ଆଶ୍ଚର୍ଯ୍ୟ କଲା ଭଳି ଭିଡିଓ: ବର୍ଷା ଯୋଗୁ ଭୁଶୁଡ଼ିଲା ବିଲଡିଂ, ରାସ୍ତାରେ ଯାଉଥିବା ମହିଳା ଅଳ୍ପକେ ବର୍ତ୍ତିଲେ

ହାଇଦ୍ରାବାଦ: ଲଗାଣ ବର୍ଷା ଯୋଗୁ ହାଇଦ୍ରାବାଦରେ ଜଳ ପ୍ରଳୟ ଦେଖିବାକୁ ମିଳିଛି। ଏସବୁ ଭିତରେ ଏବେ ଆଶ୍ଚର୍ଯ୍ୟ କଲା ଭଳି ଭିଡିଓ ସାମ୍ନାକୁ ଆସିଛି। ରାସ୍ତାରେ ଯାଉଥିବା ବେଳେ ଜଣେ ମହିଳା ନିଶ୍ଚିତ ମୃତ୍ୟୁରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ହାଇଦ୍ରାବାଦର ମୋଗଲପୁରା ଉପକଣ୍ଠରେ ଘଟିଥିବା ଘଟଣାଟି ସିସିଟିଭିରେ କଏଦ ହୋଇଛି। ଭିଡିଓ ଅନୁଯାୟୀ, ରାସ୍ତାରେ ଜଣେ ମହିଳା କଳା ରଙ୍ଗର ବୁର୍ଖା ପିନ୍ଧି ଯାଉଥିବା ଦେଖିବାକୁ ମିଳୁଛି। ମହିଳା ଜଣଙ୍କ ରାସ୍ତା କଡ଼ରେ ଥିବା ମନ୍ଦିର ଅତିକ୍ରମ […]

f

Hemant Lenka
  • Published: Thursday, 15 October 2020
  • , Updated: 15 October 2020, 03:47 PM IST

ହାଇଦ୍ରାବାଦ: ଲଗାଣ ବର୍ଷା ଯୋଗୁ ହାଇଦ୍ରାବାଦରେ ଜଳ ପ୍ରଳୟ ଦେଖିବାକୁ ମିଳିଛି। ଏସବୁ ଭିତରେ ଏବେ ଆଶ୍ଚର୍ଯ୍ୟ କଲା ଭଳି ଭିଡିଓ ସାମ୍ନାକୁ ଆସିଛି। ରାସ୍ତାରେ ଯାଉଥିବା ବେଳେ ଜଣେ ମହିଳା ନିଶ୍ଚିତ ମୃତ୍ୟୁରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ହାଇଦ୍ରାବାଦର ମୋଗଲପୁରା ଉପକଣ୍ଠରେ ଘଟିଥିବା ଘଟଣାଟି ସିସିଟିଭିରେ କଏଦ ହୋଇଛି।

ଭିଡିଓ ଅନୁଯାୟୀ, ରାସ୍ତାରେ ଜଣେ ମହିଳା କଳା ରଙ୍ଗର ବୁର୍ଖା ପିନ୍ଧି ଯାଉଥିବା ଦେଖିବାକୁ ମିଳୁଛି। ମହିଳା ଜଣଙ୍କ ରାସ୍ତା କଡ଼ରେ ଥିବା ମନ୍ଦିର ଅତିକ୍ରମ କରିବା କ୍ଷଣି ଏହା ନିକଟରେ ଥିବା ଗୋଟିଏ ପୁରୁଣା ଦୁଇ ମହଲା ବିଶିଷ୍ଟ କୋଠାଟି ହଠାତ୍‌ ଭୁଶୁଡ଼ି ପଡ଼ିଥିଲା। ଏହା ରାସ୍ତା ଉପରେ ଅଜାଡ଼ି ହୋଇପଡ଼ିଥିଲା। ତେବେ ମହିଳା ଜଣଙ୍କ ସତର୍କ ହୋଇଯିବାରୁ ତାଙ୍କ ଜୀବନ ଅଳ୍ପକେ ରକ୍ଷା ପାଇଯାଇଛନ୍ତି।

https://twitter.com/i/status/1316436785623433217

ସିସିଟିଭି ଫୁଟେଜ୍‌ ବିଲଡିଂ ଭୁଶୁଡ଼ିବା ପରେ ପୂରା ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା। ହେଲେ ମହିଳା ଜଣଙ୍କ ଉକ୍ତ ଧ୍ୱଂସାବଶେଷ ତଳୁ ଡିଆଁ ମାରି ସୁରକ୍ଷିତ ବାହାରି ଆସିଥିବା ଦୃଶ୍ୟ ମଧ୍ୟ ସିସିଟିଭିରେ କଏଦ ହୋଇଛି। ଧୂଆଁ ହଟିବା ପରେ ରାସ୍ତା ଉପରେ ଇଟା ଖଣ୍ଡ ଓ ଲୁହା ରଡ ସବୁ ପଡ଼ି ରହିଥିବା ଦେଖିବାକୁ ମିଳିଛି।

Related story