ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ, ୧୫ ମୃତ

ମସ୍କୋ: ବଡ ଧରଣର ବିମାନ ଦୁର୍ଘଟଣା। ରୁଷର ଟାଟାରସ୍ତାନରେ ଏକ L-410 ଟର୍ବୋଲେଟ୍ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ବିମାନରେ ମୋଟ ୨୩ଜଣ ଯାତ୍ରୀ ଥିଲେ। ରବିବାର ରୁଷର ସମୟ ଅନୁଯାୟୀ ପ୍ରାୟ ୯ ଟା୧୧ ମିନିଟରେ ମେନଜେଲିନସ୍କ ସହରରେ ଉକ୍ତ ଯାତ୍ରୀବାହୀ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ରୁଷର ନ୍ୟୁଜ୍ ଏଜେନ୍ସି TASS ର ଏକ ରିପୋର୍ଟ ଅନୁଯାୟୀ ଏପର୍ଯ୍ୟନ୍ତ ୭ ଜଣଙ୍କୁ ଉଦ୍ଧାର କରାଯାଇଛି। ଖବର ଅନୁଯାୟୀ, ୨୩ ଜଣ […]

Aircraft

Madhupriya Mistry
  • Published: Sunday, 10 October 2021
  • , Updated: 10 October 2021, 02:44 PM IST

ମସ୍କୋ: ବଡ ଧରଣର ବିମାନ ଦୁର୍ଘଟଣା। ରୁଷର ଟାଟାରସ୍ତାନରେ ଏକ L-410 ଟର୍ବୋଲେଟ୍ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ବିମାନରେ ମୋଟ ୨୩ଜଣ ଯାତ୍ରୀ ଥିଲେ।

ରବିବାର ରୁଷର ସମୟ ଅନୁଯାୟୀ ପ୍ରାୟ ୯ ଟା୧୧ ମିନିଟରେ ମେନଜେଲିନସ୍କ ସହରରେ ଉକ୍ତ ଯାତ୍ରୀବାହୀ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ରୁଷର ନ୍ୟୁଜ୍ ଏଜେନ୍ସି TASS ର ଏକ ରିପୋର୍ଟ ଅନୁଯାୟୀ ଏପର୍ଯ୍ୟନ୍ତ ୭ ଜଣଙ୍କୁ ଉଦ୍ଧାର କରାଯାଇଛି। ଖବର ଅନୁଯାୟୀ, ୨୩ ଜଣ ଯାତ୍ରୀଙ୍କ ମଧ୍ୟରୁ ୨୧ ଜଣ ପାରାଚ୍ୟୁଟ୍ ଡାଇଭର ଥିଲେ। ଉଦ୍ଧାର କାର୍ଯ୍ୟ ଏବେବି ଜାରି ରହିଥିବା ଜଣାପଡିଛି।

Related story