ଅଢ଼େଇ ଲକ୍ଷ ଟପିଲା କରୋନା ମୃତ୍ୟୁସଂଖ୍ୟା, ଆମେରିକା ସ୍ଥିତି ସବୁଠାରୁ ଭୟଙ୍କର

ୱାଶିଂଟନ: ମହାମାରୀ କରୋନା ଭାଇରସ ବିଶ୍ୱରେ ଦିନକୁ ଦିନ ଭୟଙ୍କର ରୂପ ନେଇ ଆଗକୁ ମାଡ଼ି ଚାଲିଛି। ଚାଇନାରୁ ସୃଷ୍ଟି ହୋଇଥିବା ଏହି ଭାଇରସ ୟୁରୋପରେ ତାଣ୍ଡବ ରଚିବା ପରେ ଆମେରିକା ପ୍ରଳୟ କରୁଛି। କରୋନା ଆଗରେ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରଗୁଡ଼ିକ ଆତ୍ମସମର୍ପଣ କରିବାରେ ଲାଗିଛନ୍ତି। କରୋନା ଯୋଗୁ ଆମେରିକା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ପ୍ରାୟ ୭୦ ହଜାର ଲୋକ ପ୍ରାଣ ହରାଇଥିବା ବେଳେ ୧୨,୧୨,୯୫୫ ଜଣ ଆକ୍ରାନ୍ତ ହୋଇଛନ୍ତି। ବିଶ୍ୱର ୨୧୨ ଦେଶରେ […]

f

Hemant Lenka
  • Published: Tuesday, 05 May 2020
  • , Updated: 05 May 2020, 03:48 PM IST

ୱାଶିଂଟନ: ମହାମାରୀ କରୋନା ଭାଇରସ ବିଶ୍ୱରେ ଦିନକୁ ଦିନ ଭୟଙ୍କର ରୂପ ନେଇ ଆଗକୁ ମାଡ଼ି ଚାଲିଛି। ଚାଇନାରୁ ସୃଷ୍ଟି ହୋଇଥିବା ଏହି ଭାଇରସ ୟୁରୋପରେ ତାଣ୍ଡବ ରଚିବା ପରେ ଆମେରିକା ପ୍ରଳୟ କରୁଛି।

କରୋନା ଆଗରେ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରଗୁଡ଼ିକ ଆତ୍ମସମର୍ପଣ କରିବାରେ ଲାଗିଛନ୍ତି। କରୋନା ଯୋଗୁ ଆମେରିକା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ପ୍ରାୟ ୭୦ ହଜାର ଲୋକ ପ୍ରାଣ ହରାଇଥିବା ବେଳେ ୧୨,୧୨,୯୫୫ ଜଣ ଆକ୍ରାନ୍ତ ହୋଇଛନ୍ତି। ବିଶ୍ୱର ୨୧୨ ଦେଶରେ କାୟା ବିସ୍ତାର କରିଥିବା କରୋନା ଇତି ମଧ୍ୟରେ ଅଢ଼େଇ ଲକ୍ଷରୁ ଅଧିକ ମୁଣ୍ଡ ନେଇ ସାରିଲାଣି।

ଏହି ପ୍ରାଣଘାତୀ ଭାଇରସରେ ୩୬,୬୦,୫୦୪ ଜଣ ଆକ୍ରାନ୍ତ ହୋଇଛି। ଆମେରିକା, ସ୍ପେନ, ଇଟାଲୀ, ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ ଓ ରୁଷରେ ଆକ୍ରାନ୍ତଙ୍କ ସଂଖ୍ୟା ଦେଢ଼ ଲକ୍ଷରୁ ଅଧିକ ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୧୨,୦୪,୦୨୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ୱାର୍ଲ୍ଡ ମିଟରର ତଥ୍ୟ ଅନୁଯାୟୀ, କରୋନାରେ ଏଯାଏ ୨,୫୨,୬୮୨ ଜଣ ପ୍ରାଣ ହରାଇଛନ୍ତି। ଆମେରିକାରେ ୬୯,୯୨୫ ଜଣ ପ୍ରାଣ ହରାଇଥିବା ବେଳେ ଇଟାଲୀରେ ୨୯,୦୭୯, ବ୍ରିଟେନରେ ୨୮,୭୩୪, ସ୍ପେନରେ ୨୫,୪୨୮ ଓ ଫ୍ରାନ୍ସରେ ୨୫,୨୦୧ ଜଣ ପ୍ରାଣ ହରାଇଛନ୍ତି।

ରୁଷରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୫୫,୩୭୦ ଥିବା ବେଳେ ୧୪୫୧ ଜଣ ପ୍ରାଣ ହରାଇଛନ୍ତି। ସେହିପରି ୧୯,୮୬୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Related story