ସୁରକ୍ଷାକର୍ମୀଙ୍କ ଉପରେ ଭୟଙ୍କର ଆକ୍ରମଣ, ୪୨ ଯବାନ ପ୍ରାଣ ହରାଇଲେ

ବାମାକୋ(ମାଲି): ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଆତଙ୍କବାଦୀମାନେ ଭୟଙ୍କର ହମଲା କରିଛନ୍ତି। ଏଥିରେ ୪୨ ଜଣ ସୁରକ୍ଷାକର୍ମୀ ପ୍ରାଣ ହରାଇଥିବା ସରକାର ସ୍ପଷ୍ଟ କରିଛନ୍ତି। ସେହିପରି ୨୨ ଜଣ ସୁରକ୍ଷାକର୍ମୀ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମାଲିର ଟେଷ୍ଟି ସହରରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି କୁଖ୍ୟାତ ଆତଙ୍କୀ ସଂଗଠନ ଆଇଏସ ଆତଙ୍କବାଦୀମାନେ ଏପରି ନରସଂହାର କରିଥିବା ଜଣାପଡ଼ିଛି। ପଶ୍ଚିମ ଆଫ୍ରିକାର ସାହେଲ ରିଜନରେ ଦୀର୍ଘ ଦଶନ୍ଧି ହେଲା ମାଲିଆନ ଆର୍ମି ଓ ଆତଙ୍କବାଦୀଙ୍କ […]

Mali

  • Published: Thursday, 11 August 2022
  • , Updated: 11 August 2022, 10:01 AM IST

ବାମାକୋ(ମାଲି): ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଆତଙ୍କବାଦୀମାନେ ଭୟଙ୍କର ହମଲା କରିଛନ୍ତି। ଏଥିରେ ୪୨ ଜଣ ସୁରକ୍ଷାକର୍ମୀ ପ୍ରାଣ ହରାଇଥିବା ସରକାର ସ୍ପଷ୍ଟ କରିଛନ୍ତି। ସେହିପରି ୨୨ ଜଣ ସୁରକ୍ଷାକର୍ମୀ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମାଲିର ଟେଷ୍ଟି ସହରରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି କୁଖ୍ୟାତ ଆତଙ୍କୀ ସଂଗଠନ ଆଇଏସ ଆତଙ୍କବାଦୀମାନେ ଏପରି ନରସଂହାର କରିଥିବା ଜଣାପଡ଼ିଛି।

ପଶ୍ଚିମ ଆଫ୍ରିକାର ସାହେଲ ରିଜନରେ ଦୀର୍ଘ ଦଶନ୍ଧି ହେଲା ମାଲିଆନ ଆର୍ମି ଓ ଆତଙ୍କବାଦୀଙ୍କ ବିରୋଧରେ ଲଢ଼େଇ ଚାଲିଛି। ହେଲେ ବିଗତ କିଛି ବର୍ଷ ମଧ୍ୟରେ ଦେଶର ଆର୍ମିକୁ ଟାର୍ଗେଟ କରି ଆତଙ୍କବାଦୀମାନେ ଏତେ ବଡ଼ ଆକ୍ରମଣ କରିବା କେବେ ହେଲେ ଦେଖିବାକୁ ମିଳି ନଥିଲା। ଆତଙ୍କୀ ହମଲାକୁ ନେଇ ସାରା ଦେଶରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ସରକାର ଜାରି କରିଥିବା ଗୋଟିଏ ବିବୃତିରେ କହିଛନ୍ତି ଯେ ଆଇଏସଜିଏସ୍ ଆତଙ୍କବାଦୀଙ୍କ ପକ୍ଷରୁ ହୋଇଥିବା ଯୋଜନାବଦ୍ଧ ଓ ଭୟଙ୍କର ଆକ୍ରମଣକୁ ବେଶ ସାହାସର ସହ ଦେଶର ଆର୍ମି ଯବାନମାନେ ମୁକାବିଲା କରିଛନ୍ତି। ଆତଙ୍କବାଦୀମାନେ ଡ୍ରୋନ, ବିସ୍ଫୋରକ, କାର ବୋମା ଓ ରାଇଫଲ ଦ୍ୱାରା ସୁରକ୍ଷାକର୍ମୀଙ୍କ ଉପରେ ହମଲା କରିଥିଲେ। ଯବାନମାନେ ମଧ୍ୟ ଏହାର ଜବାବ ଦେଇଥିଲେ।

ଦୀର୍ଘ ଘଣ୍ଟାର ଘମାଘୋଟ ଲଢ଼େଥ ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩୭ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେହିପରି ପୂରା ଅପରେସନରେ ୪୨ ଜଣ ଯବାନ ଦେଶ ପାଇଁ ଜୀବନ ଦେଇଛନ୍ତି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ପୂର୍ବରୁ ୧୭ ଜଣ ଯବାନ ପ୍ରାଣ ହରାଇଥିବା ବେଳେ ୯ ଜଣଙ୍କ ପତ୍ତା ମିଳୁ ନଥିବା ଆର୍ମି ପକ୍ଷରୁ କୁହାଯାଇଥିଲା। ହେଲେ ଏବେ ଏହି ସଂଖ୍ୟା ବୃଦ୍ଧି ପାଇଛି।

୨୦୨୦ରେ ମାଲିରେ ଥିବା ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାକୁ ହଟାଇ ଦେଶରେ ସାମରିକ ଶାସନ ଆରମ୍ଭ ହୋଇଛି। ତଥାପି ଆକ୍ରମଣ ଥମିବାର ନାଁ ଧରୁନି।

Related story