ସ୍ତ୍ରୀ ହତ୍ୟା ମାମଲାରେ ସ୍ୱାମୀ ଜେଲ ଯିବାର ୨ ବର୍ଷ ପରେ ଘରକୁ ଫେରିଲେ ମହିଳା

କୋଲକାତା: ପଶ୍ଚିମବଙ୍ଗରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି। ସ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ସ୍ୱାମୀ ଜେଲ ଯାଇଥିଲେ, କିନ୍ତୁ ‘ହତ୍ୟାର ଶିକାର ହୋଇଥିବା ସେଇ ସ୍ତ୍ରୀ ଏବେ ଘରକୁ ଫେରିଛନ୍ତି। ଅନ୍ୟପକ୍ଷେ ନିଜ ପତ୍ନୀଙ୍କୁ ଅପହରଣ ଏବଂ ହତ୍ୟା ମାମଲାରେ ଏହି ବ୍ୟକ୍ତି ଜେଲରେ ୩ ମାସ କାଟିଛନ୍ତି। ପୂର୍ବ ସିଂହଭୂମ ଜିଲ୍ଲାରେ ଏହି ଘଟଣା ଘଟିଛି। ମୌସୁମୀ ଦାସ ନାମକ ଏହି ମହିଳାଙ୍କ ମା’ ହିଁ ଅଭିଯୋଗ ଆଣିଥିଲେ ଯେ ତାଙ୍କ ଝିଅକୁ ହତ୍ୟା […]

woman-returned

Subrat Kumar Nayak
  • Published: Sunday, 16 June 2019
  • , Updated: 16 June 2019, 04:22 PM IST

କୋଲକାତା: ପଶ୍ଚିମବଙ୍ଗରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି। ସ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ସ୍ୱାମୀ ଜେଲ ଯାଇଥିଲେ, କିନ୍ତୁ 'ହତ୍ୟାର ଶିକାର ହୋଇଥିବା ସେଇ ସ୍ତ୍ରୀ ଏବେ ଘରକୁ ଫେରିଛନ୍ତି। ଅନ୍ୟପକ୍ଷେ ନିଜ ପତ୍ନୀଙ୍କୁ ଅପହରଣ ଏବଂ ହତ୍ୟା ମାମଲାରେ ଏହି ବ୍ୟକ୍ତି ଜେଲରେ ୩ ମାସ କାଟିଛନ୍ତି।

ପୂର୍ବ ସିଂହଭୂମ ଜିଲ୍ଲାରେ ଏହି ଘଟଣା ଘଟିଛି। ମୌସୁମୀ ଦାସ ନାମକ ଏହି ମହିଳାଙ୍କ ମା’ ହିଁ ଅଭିଯୋଗ ଆଣିଥିଲେ ଯେ ତାଙ୍କ ଝିଅକୁ ହତ୍ୟା କରାଯାଇଛି। କିନ୍ତୁ ଏହାର ୧ ବର୍ଷ ୧୦ ମାସ ପରେ ମହିଳା ବାପ ଘରକୁ ଫେରିବା ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସ୍ଥାନୀୟ ଚକୁଳିଆ ଥାନାର ଅଧିକାରୀ ତ୍ରିଭୂବନ ରାମ କହିଛନ୍ତି, “୨୦୧୭ ମସିହାରେ ମୌସୁମୀ ଘର ଛାଡ଼ି ଚାଲିଯାଇଥିଲେ। ତାଙ୍କ ମା’ ସୀମା ଦାସଙ୍କ ଅଭିଯୋଗ କ୍ରମେ ମୌସୁମୀଙ୍କ ସ୍ୱାମୀ ୩ ମାସ ଜେଲ ଯାଇଥିଲେ। ଆଇପିସି ୧୬୪ ଅନୁଯାୟୀ ଆଜି ତାଙ୍କ ବୟାନ ରେକର୍ଡ କରାଯାଇ ପାରିନାହିଁ, ସୋମବାର ଦିନ ଏହା କରାଯିବ। ଏହାପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।”

ପୁଲିସ୍‌ ଅଧିକାରୀ ମୌସୁମୀଙ୍କୁ ଥାନାକୁ ଡାକି ପଚରାଉଚରା କରିଥିଲେ ହେଁ ସେ କିଛି ଠିକ୍‌ରେ କହୁନାହାନ୍ତି। ତାଙ୍କ ସ୍ୱାମୀ ବିଶ୍ୱଜିତ ଦାସ କହିଛନ୍ତି, ସେ କିଛି ବି କହିବା ଆଗରୁ ଦଶ ଥର ଭାବିବେ। କାରଣ ତାଙ୍କ ସ୍ତ୍ରୀ ନିଜ ଇଚ୍ଛାରେ ହିଁ ଚାଲିଯାଇଥିଲେ ଏବଂ ୨ ବର୍ଷ କୌଣସି ଅଜଣା ସ୍ଥାନରେ ସମୟ କାଟି ଆସିଛନ୍ତି। ମୌସୁମୀ ଯିବାବେଳେ ୫ ବର୍ଷର ପୁଅ ପାର୍ଥକୁ ମଧ୍ୟ ଘରେ ଛାଡ଼ିଯାଇଥିଲେ ଏବଂ ତାଙ୍କୁ ସ୍ୱାମୀ ଅତ୍ୟାଚାର କରୁଥିବା ଦର୍ଶାଇ ଏକ ଚିଠି ମଧ୍ୟ ଛାଡ଼ିଯାଇଥିଲେ।

Related story