ରୁଷ: ସ୍କୁଲରେ ଗୁଳିକାଣ୍ଡ ଘଟି ୧୩ ମୃତ

ମସ୍କୋ: ରୁଷ-ୟୁକ୍ରେନ ଯୁଦ୍ଧ ଭିତରେ ଏକ ବିସ୍ଫୋରକ ଘଟଣା ଘଟିଛି।  କେନ୍ଦ୍ରୀୟ ଋଷ ସ୍ଥିତ ଇଜେଭସ୍କରେ ଏକ ବିଦ୍ୟାଳୟରେ ଗୁଳି ଚାଳନା ହୋଇଥିବା ଖବର ସାମ୍ନାକୁ ଆସିଛି। ଏଥିରେ ପ୍ରାୟ ୧୩ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୭ ଜଣ ଶିଶୁ ଅଛନ୍ତି। ରୁଷର ଅଫିସିଆଲ ନ୍ୟୁଜ୍‌ ଏଜେନ୍ସି ଟାସ୍‌(TASS) ଏହି ସୂଚନା ଦେଇଛି। ଇଜେଭସ୍କର ୮୮ ନମ୍ବର ସ୍କୁଲରେ ଗୁଳି ଚାଳନା ହୋଇଛି। ଗୁଳିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ। ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି। […]

rush

  • Published: Monday, 26 September 2022
  • , Updated: 26 September 2022, 05:42 PM IST

ମସ୍କୋ: ରୁଷ-ୟୁକ୍ରେନ ଯୁଦ୍ଧ ଭିତରେ ଏକ ବିସ୍ଫୋରକ ଘଟଣା ଘଟିଛି।  କେନ୍ଦ୍ରୀୟ ଋଷ ସ୍ଥିତ ଇଜେଭସ୍କରେ ଏକ ବିଦ୍ୟାଳୟରେ ଗୁଳି ଚାଳନା ହୋଇଥିବା ଖବର ସାମ୍ନାକୁ ଆସିଛି। ଏଥିରେ ପ୍ରାୟ ୧୩ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୭ ଜଣ ଶିଶୁ ଅଛନ୍ତି। ରୁଷର ଅଫିସିଆଲ ନ୍ୟୁଜ୍‌ ଏଜେନ୍ସି ଟାସ୍‌(TASS) ଏହି ସୂଚନା ଦେଇଛି। ଇଜେଭସ୍କର ୮୮ ନମ୍ବର ସ୍କୁଲରେ ଗୁଳି ଚାଳନା ହୋଇଛି। ଗୁଳିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ। ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି।

ଆକ୍ରମଣକାରୀ କାହିଁକି ଗୁଳି ଚଳାଇଲେ ତାହା ଏପର୍ଯ୍ୟନ୍ତ  ସ୍ପଷ୍ଟ ହୋଇ ନାହିଁ । ଟାସ୍‌ର ସୂଚନା ଅନୁସାରେ, ସୋମବାର ଋଷର ଇଜେଭସ୍କ ସ୍ଥିତ ଏକ ସ୍କୁଲରେ ଜଣେ ବନ୍ଧୁକଧାରୀ ଗୁଳି ଚଳାଇଥିଲା। ଟେଲିଗ୍ରାମ ମେସେଞ୍ଜର ଆପରେ ଦେଇଥିବା ବୟାନରେ ଅଞ୍ଚଳର ଗଭର୍ଣ୍ଣର ଆଲେକ୍ସଜାଣ୍ଡାର୍ ବ୍ରେଚଲୋଭ୍‌ କହିଛନ୍ତି ଯେ, ବିଦ୍ୟାଳୟରେ ଉଦ୍ଧାରକାରୀ ଦଳ ପହଞ୍ଚି ସାରିଛନ୍ତି। ମୃତକଙ୍କ ମଧ୍ୟରେ ପିଲାମାନେ ବି ଅଛନ୍ତି। ଅନ୍ୟପଟେ

ଆକ୍ରମଣକାରୀ ନିଜେ ମଧ୍ୟ ନିଜକୁ ଗୁଳି କରିଥିବା ଗଭର୍ଣ୍ଣର କହିଛନ୍ତି। ରୁଷର ଅନ୍ତରୀଣ ମନ୍ତ୍ରଣାଳୟ କହିଛି ଯେ, ଏହି ଘଟଣାରେ ଅତିକମରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି।

Related story