ମହଙ୍ଗା ପଡ଼ିଲା ଅନ୍‌ଲାଇନ୍ ସପିଙ୍ଗ୍: ମାଡ଼ ଖାଇ ମେଡିକାଲ ଗଲେ ମହିଳା

ଆଜିକାଲି ଅନଲାଇନ୍ ସପିଙ୍ଗ୍‌ର ନିଶା ସମସ୍ତଙ୍କୁ ଘାରିଛି। ଘରେ ବସି ଯେକୌଣସି ଜିନିଷ ଆପଣ ଅନ୍‌ଲାଇନ୍‌ରେ କିଣି ପାରୁଛନ୍ତି। ଏପରି ଅନ୍‌ଲାଇନ୍‌ ସପିଙ୍ଗ୍ ପାଇଁ ବହୁତ ଗୁଡିଏ ସାଇଟ୍‌ ରହିଛି। ଅନଲାଇନ୍ ସପିଙ୍ଗର ସବୁଠୁ ଭଲ ଜିନିଷ ହେଉଛି ଏହାର ରିଭ୍ୟୁ ଓ ରେଟିଂ। ଜଣେ ବ୍ୟକ୍ତି ଅନଲାଇନ୍ ସପିଙ୍ଗ୍ କରିବା ପରେ ସେ ତାର ଅନୁଭବକୁ ଫିଡ୍‌ବ୍ୟାକ୍ ଆକାରରେ ଲେଖିପାରିବେ। ଆଉ ସପିଙ୍ଗ୍ କଲାବେଳେ ଅନ୍ୟ ଜଣେ ଏହି ରିଭ୍ୟୁ ଦେଖି ଜାଣିପାରିବେ ଯେ ସେହି […]

feedback-image

Rakesh Mallick
  • Published: Saturday, 13 January 2018
  • , Updated: 13 January 2018, 12:28 PM IST

ଆଜିକାଲି ଅନଲାଇନ୍ ସପିଙ୍ଗ୍‌ର ନିଶା ସମସ୍ତଙ୍କୁ ଘାରିଛି। ଘରେ ବସି ଯେକୌଣସି ଜିନିଷ ଆପଣ ଅନ୍‌ଲାଇନ୍‌ରେ କିଣି ପାରୁଛନ୍ତି। ଏପରି ଅନ୍‌ଲାଇନ୍‌ ସପିଙ୍ଗ୍ ପାଇଁ ବହୁତ ଗୁଡିଏ ସାଇଟ୍‌ ରହିଛି। ଅନଲାଇନ୍ ସପିଙ୍ଗର ସବୁଠୁ ଭଲ ଜିନିଷ ହେଉଛି ଏହାର ରିଭ୍ୟୁ ଓ ରେଟିଂ। ଜଣେ ବ୍ୟକ୍ତି ଅନଲାଇନ୍ ସପିଙ୍ଗ୍ କରିବା ପରେ ସେ ତାର ଅନୁଭବକୁ ଫିଡ୍‌ବ୍ୟାକ୍ ଆକାରରେ ଲେଖିପାରିବେ। ଆଉ ସପିଙ୍ଗ୍ କଲାବେଳେ ଅନ୍ୟ ଜଣେ ଏହି ରିଭ୍ୟୁ ଦେଖି ଜାଣିପାରିବେ ଯେ ସେହି ସାଇଟ୍‌ରୁ ସପିଙ୍ଗ୍ କଲେ ତାଙ୍କୁ ଲାଭ ମିଳିବ ନା କ୍ଷତି। ଆପଣ ମଧ୍ୟ ଏଭଳି ରିଭ୍ୟୁ ଦେଉଥିବେ। ହେଲେ ଏହି ରିଭ୍ୟୁ ଆପଣଙ୍କୁ କେତେ ମହଙ୍ଗା ପଡ଼ିପାରେ ଆପଣ କେବେ ଭାବିଛନ୍ତି କି?

ଚୀନ୍‌ର ଜିଆଓ ଡାଏ ନାମକ ଜଣେ ମହିଳାଙ୍କୁ ଅନଲାଇନ୍ ସପିଙ୍ଗ୍ କରିବା ଭାରି ମହଙ୍ଗା ପଡ଼ିଛି। ଜିଆଓ ଅଲିବାବା ଗ୍ରୁପ୍‌ର ‘ଟାଓବାଓ’ ନାମକ ଏକ ଚାଇନିଜ୍ ଅନଲାଇନ୍ ଷ୍ଟୋର୍‌ରୁ ୩୦୦ ୟୁଆନ୍‌ର ସପିଙ୍ଗ୍ କରିଥିଲେ। ହେଲେ ସେ ଏହି ଅନ୍‌ଲାଇନ୍ ଷ୍ଟୋର୍‌ର ସେବାରେ ସନ୍ତୁଷ୍ଟ ହୋଇନଥିଲେ। ତେଣୁ ସେ ରିଭ୍ୟୁ ସେକ୍ସନ୍‌ରେ ଏନେଇ ଅଭିଯୋଗ କରିଥିଲେ।

ଜିଆଓଙ୍କ ଏହି ପୋଷ୍ଟ ପାଇଁ ବିକ୍ରେତାଙ୍କୁ ସାଇଟ୍‌ର ରେଟିଂରେ ୧୨ ପଏଣ୍ଟ କମିଯିବାର କ୍ଷତି ସହିବାକୁ ପଡ଼ିଲା। ରାଗରେ ବିକ୍ରେତା ଝାଙ୍ଗ୍ ମହିଳା ଜଣଙ୍କୁ ପାନେ ଚଖେଇବାକୁ ସ୍ଥିର କଲେ। ଝାଙ୍ଗ୍ ୮୫୦ କିଲୋମିଟର ଯାତ୍ରା କରି ଜିଆଓଙ୍କ ଉପରେ ପ୍ରତିଶୋଧ ନେବାକୁ ପହଞ୍ଚିଥିଲେ ତାଙ୍କ ପାଖରେ। ଜିଆଓ ଏକ ପିକ୍‌ଅପ୍ ପଏଣ୍ଟରେ ଅପେକ୍ଷା କରିଥିବା ସମୟରେ ଝାଙ୍ଗ୍ ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ସେ ଜିଆଓଙ୍କ ଗାଲରେ ଚାପୁଡ଼ା ମାରିବା ସହ ତାଙ୍କୁ ଠେଲି ତଳେ ପକାଇ ଦେଇଥିଲେ। ଏହାପରେ ସେ ତାଙ୍କୁ ଅନେକ ଆଘାତ କରିଥିଲେ। ଏ ଘଟଣା ଏକ ସିସିଟିଭିରେ ରେକର୍ଡ଼ ହୋଇଯାଇଥିଲା। ସୂଚନା ଅନୁଯାୟୀ ଜିଆଓ ବର୍ତ୍ତମାନ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ପୋଲିସ୍ ଝାଙ୍ଗଙ୍କୁ ଗିରଫ କରି ଘଟଣାର ତଦନ୍ତ କରୁଛି।

Related story