ଅବସର ନେବେ ଅନ୍‌ଲାଇନ୍ କମ୍ପାନୀ 'ଅଲିବାବା'ର ପ୍ରତିଷ୍ଠାତା ଜ୍ୟାକ୍‌ ମା

ନୂଆଦିଲ୍ଲୀ: ବିଶ୍ୱର ପ୍ରସିଦ୍ଧ ଅନ୍‌ଲାଇନ୍‌ କମ୍ପାନୀ ଅଲିବାବାର ପୂର୍ବତନ କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଜ୍ୟାକ୍ ମା ନିଜ ପଦରୁ ଅବସର ନେବାକୁ ଯାଉଛନ୍ତି। ଆସନ୍ତା ସୋମବାର ସେ କମ୍ପାନୀରୁ ଅବସର ନେବେ। ଆଗକୁ ସେ ଶିକ୍ଷା ଏବଂ ଜନସେବାରେ ନିଜକୁ ନିୟୋଜିତ କରିବେ ବୋଲି ଘୋଷଣା କରିଛନ୍ତି। ଜ୍ୟାକ୍‌ ମା ୨୦୧୩ ଯାଏ ଅଲିବାବା କମ୍ପାନୀର କାର୍ଯ୍ୟକାରୀ ଅଧକ୍ଷ ଥିଲେ। ତେବେ୨୦୧୪ରେ ଏହି କମ୍ପାନୀର ଅଧ୍ୟକ୍ଷ ହେବା ପରେ ସେ ‘ଜ୍ୟାକ୍‌ ମା ଫାଉଣ୍ଡେସନ୍‌’ ନାମକ […]

104225995-_95A5004.1910x100

104225995-_95A5004.1910x100

Biswobandita Swain
  • Published: Saturday, 08 September 2018
  • Updated: 08 September 2018, 12:53 PM IST

Sports

Latest News

ନୂଆଦିଲ୍ଲୀ: ବିଶ୍ୱର ପ୍ରସିଦ୍ଧ ଅନ୍‌ଲାଇନ୍‌ କମ୍ପାନୀ ଅଲିବାବାର ପୂର୍ବତନ କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଜ୍ୟାକ୍ ମା ନିଜ ପଦରୁ ଅବସର ନେବାକୁ ଯାଉଛନ୍ତି। ଆସନ୍ତା ସୋମବାର ସେ କମ୍ପାନୀରୁ ଅବସର ନେବେ। ଆଗକୁ ସେ ଶିକ୍ଷା ଏବଂ ଜନସେବାରେ ନିଜକୁ ନିୟୋଜିତ କରିବେ ବୋଲି ଘୋଷଣା କରିଛନ୍ତି।

ଜ୍ୟାକ୍‌ ମା ୨୦୧୩ ଯାଏ ଅଲିବାବା କମ୍ପାନୀର କାର୍ଯ୍ୟକାରୀ ଅଧକ୍ଷ ଥିଲେ। ତେବେ୨୦୧୪ରେ ଏହି କମ୍ପାନୀର ଅଧ୍ୟକ୍ଷ ହେବା ପରେ ସେ ‘ଜ୍ୟାକ୍‌ ମା ଫାଉଣ୍ଡେସନ୍‌’ ନାମକ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗଢ଼ିଥିଲେ। ଶିକ୍ଷା କ୍ଷେତ୍ରରେ ଲୋକଙ୍କୁ ସେବା ଯୋଗାଇ ଦେବା ଏହି ସଂସ୍ଥାର ମୂଳ ଲକ୍ଷ୍ୟ ଥିଲା। ତେବେ ଅଲିବାବା କମ୍ପାନୀ କାମରେ ବ୍ୟସ୍ତ ରହୁଥିବା କାରଣରୁ ଜ୍ୟାକ୍‌ ଏହି ଫାଉଣ୍ଡେସନ୍‌ ପାଇଁ ସମୟ ଦେଇପାରୁ ନଥିଲେ। ଏବେ ଅଲିବାବା କମ୍ପାନୀରୁ ଅବସର ପରେ ଏହି ଫାଉଣ୍ଡେସନ୍‌କୁ ନେଇ ଶିକ୍ଷା କ୍ଷେତ୍ରରେ ସେ ସାଧାରଣ ଲୋକଙ୍କ ପାଇଁ କିଛି କରିବାକୁ ଯୋଜନା କରିଛନ୍ତି।

