ମସଜିଦରେ ଭୟଙ୍କର ବିସ୍ଫୋରଣ, ଗଲାଣି ୪ ଜଣଙ୍କ ଜୀବନ

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲର ଗୋଟିଏ ମସଜିଦରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ମସଜିଦଟି ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର କମ୍ପ୍ଲେକ୍ସ ମଧ୍ୟରେ ରହିଥିଲା। ଏଠାରେ ବିସ୍ଫୋରଣ ପୂରା ଦେଶକୁ ଦୋହଲାଇ ଦେଇଛି। ଏଯାଏ ଏହି ବିସ୍ଫୋରଣରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେହିପରି ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି। ମିଳିଥିବା ଖବର […]

blast

  • Published: Wednesday, 05 October 2022
  • , Updated: 05 October 2022, 08:08 PM IST

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲର ଗୋଟିଏ ମସଜିଦରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ମସଜିଦଟି ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର କମ୍ପ୍ଲେକ୍ସ ମଧ୍ୟରେ ରହିଥିଲା। ଏଠାରେ ବିସ୍ଫୋରଣ ପୂରା ଦେଶକୁ ଦୋହଲାଇ ଦେଇଛି। ଏଯାଏ ଏହି ବିସ୍ଫୋରଣରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେହିପରି ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି।

ମିଳିଥିବା ଖବର ଅନୁସାରେ, ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର କପାଉଣ୍ଡ ମଧ୍ୟରେ ଥିବା ମସଜିଦରେ ଲୋକଙ୍କ ଭିଡ଼ ଜମିଥିବା ବେଳେ ହଠାତ୍‌ ବିସ୍ଫୋରଣ ହୋଇଛି। କୌଣସି ଆତଙ୍କବାଦୀ ଆତ୍ମଘାତୀ ହମଲା କରିଛି ନା ଏହା ପଛରେ ଆଉ କିଛି କାରଣ ରହିଛି, ତା’ର ଯାଞ୍ଚ କରାଯାଉଥିବା ମନ୍ତ୍ରଣାଳୟର ଜଣେ ମୁଖପାତ୍ର କହିଛନ୍ତି।

କିଛି ଦିନ ପୂର୍ବରୁ କାବୁଲର ଗୋଟିଏ ଶିକ୍ଷା କେନ୍ଦ୍ରର କ୍ଲାସରୁମରେ ଆତ୍ମଘାତୀ ହମଲା ହୋଇଥିଲା। ଏଥିରେ ୫୩ ଜଣ ପ୍ରାଣ ହରାଇଥିଲେ। ମୃତକଙ୍କ ମଧ୍ୟରେ ଅଧିକାଂଶ ଛାତ୍ରୀ ଓ ମହିଳା ରହିଥିଲେ। ସେହିପରି ୧୦୦ରୁ ଅଧିକ ଲୋକ ଆହତ ବି ହୋଇଥିଲେ।

ଆଜିର ବିସ୍ଫୋରଣ ତାଲିବାନ କବଜାରେ ଥିବା ଆଫଗାନିସ୍ତାନର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି। ତାଲିବାନ ପକ୍ଷରୁ ବିସ୍ଫୋରଣ ଖବରକୁ ନିଶ୍ଚିତ କରାଯାଇଛି। ବିସ୍ଫୋରଣ ବେଳେ ସରକାରୀ ଅଧିକାରୀ ଓ ଅତିଥିମାନେ ମସଜିଦରେ ସମୂହ ନମାଜ ପାଠ କରୁଥିଲା। ବିସ୍ଫୋରଣ ପରେ ସୁରକ୍ଷାକର୍ମୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ସମ୍ଭଳିଥିଲେ ବୋଲି ତାଲିବାନ କହିଛି।

Related story