ସିଏଏ ସମର୍ଥିତ ରାଲିରେ ପଥରମାଡ଼, ଜାଫ୍ରାବାଦ୍‌ ଖାଲି କରିବାକୁ ୩ ଦିନ ସମୟ ଦେଲେ କପିଲ ମିଶ୍ରା

ନୂଆଦିଲ୍ଲୀ: ଦିଲ୍ଲୀର ମୌଜପୁର ଅଞ୍ଚଳରେ ନାଗରିକତା ସଂଶୋଧନ ଆଇନ (ସିଏଏ) ସମର୍ଥନରେ ଏକ ଶୋଭାଯାତ୍ରା ସମୟରେ ପଥର ମାଡ଼ ଦେଖିବାକୁ ମିଳିଛି। ଏହି ଅଞ୍ଚଳ ଜାଫ୍ରାବାଦ୍‌ ନିକଟବର୍ତ୍ତୀ, ଯେଉଁଠାରେ ଏବେ ସିଏଏ ବିରୋଧରେ ଆନ୍ଦୋଳନ ଚାଲୁ ରହିଛି। ତେବେ ମୌଜପୁରଠାରେ ବିଜେପି ନେତା କପିଲ ମିଶ୍ରା ସିଏଏ ସମର୍ଥନରେ ରାଲି କରିବା ପରେ ବିବାଦ ବଢ଼ିଯାଇଛି। ଏବେ ପରିସ୍ଥିତିକୁ ଲକ୍ଷ୍ୟ ରଖି ସ୍ଥାନୀୟ ଅଞ୍ଚଳରେ ଅତିରିକ୍ତ ପୁଲିସ୍‌ ମୂତୟନ କରାଯାଇଛି। ସେହି ଅଞ୍ଚଳ ସମେତ ସମସ୍ତ ଡିସିପି […]

Delhi

Subrat Kumar Nayak
  • Published: Sunday, 23 February 2020
  • , Updated: 23 February 2020, 06:42 PM IST

ନୂଆଦିଲ୍ଲୀ: ଦିଲ୍ଲୀର ମୌଜପୁର ଅଞ୍ଚଳରେ ନାଗରିକତା ସଂଶୋଧନ ଆଇନ (ସିଏଏ) ସମର୍ଥନରେ ଏକ ଶୋଭାଯାତ୍ରା ସମୟରେ ପଥର ମାଡ଼ ଦେଖିବାକୁ ମିଳିଛି। ଏହି ଅଞ୍ଚଳ ଜାଫ୍ରାବାଦ୍‌ ନିକଟବର୍ତ୍ତୀ, ଯେଉଁଠାରେ ଏବେ ସିଏଏ ବିରୋଧରେ ଆନ୍ଦୋଳନ ଚାଲୁ ରହିଛି। ତେବେ ମୌଜପୁରଠାରେ ବିଜେପି ନେତା କପିଲ ମିଶ୍ରା ସିଏଏ ସମର୍ଥନରେ ରାଲି କରିବା ପରେ ବିବାଦ ବଢ଼ିଯାଇଛି।

ଏବେ ପରିସ୍ଥିତିକୁ ଲକ୍ଷ୍ୟ ରଖି ସ୍ଥାନୀୟ ଅଞ୍ଚଳରେ ଅତିରିକ୍ତ ପୁଲିସ୍‌ ମୂତୟନ କରାଯାଇଛି। ସେହି ଅଞ୍ଚଳ ସମେତ ସମସ୍ତ ଡିସିପି ମାନଙ୍କୁ ଡକାଯାଇଛି। ମୌଜପୁରଠାରେ ଅଧିକ ଅର୍ଦ୍ଧସାମରିକ ବାହିନୀ ନିୟୋଜିତ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ ହେବାପରେ ପଥର ମାଡ଼ ହୋଇଥିଲା। ଏହପରେ ପୁଲିସ୍‌ ଲୁହ ବୁହା ଗ୍ୟାସ୍‌ ପ୍ରୟୋଗ କରି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା।

ଏଥିରେ ବେଶ କିଛି ଜଣ ଆହତ ହୋଇଛନ୍ତି। ବର୍ତ୍ତମାନ ସିଏଏ ବିରୋଧୀ ଆନ୍ଦୋଳନ କାରଣରୁ ଶାହୀନ୍‌ ବାଗ୍‌-କାଳିନ୍ଦୀ କୁଞ୍ଜ-ସରିତା ବିହାର ରୋଡ୍‌, ୱାଜିରବାଦ୍‌-ଚନ୍ଦବାଗ୍‌ ରୋଡ୍‌ ଏବଂ ମୌଜପୁର-ଜାଫ୍ରାବାଦ୍‌ ରୋଡ୍‌ ବନ୍ଦ ରହିଛି। ତେବେ ଜାଫ୍ରାବାଦ୍‌ ରୋଡ୍‌ ଖୋଲିବା ପାଇଁ ଦିଲ୍ଲୀ ପୁଲିସ୍‌କୁ ୩ ଦିନର ମହଲତ ଦେଇଛନ୍ତି ବିଜେପି ନେତା କପିଲ ମିଶ୍ରା। ସେ କହିଛନ୍ତି, ଚନ୍ଦବାଗ୍‌ ଏବଂ ଜାଫ୍ରାବାଦ୍‌ରେ ୩ ଦିନ ମଧ୍ୟରେ ରାସ୍ତା ଖୋଲିବାକୁ ହେବ। ଏହାପରେ ଆମକୁ ବୁଝାଇବନି, ଆମେ ତୁମକୁ ଆଉ ଶୁଣିବୁ ନାହିଁ। ଆମେ ରାସ୍ତାକୁ ଓହ୍ଲାଇବୁ। ସୂଚନାଯୋଗ୍ୟ ଯେ, ଏହି ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଥିବେ।

ଗତକାଲି ରାତିରେ ପ୍ରାୟ ୫୦୦ ଲୋକ ଜାଫ୍ରାବାଦ୍ ମେଟ୍ରୋ ଷ୍ଟେସନ୍‌ ପାଖରେ ଏକାଠି ହୋଇଥିଲେ। ସେମାନେ ରାସ୍ତା ଜାମ୍‌ ମଧ୍ୟ କରିଥିଲେ। ଏହାପରେ କପିଲ ରବିବାର ଏହା ପାଖ ଅଞ୍ଚଳରେ ହିଁ ସିଏଏ ସମର୍ଥନରେ ରାଲି କରିଥିଲେ।

ସେ ଏକ ଜନସଭାକୁ କହିଥିଲେ, ଦିଲ୍ଲୀରେ ନିଆଁ ଲାଗିଥାଉ ବୋଲି ଏମାନେ ଚାହୁଁଛନ୍ତି। ଏଥିପାଇଁ ଏମାନେ ରାସ୍ତା ବନ୍ଦ କରୁଛନ୍ତି। ଏଥିପାଇଁ ଦଙ୍ଗା ପରି ପରିବେଶ ସୃଷ୍ଟି କରୁଛନ୍ତି। ଆମ ତରଫରୁ ଗୋଟିଏ ବି ପଥର ମାଡ଼ ହୋଇନି।

Related story