ଅନ୍ୟପକ୍ଷରେ ଜ୍ୟାକ୍ ମା ଅଲିବାବା କମ୍ପାନୀରୁ ଅବସର ନେଉଥିବା ଖବର ଆସିବା ପରେ କମ୍ପାନୀର ଶେୟାର୍‌ ଦୁଇ ପ୍ରତିଶତରୁ ଅଧିକ ଖସିଯାଇଛି। ଅବସର ଏବଂ ପରବର୍ତ୍ତୀ ଯୋଜନା ସମ୍ପର୍କରେ ସୂଚନା ଦେଇ ଜ୍ୟାକ୍ କହିଛନ୍ତି, ଅବସର ପରେ ତାଙ୍କ ପାଇଁ ଏକ ନୂଆ ଯୁଗ ଆରମ୍ଭ ହେବ। ସେ ଜନ ସେବା କ୍ଷେତ୍ରରେ ଅଧିକ ସମୟ ଦେଇପାରିବେ। ଆଉ ତାଙ୍କୁ ଶିକ୍ଷାଦାନ ଖୁବ୍‌ ପସନ୍ଦ ଥିବାରୁ ସେ ଏଦିଗରେ ଅଧିକ ସମୟ ଦେବା ସହ  ଅର୍ଥ ମଧ୍ୟ ଖର୍ଚ୍ଚ କରିବେ। 

ଜ୍ୟାକ୍‌ଙ୍କ ବାଲ୍ୟ ଜୀବନ ବେଶ୍‌ ସଂଘର୍ଷମୟ ଥିଲା। ପିଲାବେଳେ ଭଲ ପାଠ ହେଉ ନଥିବାରୁ ସେ ଏକାଧିକ ଥର ଶ୍ରେଣୀରେ ଫେଲ୍ ମଧ୍ୟ ହୋଇଥିଲେ। ତେବେ ନିଜର ପ୍ରବଳ ଇଚ୍ଛାଶକ୍ତି ଯୋଗୁ ସେ ଜଣେ ଇଂରାଜୀ ଶିକ୍ଷକ ହୋଇ ପାରିଥିଲେ। କିନ୍ତୁ ପରମୁହୂର୍ତ୍ତରେ ବ୍ୟବସାୟ ପ୍ରତି ମନବଲାଇଲେ ଏବଂ ଅନ୍ୟ ୧୭ ଜଣ ବନ୍ଧୁଙ୍କ ସହିତ ମିଶି ୧୯୯୯ ମସିହାରେ ଚୀନର ଝେଜିୟାଂଗର ହାଙ୍ଗ୍‌ଝୁରେ ଏକ ଆପାର୍ଟମେଣ୍ଟର ଛୋଟ ରୁମ୍‌ରୁ ଅନ୍‌ଲାଇନ୍ କମ୍ପାନୀ 'ଅଲିବାବା' ଆରମ୍ଭ କରିଥିଲେ।

ସୂଚନାଯୋଗ୍ୟ, ଜ୍ୟାକ୍‌ ମାଙ୍କୁ ଚୀନ୍‌ର କିଛି ସ୍ଥାନରେ ଲୋକେ ଠାକୁର ଭାବେ ପୂଜା କରନ୍ତି।

ଜ୍ୟାକ୍‌ ମାଙ୍କୁ ଆସନ୍ତା ସୋମବାର ୫୪ବର୍ଷ ହେବାକୁ ଯାଉଛି। ସଂଯୋଗବଶତଃ ଏହି ଦିନ ଚୀନରେ ଶିକ୍ଷକ ଦିବସ ପାଳନ କରାଯାଇଥାଏ।

ଜ୍ୟାକ୍‌ ମାଙ୍କ ସଫଳତାର କାହାଣୀ ଜାଣିବା ପାଇଁ ଏହି ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ:

ବିଫଳତାରୁ ସଫଳତା: ପଞ୍ଚମରେ ୨ ଥର ଓ ଅଷ୍ଟମରେ ୩ ଥର ଫେଲ୍ ପିଲା ଏବେ ବିଶ୍ଵର ଅନ୍ୟତମ ଶ୍ରେଷ୍ଠ ଧନୀ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story