ସ୍ୱାମୀ ନୂଆ ପୋଷାକ ନଦେବାରୁ ୬ ମାସର ଝିଅକୁ କଚାଡ଼ି ମାରିଲା ମା’

ଲକ୍ଷ୍ନୌ : ସାମାନ୍ୟ ପୋଷାକ ପାଇଁ ଜନ୍ମ ଦେଇଥିବା ମା’ କିପରି ରାକ୍ଷସୀ ରୂପ ଧାରଣ କରିପାରେ, ତାହାର ଏକ ଜ୍ୱଳନ୍ତ ଉଦାହରଣ ଉତ୍ତର ପ୍ରଦେଶ ଆଲିଗଡ଼ରେ ଦେଖିବାକୁ ମିଳିଛି। ହୋଲିରେ ସ୍ୱାମୀ ନୂଆ ପୋଷାକ କିଣି ଦେବାକୁ ମନା କରିବାରୁ ଜଣେ ମା’ ତା’ର ୬ ମାସର ଛୋଟ ଝିଅକୁ ମିର୍ମମ ଭାବରେ କଚାଡ଼ି ହତ୍ୟା କରିଛି। ରବିବାର ଏହିପରି ଏକ ଅଭାବନୀୟ ଘଟଣା ଘଟିଛି। ଛୁଆକୁ କଚାଡ଼ି ମାରିଥିବା ମହିଳା ଜଣକ ହେଉଛନ୍ତି ୨୫ […]

maa

Puspanjali Panda
  • Published: Monday, 02 March 2020
  • , Updated: 02 March 2020, 02:53 PM IST

ଲକ୍ଷ୍ନୌ : ସାମାନ୍ୟ ପୋଷାକ ପାଇଁ ଜନ୍ମ ଦେଇଥିବା ମା’ କିପରି ରାକ୍ଷସୀ ରୂପ ଧାରଣ କରିପାରେ, ତାହାର ଏକ ଜ୍ୱଳନ୍ତ ଉଦାହରଣ ଉତ୍ତର ପ୍ରଦେଶ ଆଲିଗଡ଼ରେ ଦେଖିବାକୁ ମିଳିଛି। ହୋଲିରେ ସ୍ୱାମୀ ନୂଆ ପୋଷାକ କିଣି ଦେବାକୁ ମନା କରିବାରୁ ଜଣେ ମା’ ତା’ର ୬ ମାସର ଛୋଟ ଝିଅକୁ ମିର୍ମମ ଭାବରେ କଚାଡ଼ି ହତ୍ୟା କରିଛି।

ରବିବାର ଏହିପରି ଏକ ଅଭାବନୀୟ ଘଟଣା ଘଟିଛି। ଛୁଆକୁ କଚାଡ଼ି ମାରିଥିବା ମହିଳା ଜଣକ ହେଉଛନ୍ତି ୨୫ ବର୍ଷୀୟ ପିଙ୍କି ଶର୍ମା।

ପୁଲିସର କହିବା ଅନୁସାରେ ହୋଲିରେ ଛୁଆ ଓ ସ୍ତ୍ରୀ ପାଇଁ ନୂଆ ପୋଷାକ କିଣିବାରୁ ମନା କରିବାରୁ ପିଙ୍କି ଓ ତାଙ୍କ ସ୍ୱାମୀ ରାହୁଲଙ୍କ ମଧ୍ୟରେ ବଚସା ହୋଇଥିଲା। ତେଣୁ ସ୍ୱାମୀଙ୍କ ଉପରେ ଥିବା ରାଗକୁ ସୁଜାଇବା ପାଇଁ ପିଙ୍କି ତାଙ୍କ ୬ ମାସର ଝିଅ ସୋନିକୁ ତଳେ କଚାଡ଼ି ଦେଇଥିଲେ। ଯାହା ଯୋଗୁ ଛୋଟ ଝିଅର ମୃତ୍ୟୁ ହୋଇଥିଲା। ତେବେ ଏହି ଘଟଣା ସମୟରେ ରାହୁଲ କାହିଁକି ପିଙ୍କିଙ୍କୁ ରୋକିଲେ ନାହିଁ, ତାହାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ପିଙ୍କିଙ୍କ ସ୍ୱାମୀ ରାହୁଲ ଲକ୍‌ ପ୍ୟାକ୍ଟ୍ରିରେ ଜଣେ ଶ୍ରମିକ ଭାବରେ କାମ କରନ୍ତି। ଚାରିବର୍ଷ ତଳେ ସେ ପିଙ୍କିଙ୍କୁ ବିବାହ କରିଥିଲେ। ପୂର୍ବରୁ ତାଙ୍କର ତିନି ବର୍ଷର ଏକ ପୁଅ ମଧ୍ୟ ରହିଛି।

ଦୀର୍ଘ ସମୟ ଧରି ସ୍ୱାମୀଙ୍କ ସହିତ ବଚସା ହେବାକୁ ନେଇ ସେ ଚିନ୍ତାରେ ଥିଲେ, ତେଣୁ ଝିଅ ଉପରେ ସେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ଝିଅର ମୃତ୍ୟୁ ଜାଣିଶୁଣି କରିନଥିବା କଥା ପିଙ୍କି ପୁଲିସ ଆଗରେ ସ୍ୱୀକାର କରିଛନ୍ତି।

ସେପଟେ ଦୁଇ ସ୍ୱାମୀସ୍ତ୍ରୀଙ୍କ ବିରୁଦ୍ଧରେ ପୁଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Related story