କରୋନା ତୁଳନାରେ ୧୨ ଗୁଣ ଅଧିକ ଲୋକ ଏହି ରୋଗରେ ମରୁଛନ୍ତି

ୱାଶିଂଟନ: କରୋନାର ଦ୍ୱିତୀୟ ଲହରୀ ଭାରତ ସମେତ ବିଶ୍ୱର ବିଭିନ୍ନ ସ୍ଥାନରେ ଉଗ୍ର ରୂପ ଧାରଣ କରିଛି। ଦୈନିକ ଲକ୍ଷାଧିକ ଲୋକ ସଂକ୍ରମିତ ହେଉଥିବା ବେଳେ ହଜାର ହଜାର ଲୋକଙ୍କ ଜୀବନ ଯାଉଛି। ବ୍ରିଟେନରେ ମଧ୍ୟ କରୋନାର ଦ୍ୱିତୀୟ ଲହର ସାଂଘାତିକ ରୂପ ନେଇଛି। କରୋନା ଉତ୍କଟ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥିବାରୁ ଅନ୍ୟ ରୋଗର ଚିକିତ୍ସା ଠିକ୍‌ ଭାବେ ହୋଇପାରୁନାହିଁ। ଏସବୁ ଭିତରେ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିବା ଭଳି ତଥ୍ୟ ଉପସ୍ଥାନ କରିଛନ୍ତି। ତଥ୍ୟ […]

cancer

Hemant Lenka
  • Published: Wednesday, 14 April 2021
  • , Updated: 14 April 2021, 04:23 PM IST

ୱାଶିଂଟନ: କରୋନାର ଦ୍ୱିତୀୟ ଲହରୀ ଭାରତ ସମେତ ବିଶ୍ୱର ବିଭିନ୍ନ ସ୍ଥାନରେ ଉଗ୍ର ରୂପ ଧାରଣ କରିଛି। ଦୈନିକ ଲକ୍ଷାଧିକ ଲୋକ ସଂକ୍ରମିତ ହେଉଥିବା ବେଳେ ହଜାର ହଜାର ଲୋକଙ୍କ ଜୀବନ ଯାଉଛି। ବ୍ରିଟେନରେ ମଧ୍ୟ କରୋନାର ଦ୍ୱିତୀୟ ଲହର ସାଂଘାତିକ ରୂପ ନେଇଛି। କରୋନା ଉତ୍କଟ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥିବାରୁ ଅନ୍ୟ ରୋଗର ଚିକିତ୍ସା ଠିକ୍‌ ଭାବେ ହୋଇପାରୁନାହିଁ।

ଏସବୁ ଭିତରେ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିବା ଭଳି ତଥ୍ୟ ଉପସ୍ଥାନ କରିଛନ୍ତି। ତଥ୍ୟ ଅନୁସାରେ, ଦୈନିକ କରୋନା ତୁଳନାରେ ୧୨ ଗୁଣ ଅଧିକ ଲୋକ ବ୍ରିଟେନରେ କ୍ୟାନସର ଭଳି ରୋଗରେ ପ୍ରାଣ ହରାଉଛନ୍ତି। କିନ୍ତୁ ଏହାପ୍ରତି କାହାର ବି ନିଘା ନାହିଁ। ଗତ ସପ୍ତାହରେ ବ୍ରିଟେନରେ ଦୈନିକ ହାରାହାରି ୩୬ ଜଣ ଲୋକ କରୋନାରେ ପ୍ରାଣ ହରାଇଛନ୍ତି।

ଜାନୁଆରୀ ମଧ୍ୟ ଭାଗରେ ଦୈନିକ ପ୍ରାୟ ୧୨୮୦ ଜଣ କରୋନାରେ ପ୍ରାଣ ହରାଉଥିଲେ। ଯଦି କରୋନାକୁ କ୍ୟାନସର ସହ ତୁଳନା କରିବା, ତା’ହେଲେ କ୍ୟାନସରରେ ଦୈନିକ ହାରାହାରି ୪୫୦ ଓ ବାର୍ଷିକ ୧୬୬,୦୦୦ ଲୋକ ପ୍ରାଣ ହରାଉଛନ୍ତି। ଯଦି ଆଗକୁ ମହାମାରୀ କରୋନା ପାଇଁ କ୍ୟାନସର ଚିକତ୍ସାକୁ ଅବହେଳା କରାଯାଏ, ତା’ହେଲେ ଏହା ଉତ୍କଟ ସ୍ଥିତି ସୃଷ୍ଟି କରିବ।

