ପୂର୍ବତନ ରାଷ୍ଟ୍ରପତି ଓ ଏନଏସ୍‌ଏଙ୍କୁ ଗିରଫ କରିବାକୁ କହିଲା ଦୂତାବାସ, ଫଟୋ ବି ହଟାଇଲା

କାବୁଲ: ତାଲିବାନ ଭୟରେ ଦେଶ ଛାଡ଼ି ଦେଇଥିବା ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନିଙ୍କୁ ଗିରଫ କରିବା ପାଇଁ ଦାବି ତେଜିବାରେ ଲାଗିଛି। ତାଜିକିସ୍ତାନରେ ଥିବା ଆଫଗାନ ଦୂତାବାସ ପକ୍ଷରୁ ଘନି, ଜାତୀୟ ସୁରକ୍ଷା ପରାମର୍ଶଦାତା ହମଦୁଲ୍ଲା ମୋହିବ ଓ ଘନିଙ୍କ ମୁଖ୍ୟ ପରାମର୍ଶଦାତା ଫୈଜଲ ମହମ୍ମଦଙ୍କୁ ଗିରଫ କରିବାକୁ କୁହାଯାଇଛି। ଏମାନେ ଦେଶର ରାଜକୋଷରୁ ଅର୍ଥ ଲୁଟ୍‌ କରି ଫେରାର ହୋଇଯାଇଥିବାରୁ ସେମାନଙ୍କୁ ଇଣ୍ଟରପୋଲ ଗିରଫ କରୁ ବୋଲି ଦୂତାବାସ ପକ୍ଷରୁ ଦାବି କରାଯାଇଛି। ସେହିପରି […]

Taliban2

Hemant Lenka
  • Published: Wednesday, 18 August 2021
  • , Updated: 18 August 2021, 05:31 PM IST

କାବୁଲ: ତାଲିବାନ ଭୟରେ ଦେଶ ଛାଡ଼ି ଦେଇଥିବା ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନିଙ୍କୁ ଗିରଫ କରିବା ପାଇଁ ଦାବି ତେଜିବାରେ ଲାଗିଛି। ତାଜିକିସ୍ତାନରେ ଥିବା ଆଫଗାନ ଦୂତାବାସ ପକ୍ଷରୁ ଘନି, ଜାତୀୟ ସୁରକ୍ଷା ପରାମର୍ଶଦାତା ହମଦୁଲ୍ଲା ମୋହିବ ଓ ଘନିଙ୍କ ମୁଖ୍ୟ ପରାମର୍ଶଦାତା ଫୈଜଲ ମହମ୍ମଦଙ୍କୁ ଗିରଫ କରିବାକୁ କୁହାଯାଇଛି।

ଏମାନେ ଦେଶର ରାଜକୋଷରୁ ଅର୍ଥ ଲୁଟ୍‌ କରି ଫେରାର ହୋଇଯାଇଥିବାରୁ ସେମାନଙ୍କୁ ଇଣ୍ଟରପୋଲ ଗିରଫ କରୁ ବୋଲି ଦୂତାବାସ ପକ୍ଷରୁ ଦାବି କରାଯାଇଛି। ସେହିପରି ନିୟମ ଅନୁସାରେ ଦୂତାବାସରେ ରାଷ୍ଟ୍ରପତିଙ୍କ ଫଟୋ ରହିଥାଏ। ହେଲେ ଆଜି ତାଜିକିସ୍ତାନରେ ଥିବା ଆଫଗାନ ଦୂତାବାସରୁ ଘନିଙ୍କ ଫଟୋ ହଟାଇ ଦିଆଯାଇଛି। ତାଙ୍କ ବଦଳରେ ଉପ ରାଷ୍ଟ୍ରପତି ଅମରୁହ୍ଲା ସାଲେହଙ୍କ ଫଟୋକୁ ଲଗା ଯାଇଛି। କାଲି ଅମରୁହ୍ଲା ନିଜକୁ ଆଫଗାନର କାମଚଳା ରାଷ୍ଟ୍ରପତି ଭାବେ ଘୋଷଣା କରିଥିଲେ।

ଦୂତାବାସ ପକ୍ଷରୁ କୁହାଯାଇଛି ଯେ ତାଲିବାନ ଭୟରେ ଘନି, ମୋହିବ ଓ ଫୈଜଲ ମହମ୍ମଦ ଆଫଗାନ ଛାଡ଼ିଥିଲେ। ଏହି ସମୟରେ ଦେଶର ଲୋକଙ୍କ ଟଙ୍କାକୁ ରାଜକୋଷରୁ ଲୁଟ କରି ନେଇଛନ୍ତି। ଏହି ଅର୍ଥକୁ ଜବତ କରି ଅନ୍ତର୍ଜାତୀୟ ଟ୍ରିବ୍ୟୁନାଲରେ ରଖାଯାଉ। ସେହିପରି ରାଜକୋଷ ଲୁଟ୍‌ ପାଇଁ ସମସ୍ତଙ୍କୁ ଗିରଫ କରାଯାଉ।

ସୂଚନା ଅନୁସାରେ, ଘନି ଆଫଗାନିସ୍ତାନରୁ ଲୁଚି ଫେରାର ହେବା ପରେ ତାଜିକିସ୍ତାନରେ ଅବତରଣ କରିବାକୁ ଯୋଜନା କରିଥିଲେ। ହେଲେ ସେଠାରେ ପ୍ରବେଶ ପାଇଁ ତାଙ୍କୁ ଅନୁମତି ନ ମିଳିବାରୁ ସେ ଓମାନରେ ଲୁଚି ରହିଛନ୍ତି। ଦେଶରୁ ଯିବା ବେଳେ ସେ ୪ଟି କାର ଓ ଗୋଟିଏ ହେଲିକପ୍ଟରରେ ଟଙ୍କା ଭର୍ତ୍ତି କରି ନେଇ ଯାଇଛନ୍ତି। ସେ ଆହୁରି ଟଙ୍କା ନେବାକୁ ଚେଷ୍ଟା କରିଥିଲେ ହେଁ ସ୍ଥାନ ଅଭାବରୁ ଏହା ସମ୍ଭବ ହୋଇପାରି ନଥିଲା।

Related story