କ’ଣ ମଙ୍କୀ ବି ଭାଇରସର ଲକ୍ଷଣ? ଏହି ଦେଶରେ ଘଟିଲା ପ୍ରଥମ ମୃତ୍ୟୁ

ବେଜିଂ: ମାରାତ୍ମକ ମଙ୍କୀ (ମାଙ୍କଡ଼) ବି ଭାଇରସ(ବିଭି)ରେ ଜଣେ ବ୍ୟକ୍ତି ସଂକ୍ରମିତ ହେବା ପରେ ତାଙ୍କର ମୃତ୍ୟୁ ଘଟିଛି। ମହାମାରୀ କରୋନା ଭଳି ଏପରି ଘଟଣା ଚାଇନାରେ ହିଁ ଘଟିଛି। ବେଜିଂରେ କାର୍ଯ୍ୟ କରୁଥିବା ଜଣେ ଭେଟରିନାରୀ ସର୍ଜନ ବିଭି ଭାଇରସରେ ସଂକ୍ରମିତ ହୋଇଥିଲେ। ଏହାପରେ ତାଙ୍କର ମୃତ୍ୟୁ ଘଟିଛି। ସେ ମାର୍ଚ୍ଚ ମାସରେ ଦୁଇଟି ମୃତ ମାଙ୍କଡ଼ଙ୍କ ଶରୀରକୁ କାଟି ପରୀକ୍ଷା କରୁଥିଲେ। ସମ୍ଭବତଃ ଏହି ସମୟରେ ହିଁ ସେ ଭାଇରସ ସଂସ୍ପର୍ଶରେ ଆସିଥିବା କୁହାଯାଉଛି। […]

Monkey

Hemant Lenka
  • Published: Monday, 19 July 2021
  • , Updated: 19 July 2021, 03:30 PM IST

ବେଜିଂ: ମାରାତ୍ମକ ମଙ୍କୀ (ମାଙ୍କଡ଼) ବି ଭାଇରସ(ବିଭି)ରେ ଜଣେ ବ୍ୟକ୍ତି ସଂକ୍ରମିତ ହେବା ପରେ ତାଙ୍କର ମୃତ୍ୟୁ ଘଟିଛି। ମହାମାରୀ କରୋନା ଭଳି ଏପରି ଘଟଣା ଚାଇନାରେ ହିଁ ଘଟିଛି। ବେଜିଂରେ କାର୍ଯ୍ୟ କରୁଥିବା ଜଣେ ଭେଟରିନାରୀ ସର୍ଜନ ବିଭି ଭାଇରସରେ ସଂକ୍ରମିତ ହୋଇଥିଲେ।

ଏହାପରେ ତାଙ୍କର ମୃତ୍ୟୁ ଘଟିଛି। ସେ ମାର୍ଚ୍ଚ ମାସରେ ଦୁଇଟି ମୃତ ମାଙ୍କଡ଼ଙ୍କ ଶରୀରକୁ କାଟି ପରୀକ୍ଷା କରୁଥିଲେ। ସମ୍ଭବତଃ ଏହି ସମୟରେ ହିଁ ସେ ଭାଇରସ ସଂସ୍ପର୍ଶରେ ଆସିଥିବା କୁହାଯାଉଛି।

ଭାଇରସ ସଂସ୍ପର୍ଶରେ ଆସିବା ପରେ ତାଙ୍କ ନାକରୁ ପାଣି ବାହାରିବା ସହ ବାନ୍ତି ହୋଇଥିଲା। ମାସକ ପରେ ଭୀଷଣ ଜ୍ୱର ଓ ପରେ ସ୍ନାୟୁଗତ ରୋଗରେ ସେ ପଡ଼ିଥିଲେ। ସେ ଏକାଧିକ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଇଥିଲେ। ହେଲେ ମେ’ ୨୭ରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏହି ମଙ୍କୀ ବି ଭାଇରସ କ’ଣ

୧-ମଙ୍କୀ ବିଭି ହେଉଛି ଗୋଟିଏ alphaherpesvirus। ଏହା ୧୯୩୨ରୁ ହିଁ ପ୍ରଥମ ଚିହ୍ନଟ ହୋଇଥିଲା।

୨- ମାଙ୍କଡ଼ ଶରୀରରୁ ବାହାରୁଥିବା ଟିସୁ ଜନିତ ଫ୍ଲୁଇଡର ଅଦଳବଦଳ ଓ ସିଧାସଳଖ ସଂସ୍ପର୍ଶରେ ଆସିଲେ ଭାଇରସ ସାଧାରଣତଃ ସଂକ୍ରମିତ ହୋଇଥାଏ।

