହି ଫୋନ କରି ସ୍ୱାମୀ ଚିନ୍ମୟାନନ୍ଦଙ୍କ ଠାରୁ ୫ କୋଟି ଟଙ୍କା ମାଗୁଥିବା ଅଭିଯୋଗ ମଧ୍ୟ ପୁଲିସ୍‌ ନିକଟରେ ପହଞ୍ଚିଛି।

Related story