‘ମାଡାମ ତୁମେ କଲେଜକୁ ଶାଢୀ ପିନ୍ଧି ଆସ’

ମହିସୁର:ଅଧ୍ୟାପିକାଙ୍କୁ ଡ୍ରେସ୍‌ ମନା । ସେମାନେ ଆଉ କୌଣସି ପ୍ରକାର ଫ୍ୟାସନର ଡ୍ରେସ୍‌ ପିନ୍ଧି କଲେଜ ଆସିପାରିବେନି। ଏଣିକି ଶାଢୀ ପିନ୍ଧି ସେମାନେ କଲେଜକୁ ପାଠ ପଢାଇବାକୁ ଆସିବେ। ସେହିପରି ଉଭୟ ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କୁ କଲେଜ ପରିସରରେ ମୋବାଇଲ ବାରଣ କରାଯାଇଛି। କର୍ନାଟକର ମହିସୁର ଉଚ୍ଚ ଶିକ୍ଷା ବିଭାଗ ଏଭଳି କିଛି ସର୍କୁଲାର ଜାରି କରିଛି। ତେବେ ମହିଳାଙ୍କ ବିରୋଧରେ ଏଭଳି ଆଭିମୁଖ୍ୟକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ମହିସୁର ଜୋନର ୭୫ଟି ସରକାରୀ କଲେଜକୁ […]

saree

Rakesh Mallick
  • Published: Thursday, 06 July 2017
  • , Updated: 06 July 2017, 05:42 PM IST

ମହିସୁର:ଅଧ୍ୟାପିକାଙ୍କୁ ଡ୍ରେସ୍‌ ମନା । ସେମାନେ ଆଉ କୌଣସି ପ୍ରକାର ଫ୍ୟାସନର ଡ୍ରେସ୍‌ ପିନ୍ଧି କଲେଜ ଆସିପାରିବେନି। ଏଣିକି ଶାଢୀ ପିନ୍ଧି ସେମାନେ କଲେଜକୁ ପାଠ ପଢାଇବାକୁ ଆସିବେ। ସେହିପରି ଉଭୟ ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କୁ କଲେଜ ପରିସରରେ ମୋବାଇଲ ବାରଣ କରାଯାଇଛି। କର୍ନାଟକର ମହିସୁର ଉଚ୍ଚ ଶିକ୍ଷା ବିଭାଗ ଏଭଳି କିଛି ସର୍କୁଲାର ଜାରି କରିଛି।

ତେବେ ମହିଳାଙ୍କ ବିରୋଧରେ ଏଭଳି ଆଭିମୁଖ୍ୟକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ମହିସୁର ଜୋନର ୭୫ଟି ସରକାରୀ କଲେଜକୁ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶାନାମା ଜାରି ହୋଇଛି। ସୂଚନା ଅନୁଯାୟୀ  ଆର.ସତିଶ କୁମାର ନାମକ ଜଣେ ବ୍ୟକ୍ତି ଉଚ୍ଚ ଶିକ୍ଷା ବିଭାଗକୁ ଏ଼କ ଚିଠି ଲେଖି ଅଭିଯୋଗ କରିଥିଲେ। ଅଧ୍ୟାପକ ଏବଂ ଅଧ୍ୟାପିକାମାନେ ଶ୍ରେଣୀ ଗୃହରେ ମୋବାଇଲ ବ୍ୟବହାର କରୁଛନ୍ତି ।

ସେହିପରି କଲେଜର ଅଧ୍ୟାପିକାମାନେ ଡ୍ରେସକୁ ନେଇ ଶାଳୀନତା ରକ୍ଷା କରୁ ନାହାନ୍ତି। ସେମାନେ ସାଲୱାର କମିଜ୍‌ ପିନ୍ଧି ଆସୁଛନ୍ତି। ଏପରି ଅଭିଯୋଗ ଆସିବା ପରେ ଶିକ୍ଷା ବିଭାଗ ପକ୍ଷରୁ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି। ଏହାକୁ  ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଇଛି।

Related story