୩- ସନ୍ଦିଗ୍ଧ ଲୋକଙ୍କ ଫ୍ଲୁଇଡ୍, ରକ୍ତ, ନାସାଲ୍ ସ୍ୱାବ୍, ଥ୍ରୋଟ୍ ସ୍ୱାବ୍ ଓ ପ୍ଲାଜମା ସଂଗ୍ରହ କରାଯାଇଥିଲା। ଏହି ନମୁନାଗୁଡିକ ଚାଇନା ସିଡିସିର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର୍ ଭାଇରାଲ୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ୍ ପ୍ରିଭେନ୍ସନକୁ ପଠାଯାଇଥିଲା, ଯେଉଁଠାରେ ଏହା ମଙ୍କୀ ବିଭି ବୋଲି ଜଣାପଡ଼ିଥିଲା।

୪-ବିଭିକୁ ହର୍ପସ୍ ବି, ମଙ୍କୀ ବି ଭାଇରସ୍, ହର୍ପେସଭାଇରସ୍ ସିମିଆ ଓ ହର୍ପେସ ଭାଇରସ୍ ବି ବୋଲି ମଧ୍ୟ କୁହାଯାଏ।

୫-୧୯୩୨ ମସିହାରେ ପ୍ରଥମଥର ପାଇଁ ଏହା ଚିହ୍ନଟ ହୋଇଥିଲା। ଏହାପରେ ଏଥିରେ ୫୦ ଜଣ ସଂକ୍ରମିତ ହୋଇଥିବା ବେଳେ ୨୧ ଜଣଙ୍କ ମୃତ୍ୟୁ ଘଟିଥିଲା।

୬- ଏହି ଭାଇରସ ଲାଳ, ମଳ, ପରିସ୍ରା, ମସ୍ତିଷ୍କ କିମ୍ବା ମାକେକର ମେରୁଦଣ୍ଡ ଟିସୁରେ ଦେଖାଯାଏ। ଯାହା ଘଣ୍ଟା ଘଣ୍ଟା ଧରି ସକ୍ରିୟ ରହିଥାଏ।

୭-ସାଧାରଣ ଲୋକ ଏହି ଭାଇରସ୍ ଦ୍ୱାରା ସଂକ୍ରମିତ ହେବାର ଆଶଙ୍କା କମ୍ ଥିବାବେଳେ ଲ୍ୟାବରେ କାମ କରୁଥିବା କର୍ମଚାରୀ, ପ୍ରାଣୀ ଚିକିତ୍ସକ ଓ ଯେଉଁମାନେ ମାଙ୍କଡ କିମ୍ବା ସେମାନଙ୍କ ନମୁନାର ସଂସ୍ପର୍ଶରେ ଆସିଥାଆନ୍ତି, ସେମାନଙ୍କ ପ୍ରତି ବିପଦ ଅଧିକ ରହିଥାଏ।

୮-ମଙ୍କୀ ବି ଭାଇରସର ପ୍ରଥମ ଲକ୍ଷଣ ସାଧାରଣ ଫ୍ଲୁ ପରି। ଜ୍ୱର, ଥଣ୍ଡା, ମାଂସପେଶୀ ଯନ୍ତ୍ରଣା, ଥକାପଣ, ମୁଣ୍ଡବିନ୍ଧା ଆଦି ଏହାର ଲକ୍ଷଣ। ଏହି ଭାଇରସ୍ ଦ୍ୱାରା ସଂକ୍ରମିତ ହେବା ପରେ ଦେହରେ ଫୋଟକା ହୋଇ କ୍ଷତ ହୋଇପାରେ। ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ, ବାନ୍ତି, ପେଟ ଯନ୍ତ୍ରଣା ମଧ୍ୟ ଏହାର ଲକ୍ଷଣ।

୯- ମଙ୍କୀ ବି ଭାଇରସକୁ ପ୍ରତିରୋଧ କରିବା ପାଇଁ ଏଯାଏ କୌଣସି ଟିକା ବାହାରି ନାହିଁ।

୧୦- ଏହି ଭାଇରସରେ ମୃତ୍ୟୁ ଆଶଙ୍କା ୭୦ରୁ ୮୦%।

୧୧-ଭାଇରସ ସଂସ୍ପର୍ଶରେ ଆସିବାର ୧ରୁ ୩ ସପ୍ତାହ ମଧ୍ୟରେ ଲକ୍ଷଣ ଦେଖାଯାଏ।

Related story