ତେଣୁ ଆମକୁ ସ୍ୱାସ୍ଥ୍ୟ ସେବାକୁ ଅଧିକ ତ୍ୱରାନ୍ୱିତ କରିବାକୁ ପଡ଼ିବ। ପ୍ରଫେସର କାରଲୋ ସିକୋରା କହିଛନ୍ତି, ପ୍ରତିଦିନ ବ୍ରିଟେନରେ ୧ ହଜାର ଲୋକଙ୍କୁ ପ୍ରଥମଥର କ୍ୟାନସରରେ ଆକ୍ରାନ୍ତ ହେଉଥିବା କହିବାକୁ ପଡ଼ୁଥିଲା। ଅର୍ଥାତ ଦୈନିକ ୧ ହଜାର ଲୋକ କ୍ୟାନସରରେ ଆକ୍ରାନ୍ତ ହେଉଥିଲେ। କିନ୍ତୁ ମହାମାରୀ କରୋନା ପ୍ରବେଶ କରିବା ଦିନଠାରୁ ଏହି ସଂଖ୍ୟା ଆଶ୍ଚର୍ଯ୍ୟଜନକ ଭାବେ ହ୍ରାସ ପାଇଛି। ତେଣୁ ଏହି ରୋଗୀମାନେ କୁଆଡ଼େ ଗଲେ? ସେମାନେ ଅଛନ୍ତି ଓ ଚିକିତ୍ସା ଅଭାବରୁ ସେମାନଙ୍କ ଅବସ୍ଥା ମଧ୍ୟ ଗୁରୁତର ହୋଇଥିବ। ବର୍ତ୍ତମାନ ସେମାନଙ୍କ ମଧ୍ୟରୁ ଅଧିକାଂଶ ପ୍ରାଣ ମଧ୍ୟ ହରାପାରନ୍ତି।

କରୋନାର ଦ୍ୱିତୀୟ ଲହର ମାଡ଼ ହେବା ପୂର୍ବରୁ ବ୍ରିଟେନର କ୍ୟାନସର ଗବେଷକମାନେ କହିଥିଲେ ଯେ କରୋନା ଯୋଗୁ ଅତିରିକ୍ତ ୩୫ ହଜାର କ୍ୟାନସର ରୋଗୀ ପ୍ରାଣ ହରାଇବେ। କରୋନା ଯୋଗୁ ଲୋକମାନେ ଭୟରେ କ୍ୟାନସର ଚିକିତ୍ସା ପାଇଁ ଆସୁନାହାନ୍ତି। ସେହିପରି କରୋନା ଆଳରେ କିଛି ହସ୍ପିଟାଲ କ୍ୟାନସର ରୋଗୀଙ୍କ ଚିକିତ୍ସା ମଧ୍ୟ ଠିକ୍‌ ଭାବେ କରୁନାହିଁ। ଫଳରେ କ୍ୟାନସର ରୋଗୀଙ୍କ ମୃତ୍ୟୁସଂଖ୍ୟା ବଢ଼ୁଛି।

ଏନଏଚ୍‌ଏସ୍‌ ଇଂଲଣ୍ଡ ପକ୍ଷରୁ କୁହାଯାଇଛି ଯେ ଲୋକମାନେ ନିଜ ରୋଗର ଚେକ୍‌ଅପ ଓ ଚିକିତ୍ସା ପାଇଁ ଆଦୌ ପଛଘୁଞ୍ଚା ଦେବା କଥା ନୁହେଁ। ଦେଶରେ କ୍ୟାନସର ରୋଗର ଚିକିତ୍ସା ବିଭିନ୍ନ ହସ୍ପିଟାଲରେ ସତର୍କତାର ସହ କରାଯାଉଛି।

Related story