ଆଜି ବିଶ୍ୱ ଏଡ୍‌ସ ଦିବସ

ନୂଆଦିଲ୍ଲୀ: ଆଜି ବିଶ୍ୱ ଏଡ୍‌ସ ଦିବସ। ଏଡ୍‌ସର ଭୟାବହତା ଓ ଏନେଇ ସେଚତନତା ସୃଷ୍ଟି କରିବା ଲକ୍ଷ୍ୟରେ ସାରା ବିଶ୍ୱ ଡିସେମ୍ବର ୧ ତାରିଖକୁ ଏଡସ୍‌ ଦିବସ ରୂପେ ପାଳନ କରୁଛି। ଏସବୁ ସତ୍ତ୍ୱେ ଏଡସ୍‌ ସଂକ୍ରମଣକୁ ଏବେ ମଧ୍ୟ ଆଶାନୁରୂପେ ରୋକା ଯାଇପାରିନି। ଭାରତରେ ୨.୩୯ ମିଲିୟନ୍‌ରୁ ଅଧିକ ଏଡସ୍‌ ରୋଗୀ ଥିବା ଜଣାପଡ଼ିଛି। ସେହିପରି ଓଡ଼ିଶାରେ ୩୯ହଜାର ୬୨୯ଜଣ ଏଚ୍‌ଆଇଭି ଆକ୍ରାନ୍ତ ଥିବା ବେଳେ ସେମାନଙ୍କ ମଧ୍ୟରେ ୧୭ଶହରୁ ଅଧିକ ଏଡସ୍‌ ରୋଗୀ ଅଛନ୍ତି। […]

aids

Rakesh Mallick
  • Published: Thursday, 01 December 2016
  • , Updated: 04 May 2017, 03:44 PM IST

ନୂଆଦିଲ୍ଲୀ: ଆଜି ବିଶ୍ୱ ଏଡ୍‌ସ ଦିବସ। ଏଡ୍‌ସର ଭୟାବହତା ଓ ଏନେଇ ସେଚତନତା ସୃଷ୍ଟି କରିବା ଲକ୍ଷ୍ୟରେ ସାରା ବିଶ୍ୱ ଡିସେମ୍ବର ୧ ତାରିଖକୁ ଏଡସ୍‌ ଦିବସ ରୂପେ ପାଳନ କରୁଛି। ଏସବୁ ସତ୍ତ୍ୱେ ଏଡସ୍‌ ସଂକ୍ରମଣକୁ ଏବେ ମଧ୍ୟ ଆଶାନୁରୂପେ ରୋକା ଯାଇପାରିନି।

ଭାରତରେ ୨.୩୯ ମିଲିୟନ୍‌ରୁ ଅଧିକ ଏଡସ୍‌ ରୋଗୀ ଥିବା ଜଣାପଡ଼ିଛି। ସେହିପରି ଓଡ଼ିଶାରେ ୩୯ହଜାର ୬୨୯ଜଣ ଏଚ୍‌ଆଇଭି ଆକ୍ରାନ୍ତ ଥିବା ବେଳେ ସେମାନଙ୍କ ମଧ୍ୟରେ ୧୭ଶହରୁ ଅଧିକ ଏଡସ୍‌ ରୋଗୀ ଅଛନ୍ତି।

ଏହି ମାରାତ୍ମକ ରୋଗରେ ଏବେ ପର୍ଯ୍ୟନ୍ତ ରାଜ୍ୟରେ ୧୪୯୫ ଜଣଙ୍କ ଜୀବନ ଗଲାଣି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୩ହଜାର ୮୮୫ ଜଣ ଏଚ୍‌ଆଇଭି ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

Related story